Advertisment

ବିଜେପିରେ ମିଶିଲେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାମୁ

ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ୧୯୯୦ ଓ ୧୯୯୫ରେ ବେଗୁନିଆରୁ ନିର୍ବାଚନ ଲଢ଼ିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Bhabani and Pranab

Bhabani and Pranab

ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ଆଜି ବିଜେପିରେ ମିଶିଛନ୍ତି। ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଦଳରେ ସାମିଲ ହୋଇଥିଲେ। ଦଳର ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଥିଲେ।

Advertisment

ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ୧୯୯୦ ଓ ୧୯୯୫ରେ ବେଗୁନିଆରୁ ‍ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଉଭୟ ଥର ସେ ପରାସ୍ତ ହୋଇଥିଲେ। ୧୯୯୫ରେ ସେ ଜନତା ଦଳ ଟିକେଟରେ ଲଢ଼ିଥିଲେ। ତା’ପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ।

ଚଳିତ ବର୍ଷ ସେ ବେଗୁନିଆରୁ ବିଜେଡି ଟିକେଟରେ ପ୍ରାର୍ଥୀ ହେବାକୁ ମନ କରିଥିଲେ। ହେଲେ ବିଜେଡିରୁ ଟିକେଟ୍ ମିଳିବାର ସମ୍ଭାବନା ନଥିବାରୁ ସେ ବିଜେପିରେ ସାମିଲ ହୋଇଛନ୍ତି।

Advertisment

ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର କହିଛନ୍ତି ଯେ ଟିକେଟ୍ ବିଷୟରେ ସେ ତାଙ୍କ ଭଣଜା (ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ)ଙ୍କ ସହିତ କଥା ହୋଇଥିଲେ। ସେ ତିନି ବର୍ଷ ହେଲାଣି ବେଗୁନିଆର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସହିତ ମିଶୁଛନ୍ତି। ତେଣୁ ଟିକେଟ ମିଳିବ ନା ନାହିଁ ବୋଲି ପଚାରିଥିଲେ। ଜବାବରେ ତାଙ୍କ ଭଣଜା କହିଥିଲେ ଯେ କାହାକୁ କେଉଁଠାରୁ ଟିକେଟ ଦିଆଯିବ, ତାହା ଚୂଡ଼ାନ୍ତ ହୋଇସାରିଛି। ଏହା ପରେ ସେ ଆଉ ବିଜେଡିରେ ମିଶିବାକୁ ଚାହିଁଲେ ନାହିଁ। କାରଣ ବିଜୁ ପଟ୍ଟନାୟକ ନାହାନ୍ତି। ନବୀନ ପଟ୍ଟନାୟକଙ୍କୁ ଦେଖା କରି ହେବ ନାହିଁ।

ସୂଚନାଯୋଗ୍ୟ, ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହୋଇଛନ୍ତି। ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ମଧ୍ୟ ତାଙ୍କ ସହିତ ଆସି ବିଜେପିରେ ମିଶିଥିଲେ।

BjD Bjp Pranab Prakash Das