Advertisment

ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦ ନେଲେ ପ୍ରଶାନ୍ତ ଜଗଦ୍ଦେବ

ଚିଲିକା ବିଧାୟକ ହେଉଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଆଜି ସକାଳ ପ୍ରାୟ ୭ଟାରେ ଶ୍ରୀ ଜଗଦ୍ଦେବ ଓ ତାଙ୍କ ପତ୍ନୀ ବାବାଙ୍କ ପୀଠ ଆରଡିରେ ପହଞ୍ଚିଥିଲେ। ସେବକମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ସେ ମନ୍ଦିର ଭିତରକୁ ଯାଇ ପୂଜାର୍ଚ୍ଚନା କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

ଭଦ୍ରକର ଆରାଧ୍ୟ ବାବା ଆଖଣ୍ଡଳମଣିଙ୍କ ଶରଣ ପଶିଲେ BJP ନେତା ପ୍ରଶାନ୍ତ ଜଗଦ୍ଦେବ। ସାଥୀରେ ଥିଲେ ତାଙ୍କ ଧର୍ମପତ୍ନୀ। ଉଭୟ ପତି-ପତ୍ନୀ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କଲେ ଓ ଆଶୀର୍ବାଦ ନେଲେ।

Advertisment

ଚିଲିକା ବିଧାୟକ ହେଉଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଆଜି ସକାଳ ପ୍ରାୟ ୭ଟାରେ ଶ୍ରୀ ଜଗଦ୍ଦେବ ଓ ତାଙ୍କ ପତ୍ନୀ ବାବାଙ୍କ ପୀଠ ଆରଡିରେ ପହଞ୍ଚିଥିଲେ। ସେବକମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ସେ ମନ୍ଦିର ଭିତରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ବାବାଙ୍କ ଆଶୀର୍ବାଦ ନେଇଥିଲେ। ଦୀର୍ଘ ସମୟ ପରେ ଅର୍ଥାତ ସକାଳ ପ୍ରାୟ ୯ଟା ବେଳେ ମନ୍ଦିରରୁ ବାହାରିଥିଲେ ସ୍ୱାମୀ ଓ ସ୍ତ୍ରୀ। ତା’ପରେ ଭୁବନେଶ୍ୱର ଫେରି ଆସିଥିବା ଜଣାପଡ଼ିଛି।

ବାବାଙ୍କ ମନ୍ଦିରରୁ ବାହାରିବା ପରେ ସେ କହିଥିଲେ, ମଣିଷ ଯେତେବେଳେ ଖୁସି ହୁଏ, ଆଉ ଯେତେବେଳେ ସମସ୍ୟା ଆସେ, ଆଗକୁ ଯିବା ପାଇଁ ନୂଆ ସ୍ୱପ୍ନ ଜାଗ୍ରତ ହୁଏ, ସେତେବେଳେ ସେ ଭଗବାନଙ୍କ ପାଖରେ ସମର୍ପିତ ହୁଏ। ଭଗବାନଙ୍କୁ ପ୍ରାର୍ଥନା କରେ।... ସଂସାରରେ ସବୁଠାରୁ ବଡ଼ ଶକ୍ତି ହେଉଛି ଦୈବୀ ଶକ୍ତି। ଏ ସଂସାରକୁ ସେହି ଦୈବୀ ଶକ୍ତି ଚଲାଇଛି। ବେଳେ ବେଳେ ଆମର ଭ୍ରାନ୍ତ ଧାରଣା ହୁଏ ଆମେ ସବୁ କରୁଛେ। କିନ୍ତୁ ଯେତେବେଳେ ପଛକୁ ଯାଇ ଦେଖିବା, ତାହାହେଲେ ଦେଖିବା କୌଣସି ନା କୌଣସି ଅଦୃଶ୍ୟ ଶକ୍ତି ଆମ ସମସ୍ତଙ୍କୁ ଆଗକୁ ନେଉଛି। ଠିକ୍‌ ସେହିଭଳି ଆଜି ବାବା ଆଖଣ୍ଡଳମଣିଙ୍କ ପାଖକୁ ଆସିଛି ଗୋଟିଏ ନୂଆ ସ୍ୱପ୍ନ ନେଇ। ଓଡ଼ିଶାରେ ରାଜନୈତିକ ଅବସ୍ଥା ଯେଉଁ ସ୍ତରକୁ ଯାଇଛି, ତା’ର ପରିବର୍ତ୍ତନ ଅବସମ୍ଭାବୀ ହୋଇପଡ଼ିଛି। ସେଥିପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛି। ଆଉ ପ୍ରଭୁଙ୍କୁ ପ୍ରାର୍ଥନା କରି ମାଗିଛି, ହେ ପ୍ରଭୁ ଏ ଓଡ଼ିଶାର ସ୍ୱାଭିମାନ, ସମ୍ମାନ, ଅସ୍ମିତାକୁ ଆପଣ ହିଁ ବଞ୍ଚାବେ। ଆଉ ଗୋଟିଏ ପରିବର୍ତ୍ତନର ଧାରା ଓଡ଼ିଶାବାସୀଙ୍କୁ ଦେବେ ବୋଲି ପ୍ରଭୁଙ୍କୁ ପ୍ରାର୍ଥନା କରିଛି ବୋଲି ଶ୍ରୀ ଜଗଦ୍ଦେବ କହିଥିଲେ।

Advertisment
BJPମନ୍ଦିର ଭିତରେ ଜଗଦ୍ଦେବ ପତି-ପତ୍ନୀ ପୂଜାର୍ଚ୍ଚନା କରୁଛନ୍ତି

ସେ ଆହୁରି କହିଥିଲେ, ଓଡ଼ିଶା ହେଉଛି ଗୋଟିଏ ରତ୍ନଗର୍ଭା ରାଜ୍ୟ। ଯେଉଁଠି ଖଣିଜ ସମ୍ପଦ, ବନ୍ୟ ସମ୍ପଦ, ବିସ୍ତିର୍ଣ୍ଣ ବେଳାଭୂମି ରହିଛି। କିନ୍ତୁ ଓଡ଼ିଆମାନେ ଆଜି ଗରିବ। ଓଡ଼ିଆ ଯୁବକମାନେ କିଭଳି ଭଲରେ ଖାଇବେ, ଭଲରେ ରହିବେ, ରାଜ୍ୟ ବାହାରକୁ ନଯାଇ ଏଇଠି କେମିତି ଭଲରେ ରହିବେ ସେ ନେଇ ପ୍ରଭୁଙ୍କୁ ପ୍ରାର୍ଥନା କରିଛି। ଏଇଠି ଶିଳ୍ପ ତିଆରି ହେଉ। ଏଇଠି କୃଷି କ୍ଷେତ୍ରର ଉନ୍ନତି ହେଉ। ଏଇଠି କମନାଗମନର ବ୍ୟବସ୍ଥା ହେଉ। ଦୀର୍ଘ କାଳୀନ ସୂତ୍ରରେ କାର୍ଯ୍ୟକ୍ରମ ହେଉ। ଯେଉଁଥିରେ ଓଡ଼ିଆ ଯୁବକମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ। ଡବଲ ଇଞ୍ଜିନି ସରକାର ଆତ୍ମନିର୍ଭରଶୀଳ ଓଡ଼ିଶା ତିଆରି କରୁ। ସମଗ୍ର ରାଜ୍ୟରେ ବିକଶିତ ହେଉ ବୋଲି ଶ୍ରୀ ଜଗଦ୍ଦେବ କହିଥିଲେ।

ରିପୋର୍ଟ-ଚାନ୍ଦବାଲିରୁ ତ୍ରିଲୋଚନ ସାହୁ

Bjp Prashant Jagdev Bhadrak News Bhadrak