Advertisment

କୋରେଇରୁ ଲଢ଼ିବେ ସନ୍ଧ୍ୟାରାଣୀ ଦାସ

ଗୋଟିଏ ପରିବାରରୁ ମାଆ ଓ ପୁଅ ନିର୍ବାଚନ ରଣଭୂମିକୁ ଆସିବା ପରେ ଏବେ ସୋଶାଲ ମିଡିଆରେ ବିଜେଡି ନେତାମାନେ କ’ଣ ଲେଖିବେ ?

Advertisment

ପ୍ରାୟ ଦେଢ଼ ମାସ ତଳର କଥା। ଅରିନ୍ଦମ ରାୟ ବିଜେଡି ଛାଡ଼ିବା ପରେ ଦଳର ନେତାମାନେ ସୋଶାଲ୍‌ ମିଡ଼ିଆରେ ଲେଖିଥିଲେ, ଗୋଟିଏ ପରିବାର ଗୋଟିଏ ଟିକେଟ ଉପାଖ୍ୟାନ। ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ସପକ୍ଷରେ ଯୁକ୍ତି ବାଢ଼ି ବିଜେଡି ନେତାମାନେ ସୋଶାଲ୍‌ ମିଡିଆରେ ଏପରି ପୋଷ୍ଟ କରିଥିଲେ। ହେଲେ ଏବେ ବଦଳିଗଲା ପୂରା ଚିତ୍ର। ବିଜେଡି ଘୋଷଣା କରିଥିବା ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ପ୍ରଣବଙ୍କ ମାଆ। ଅର୍ଥାତ ବବି ଓ ତାଙ୍କ ମାଆ ଓହ୍ଲାଇଛନ୍ତି ନିର୍ବାଚନୀ ମୈଦାନକୁ। ଗୋଟିଏ ପରିବାରରୁ ମାଆ ଓ ପୁଅ ନିର୍ବାଚନ ରଣଭୂମିକୁ ଆସିବା ପରେ ଏବେ ସୋଶାଲ ମିଡିଆରେ ବିଜେଡି ନେତାମାନେ କ’ଣ ଲେଖିବେ ?

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe