Advertisment

ମୋହନ ସରକାରଙ୍କୁ ବବିଙ୍କ ଖୋଲା ଚ୍ୟାଲେଞ୍ଜ; ଦୁର୍ନୀତି କରିଛି ତ ବାନ୍ଧୁନ କାହିଁକି?

ଆଜି ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ପାଇଁ ଆୟୋଜିତ ଯାଜପୁର ନିର୍ବାଚନମଣ୍ଡଳୀର କୁଆଶ ମଙ୍ଗଳା ପୀଠଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ବବି କହିଛନ୍ତି ଯେ, ଯାଜପୁରର ବିକାଶ ପାଇଁ ଯଦି ସେ ଭୁଲ୍ କରିଛନ୍ତି ତା’ହେଲେ ସେଭଳି ଭୁଲ୍ ବାରମ୍ବାର କରିବେ ।

undefined

Babi Das

Advertisment

ଦୁର୍ନୀତି କରିଛି ତ ବାନ୍ଧୁନ କାହିଁକି ବୋଲି କହି ରାଜ୍ୟର ମୋହନ ଚରଣ ମାଝୀ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ନେତା ପ୍ରଣବପ୍ରକାଶ ଦାସ(ବବି) । ୪ମାସ ସରକାର ହୋଇଗଲାଣି । ଯଦି ଦୁର୍ନୀତି କରିଛି ତା’ହେଲେ ବାନ୍ଧିବାକୁ କିଏ ଅଟକାଇଛି ବୋଲି ବବି ପ୍ରଶ୍ନ କରିବା ସହ ୧୫ବର୍ଷ ତଳର ପୁରୁଣା ମାମଲାକୁ ଆଣି ହଟଚମଟ କରିବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି କହିଛନ୍ତି । ସେ ଯାଜପୁର ବିକାଶ ପାଇଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

Advertisment

ଆଜି ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ପାଇଁ ଆୟୋଜିତ ଯାଜପୁର ନିର୍ବାଚନମଣ୍ଡଳୀର କୁଆଶ ମଙ୍ଗଳା ପୀଠଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ବବି କହିଛନ୍ତି ଯେ, ଯାଜପୁରର ବିକାଶ ପାଇଁ ଯଦି ସେ ଭୁଲ୍ କରିଛନ୍ତି ତା’ହେଲେ ସେଭଳି ଭୁଲ୍ ବାରମ୍ବାର କରିବେ । ଯଦି ସେ ଦୁର୍ନୀତି କରିଛନ୍ତି ବୋଲି କହୁଛ, ତେବେ କାହିଁକି ବାନ୍ଧୁନ ବୋଲି ଓଲଟା ମୋହନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ବବି ଏହି ଅବସରରେ ଯାଜପୁରରୁ ପୁଣିଥରେ ନେତୃତ୍ୱ ନେବାର ସଙ୍କେତ ମଧ୍ୟ ଦେଇଛନ୍ତି । ସାଧାରଣ ନିର୍ବାଚନ ପରେ ପ୍ରଥମଥର ପାଇଁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋହନ ସରକାରକୁ କଡ଼ା ସମାଲୋଚନା କରିବା ସହ ପୁଣିଥରେ ଯାଜପୁରର ନେତୃତ୍ୱ ନେବେ ବୋଲି ଇସାରା କରିଛନ୍ତି। ନବୀନ ପଟ୍ଟନାୟକ ତାଙ୍କୁ ସମ୍ବଲପୁର ଲଢ଼ିବା ପାଇଁ ପଠାଇଥିଲେ । ଏହି ୪ମାସ ଭିତରେ ସେ ଯାଜପୁର ଆସିପାରିନାହାନ୍ତି । କିନ୍ତୁ ଯାଜପୁରବାସୀ ତାଙ୍କ ସମ୍ମାନ ରଖିଛନ୍ତି । ଯାଜପୁରରୁ ସେ ପୁଣିଥରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

Advertisment

ଉଲ୍ଲେଖଯୋଗ୍ୟ, ବବି ଗତ ସାଧାରଣ ନିର୍ବାଚନରେ ନିଜର ପାରମ୍ପରିକ ଯାଜପୁର ବିଧାନସଭା ଆସନ ପରିବର୍ତ୍ତେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ମାତ୍ର ନିଜର ମା’ଙ୍କୁ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ କରାଇଥିଲେ । ଆଉ ସେଠାରେ ତାଙ୍କ ମା’ ପରାଜିତ ହୋଇଥିଲେ । କିନ୍ତୁ ତାଙ୍କର ଅନୁଗତ ସୁଜାତା ସାହୁଙ୍କୁ ନିଜ ସିଟ୍ ଯାଜପୁରରୁ ଦଳୀୟ ପ୍ରାର୍ଥୀ କରାଇଥିଲେ ଏବଂ ସୁଜାତା ମଧ୍ୟ ବିଜୟୀ ହୋଇଛନ୍ତି । ବବିଙ୍କ ପାଇଁ ସୁଜାତା ନିଜ ପଦବୀରୁ ଇସ୍ତଫା ଦେଇପାରନ୍ତି ିବୋଲି ଗଣମାଧ୍ୟମରେ ଆକଳନ ଜାରି ରହିଛି ।

ଅନ୍ୟପକ୍ଷରେ ବବିଙ୍କ ବିରୁଦ୍ଧରେ ବିଭିନ୍ନ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଥିଲେ ମଧ୍ୟ ମୋହନ ସରକାର କାହିଁକି ନିରବ ରହିଛନ୍ତି ତଥା ବବି କିଭଳି ଖୋଲା ଚ୍ୟାଲେଞ୍ଜ ଦେବାକୁ ସାହାସ କରୁଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି ।

BjD Bjp Pranab Prakash Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe