Advertisment

ସନ୍ତୃପ୍ତ ମିଶ୍ରଙ୍କୁ ‘ବସ୍‌’ ସ୍ୱୀକାର କଲେ ପ୍ରସନ୍ନ, ଦେବୀ, ପ୍ରମିଳା ଓ ପ୍ରତାପ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ୭ତାରିଖରେ ବିଜେଡିର ୧୯ଜଣିଆ ମୁଖପାତ୍ର ଟିମ୍ ଗଢ଼ିବା ପରେ ଆଜି ଶଙ୍ଖଭବନରେ ପ୍ରଥମଥର ପାଇଁ ବୈଠକ ହୋଇଥିଲା । ମୁଖପାତ୍ର ଟିମରେ ଦଳର ବହୁ ପୁରୁଖା ଓ ଅଭିଜ୍ଞ ନେତାମାନେ ଥିଲେ ମଧ୍ୟ ନବାଗତ ସନ୍ତୃପ୍ତ ମିଶ୍ରଙ୍କ ଠାଣି ଆଜି ‘ବିଜେଡି ବସ୍‌’ ଭଳି ହୋଇଥିବା ଜଣାପଡ଼ିଛି ।

ଅଦ୍ୟତନ ହୋଇଛି
Santrupta Mishra

Santrupta Mishra

Advertisment

ଯେଉଁ ତ୍ରୁଟି ପାଇଁ ବିଜେଡିର ୨୪ବର୍ଷର ଶାସନର ଅନ୍ତ ଘଟିଲା, ଦଳ ଏବେପୁଣି ସେହି ମାର୍ଗରେ । ରାଜନୀତିର ‘ର’ ଅକ୍ଷର କି ଅଭିଜ୍ଞତା ନଥିବା ତଥା କର୍ପୋରେଟ ଜଗତରୁ ଆମଦାନୀ ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡିର ବରିଷ୍ଠ ନେତାମାନେ ନିଜର ‘ବସ୍‌’ ବୋଲି ଆଜି ବିଧିବଦ୍ଧ ଭାବେ ସ୍ୱୀକାର କରିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ଆଜିର ବୈଠକରେ ଦଳର ପୁରୁଖା ନେତା ପ୍ରସନ୍ନ ଆଚାର୍ଯ୍ୟ,ଦେବୀପ୍ରସାଦ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କଠୁ ଆରମ୍ଭ କରି ପ୍ରତାପ ଜେନା, ଅରୁଣ ସାହୁ, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ରମେଶ ମାଝୀ ପର୍ଯ୍ୟନ୍ତ ସମସ୍ତେ ପ୍ରାୟତଃ ନବାଗତ ସନ୍ତୃପ୍ତଙ୍କୁ ‘ବିଜେଡିର ନୂଆ ବସ୍‌’ ବୋଲି ସ୍ୱୀକାର କରିଥିବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ୭ତାରିଖରେ ବିଜେଡିର ୧୯ଜଣିଆ ମୁଖପାତ୍ର ଟିମ୍ ଗଢ଼ିବା ପରେ ଆଜି ଶଙ୍ଖଭବନରେ ପ୍ରଥମଥର ପାଇଁ ବୈଠକ ହୋଇଥିଲା । ମୁଖପାତ୍ର ଟିମରେ ଦଳର ବହୁ ପୁରୁଖା ଓ ଅଭିଜ୍ଞ ନେତାମାନେ ଥିଲେ ମଧ୍ୟ ନବାଗତ ସନ୍ତୃପ୍ତ ମିଶ୍ରଙ୍କ ଠାଣି ଆଜି ‘ବିଜେଡି ବସ୍‌’ ଭଳି ହୋଇଥିବା ଜଣାପଡ଼ିଛି । ସେଂଟର ଟେବୁଲର ଶୀର୍ଷଭାଗରେ ଗୋଟିଏ ଚେୟାରରେ ଏକା ସନ୍ତୃପ୍ତ ମିଶ୍ର ବସିଥିଲେ । ଟେବୁଲର ଅନ୍ୟ ୩ପାଖରେ ଦଳୀୟ ନେତାମାନେ ବସିବା, ବୈଠକକୁ ସନ୍ତୃପ୍ତ ପରିଚାଳନା କରିବା ଏବଂ ଦଳର ପୁରୁଖା ନେତାମାନେ ଏସବୁକୁ ନିରବରେ ସମ୍ମତି ଦେବା ହିଁ ବିଜେଡିରେ ସନ୍ତୃପ୍ତଙ୍କୁ ‘ନୂଆ କ୍ଷମତାକେନ୍ଦ୍ର’ର ସନ୍ଦେଶ ଦେଉଥିବା ଦଳୀୟ ମହଲରେ ଚର୍ଚ୍ଚା ।

ଆଜିର ବୈଠକରେ ଦଳର ଆତ୍ମଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଅନୁପସ୍ଥିତ ରହିଥିଲେ ମଧ୍ୟ ସନ୍ତୃପ୍ତ ଯେଉଁ ଶୈଳୀରେ ବୈଠକରେ ନିଜର ଉପସ୍ଥିତି ଜାହିର କଲେ ତାହା ନବୀନ ଓ ପାଣ୍ଡିଆନଙ୍କ ବିନା ସମ୍ମତିରେ ହେବନି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ଯେଉଁ ଦୋଷତ୍ରୁଟି ପାଇଁ ଦଳର ୨୪ବର୍ଷର ଶାସନର ପତନ ହେଲା, ଏବେ ସେହି ତ୍ରୁଟିର ପୁନରାବୃତ୍ତି ପାଇଁ କିଭଳି ଦଳର ପୁରୁଖା ନେତାମାନେ ସୁଯୋଗ ଦେଲେ ତାହା ବି ଚର୍ଚ୍ଚାର ବିଷୟ ପାଲଟିଛି । ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର,ବରିଷ୍ଠ ମିଡିଆ ସଂଯୋଜକ ପ୍ରତାପ ଜେନା, ବରିଷ୍ଠ ନେତା ଅରୁଣ ସାହୁ, ସୁଦାମ ମାର୍ଣ୍ଡି,ପ୍ରତାପ ଦେବ ଓ ରମେଶ ମାଝୀଙ୍କ ଭଳି ନେତା ବୈଠକରେ ଉପସ୍ଥିତ ଥିଲେ । ଏପରିକି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବରିଷ୍ଠ ନେତା କଳିକେଶ ସିଂହଦେଓ ଓ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମଧ୍ୟ ସାମିଲ ହୋଇଥିଲେ । ଦଳର ଅଧିକାଂଶ ମୁଖପାତ୍ର ସେମାନଙ୍କୁ ‘ଫ୍ରିଡମ’ ଦେବା ପାଇଁ ଦାବି କରିବା ସହ ସବୁପ୍ରସଙ୍ଗରେ ଶାସକ ଦଳର ବୟାନକୁ କାଉଂଟର କରିବା ପାଇଁ ଦଳର ଅନୁମତିକୁ ଅପେକ୍ଷା କରିହେବ ନାହିଁ ବୋଲି ରୋକଠୋକ୍ କହିଥିଲେ । ତେବେ ନବୀନଙ୍କ ରାଜନୀତିକ ସଚିବ ସନ୍ତୃପ୍ତ କିଭଳି ଦଳର ମହାସଚିବ ଭଳି ବୈଠକକୁ ପରିଚାଳନା କଲେ ଓ ଉପସ୍ଥିତ ପୁରୁଖା ନେତାମାନେ କେହି ଏନେଇ ଆପତ୍ତି ଉଠାଇଲେ ନାହିଁ ତାହା ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଦଳର ନିର୍ବାଚନୀ ବିପର୍ଯ୍ୟୟ ପରେ ପାଣ୍ଡିଆନ ଧର୍ମକୁ ଆଖିଠାର ମାରିବା ଭଳି ରାଜନୀତିକ ସନ୍ୟାସ ନେଇଛନ୍ତି ଓ ନିଜର ପ୍ରତିନିଧି ଭାବେ କର୍ପୋରେଟ ଜଗତରୁ ଆମଦାନୀ ସନ୍ତୃପ୍ତ ମିଶ୍ରଙ୍କୁ ଆଗକୁ ଆଣିଛନ୍ତି । ତାଙ୍କୁ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ପଦରେ ରଖି ତାଙ୍କ ମାଧ୍ୟମରେ ସଂଗଠନ ଉପରେ ନିଜର ନିୟନ୍ତ୍ରଣ ରଖୁଥିବା ଜଣାପଡ଼ିଛି । ତେବେ ବିଜେଡିର ବରିଷ୍ଠ ନେତାମାନେ କିଭଳି ନିଜର ବିବେକ ଓ ଆତ୍ମସମ୍ମାନ ସହ ସାଲିସ କରି ନବୀନଙ୍କ ଦ୍ୱାରା ପ୍ରେରିତ ଗୋଟିଏପରେ ଗୋଟିଏ ରାଜନୀତିକ ଅନଭିଜ୍ଞ ବ୍ୟକ୍ତିମାନଙ୍କୁ ‘ନିଜର ବସ୍‌’ ଭାବେ ଗ୍ରହଣ କରୁଛନ୍ତି ତାହା ସବୁଠୁ ବଡ଼ ପ୍ରଶ୍ନ ହୋଇଛି ।

BjD Santrupt Misra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe