Advertisment

‘ଯେଉଁମାନେ କଂସ, ସେମାନଙ୍କୁ ଓଡ଼ିଶାବାସୀ ଜବାବ ଦେଇଛନ୍ତି’

ମନ୍ତ୍ରୀ ହେବା ନେଇ ପ୍ରଶ୍ନରେ ଶ୍ରୀ ଜଗଦ୍ଦେବ କହିଛନ୍ତି, ଇଏ ଗୋଟିଏ ଛୋଟ କଥା। ଗଣେଶ ଜଗଦ୍ଦେବ କେବେ ମନ୍ତ୍ରୀ ପଦ ଚାହେଁନା। ଜଗଦ୍ଦେଗ ଗୋଟିଏ ସୈନିକ ହେବାକୁ ଚାହେଁ ବୋଲି ସେ କହିଛନ୍ତି।

author-image
Manoranjan Sial
Prasanta Kumar Jagadev(

BJP

ଜେଲ୍‌ରୁ ବାହାରିବା ପରେ ଗର୍ଜିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଉ କହିଛନ୍ତି, ଯେଉଁମାନେ କଂସ, ଯେଉଁମାନେ ଅନ୍ୟାୟ, ଅତ୍ୟାଚାର ଓ ବ୍ୟାଭିଚାର କରି ଏକ ଛତ୍ରବାଦ ଶାସନ ଚଳାଇଥିଲେ, ଓଡ଼ିଶାବାସୀ ସେମାନଙ୍କୁ ଜବାବ ଦେଇଛନ୍ତି। ଧର୍ମର ଜୟ ହୋଇଛି ବୋଲି ସେ କହିଛନ୍ତି

Advertisment

ସର୍ତ୍ତ ମୂଳକ ଜାମିନ ପରେ ଜେଲ୍‌ରୁ ବାହାରିବା ପରେ ଶ୍ରୀ ଜଗଦ୍ଦେବ କହିଛନ୍ତି, ନିର୍ଦ୍ଦିଷ୍ଟ ଗଣମାଧ୍ୟମ କହୁଥିଲା ମୋତେ ବିଜେଡି ଜନ୍ମ ଦେଇଛି। ହେଲେ ଏଥର ପରୀକ୍ଷାରେ ଲୋକମାନେ ପ୍ରମାଣିତ କରି ଦେଖାଇଦେଲେ ଯେ ପ୍ରଶାନ୍ତ ଜଗଦ୍ଦେବ ବିଜେଡିର ନୁହେଁ। ନିର୍ବାଚନମଣ୍ଡଳୀ ବଦଳିଲା, ଦଳ ବଦଳିଲା। ଜନସାଧାରଣ ମୋତେ ନିର୍ବାଚିତ କଲେ। ଲୋକବଳ ପାଖରେ କୌଣସି ରାଜନୈତି ବଳ ଓ ଚିହ୍ନ ବଡ଼ ନୁହେଁ। ଯଦି ଲୋକଙ୍କ ଆଶୀର୍ବାଦ ଅଛି, ଯେଉଁଠି ହେଲେ ମଧ୍ୟ ନିର୍ବାଚିତ ହୋଇପାରିବ ବୋଲି ଶ୍ରୀ ଜଗଦ୍ଦେବ କହିଛନ୍ତି।

ମନ୍ତ୍ରୀ ହେବା ନେଇ ପ୍ରଶ୍ନରେ ଶ୍ରୀ ଜଗଦ୍ଦେବ କହିଛନ୍ତି, ଇଏ ଗୋଟିଏ ଛୋଟ କଥା। ଗଣେଶ ଜଗଦ୍ଦେବ କେବେ ମନ୍ତ୍ରୀ ପଦ ଚାହେଁନା। ଜଗଦ୍ଦେଗ ଗୋଟିଏ ସୈନିକ ହେବାକୁ ଚାହେଁ ବୋଲି ସେ କହିଛନ୍ତି।

Advertisment

ଜେଲ୍‌ ଯିବାକୁ ନେଇ ସେ କହିଛନ୍ତି, କିଛି ନାହିଁ। ଜେଲ୍‌ ମୋ ପାଇଁ ଗୋଟିଏ ସାଧାରଣ କଥା। ମୁଁ କମ୍ୟୁନିଷ୍ଟ ପାର୍ଟିରୁ ତିଆରି ହୋଇଛି। ଲଢ଼େଇ କରି ଆସିଛି। ମଣ୍ଡଳ କମିଶନକୁ ସାମ୍ନା କରିଛି। ବହୁବାର ଜେଲ୍‌ ଯାଇଛି। ଏପରି ଚକ୍ରାନ୍ତରେ ମୁଁ ବହୁବାର ଶିକାର ହୋଇଛି। ବାଣପୁରରେ ଚକ୍ରାନ୍ତରେ ଶିକାର ହୋଇଥିଲି। ସେହି ପୁଲିସ୍‌ ଚକ୍ରାନ୍ତ କରି ମୋ ନାଁରେ କେସ୍‌ ଦେଇଥିଲା। ଆଜି ମଧ୍ୟ ସେମିତି ଚକ୍ରାନ୍ତ ହୋଇଛି। ଖୋର୍ଦ୍ଧା ମାଟିରେ ଲଢ଼େଇ ହେଲା ଏବଂ ପରୀକ୍ଷା ସରିଲା। ଧର୍ମର ଜୟ ହୋଇଛି, ଆଗକୁ ହେବ। ଯେଉଁମାନେ କଂସ, ଯେଉଁମାନେ ଅନ୍ୟାୟ ଓ ବ୍ୟାଭିଚାର କରି ଏକ ଛତ୍ରବାଦ ଶାସନ କରିଥିଲେ, ଓଡ଼ିଶାବାସୀ ସେମାନଙ୍କୁ ଜବାବ ଦେଲେ ବୋଲି ଜଗଦ୍ଦେବ କହିଛନ୍ତି।

BjD Bjp Naveen Patnaik