Advertisment

ପ୍ରଶାନ୍ତ ପରମ ଗାଲୁଆ, ମୁଁ କଳିଯୁଗ ଦୁର୍ଯ୍ୟୋଧନ: ରଘୁ ସାହୁ

ବାଲୁଗାଁ (ଓଡ଼ିଶା ରିପୋର୍ଟର): ଜେଲ୍‌ରୁ ବାହାରିଲା ପରେ ପ୍ରଥମ ଥର ପାଇଁ ଆଜି ନିଜ ଦଳର ନେତାଙ୍କ ଉପରେ ହାମ୍‌ଲା କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ ସିଧା ସିଧା ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁ ସାହୁଙ୍କୁ ଟାର୍ଗଟ କରିଛନ୍ତି। ଆଉ କହିଛନ୍ତି, ମୋ’ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ ରଘୁ ସାହୁ। ବିଜେପି ନେତାଙ୍କୁ ପଇସା ଦେଇ ଗଣ୍ଡଗୋଳର ସୁତ୍ରପାତ କରାଇଛନ୍ତି। ତାଙ୍କରି ଷଡ଼ଯନ୍ତ୍ର ଯୋଗୁ ଏପରି ହୋଇଛି ବୋଲି ଶ୍ରୀ ଜଗଦ୍ଦେବ କହିଛନ୍ତି। […]

author-image
Niranjan Mishra
ଅଦ୍ୟତନ ହୋଇଛି
ପ୍ରଶାନ୍ତ ପରମ ଗାଲୁଆ, ମୁଁ କଳିଯୁଗ ଦୁର୍ଯ୍ୟୋଧନ: ରଘୁ ସାହୁ

raghu

ବାଲୁଗାଁ (ଓଡ଼ିଶା ରିପୋର୍ଟର): ଜେଲ୍‌ରୁ ବାହାରିଲା ପରେ ପ୍ରଥମ ଥର ପାଇଁ ଆଜି ନିଜ ଦଳର ନେତାଙ୍କ ଉପରେ ହାମ୍‌ଲା କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ ସିଧା ସିଧା ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁ ସାହୁଙ୍କୁ ଟାର୍ଗଟ କରିଛନ୍ତି। ଆଉ କହିଛନ୍ତି, ମୋ’ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ ରଘୁ ସାହୁ। ବିଜେପି ନେତାଙ୍କୁ ପଇସା ଦେଇ ଗଣ୍ଡଗୋଳର ସୁତ୍ରପାତ କରାଇଛନ୍ତି। ତାଙ୍କରି ଷଡ଼ଯନ୍ତ୍ର ଯୋଗୁ ଏପରି ହୋଇଛି ବୋଲି ଶ୍ରୀ ଜଗଦ୍ଦେବ କହିଛନ୍ତି। ଏହାର ଜବାବ ଦେଇଛନ୍ତି ରଘୁ ସାହୁ।

Advertisment

ପ୍ରଶାନ୍ତ ଜଗଦ୍ଦେବଙ୍କ ଅରୋପ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ରଘୁ ସାହୁ। ସେ କହିଛନ୍ତି, ଯାହା ନାଁରେ ଏତେ ମାମଲା ଅଛି, ସେ ବିଧାୟକ ହେବାକୁ ଅଯୋଗ୍ୟ। କିଏ କ’ଣ ଲୋକେ ଜାଣିଛନ୍ତି। ପ୍ରଶାନ୍ତ ହେଉଛନ୍ତି ଗାଲୁଆଙ୍କ ପରମ ଗୁରୁ। ନଚେତ୍ କାହିଁକି ନିଲମ୍ବନ ହୋଇଥାଆନ୍ତେ? ସୁପ୍ରିମ୍‌କୋର୍ଟରୁ କଣ୍ଡିସନାଲ ବେଲ୍‌ ପାଇ ଜେଲ୍‌ରୁ ଆସିବା ପରେ ସେ ପାଗଳ ହୋଇ ଯାଇଛନ୍ତି। ବାୟା ବିଲୁଆ ଭଳି ବୁଲୁଛନ୍ତି। ଆଗକୁ କାହାର ରାଜନୀତି କ୍ୟାରିୟର ତିଷ୍ଠି ରହିବ, ତାହା ଲୋକେ କହିବେ। ଏଭଳି ଜଣେ ବ୍ୟକ୍ତିଙ୍କୁ ବିଧାୟକ କରିବା ଚିଲିକା ନିର୍ବାଚନମଣ୍ଡଳୀ ଲୋକଙ୍କ ପାଇଁ ଦୁର୍ଭାଗ୍ୟ ବୋଲି ସେ କହିଛନ୍ତି।

ପୌରାଣୀକ ଉପାକ୍ଷାନ ଦେଇ ଶ୍ରୀ ସାହୁ କହିଛନ୍ତି, ରାମ ଭକ୍ତ ହେଉଛି ହନୁମାନ। ନିର୍ବାଚନ ପୂର୍ବରୁ ମୁଁ ଥିଲି ରାମ, ସେ ହନୁମାନ ଥିଲା। ନିର୍ବାଚନ ପରେ ରାମ ପଳାଇଗଲେ ବନବାସ। ହନୁମାନ ହୋଇଗଲେ ମାଙ୍କଡ଼। ଆଉ ତା’ପରେ ମାଙ୍କଡ ଉତ୍ପାତ କଲା। ମାଙ୍କଡ଼କୁ ଯନ୍ତାରେ ଭର୍ତ୍ତି କରିବା ଭଳି, ରାଜ୍ୟ ସରକାର ତାଙ୍କୁ ନେଇ ଯନ୍ତାରେ ଭର୍ତ୍ତି କରିଦେଲେ ବୋଲି ସାହୁ କହିଛନ୍ତି।

Advertisment

ଦ୍ୱାପର ଓ କଳି ଯୁଗକୁ ବ୍ୟାକ୍ଷା କରି ସେ ଆହୁରି କରିଛନ୍ତି, ଦ୍ୱାପର ଯୁଗରେ ଦୁର୍ଯ୍ୟୋଧନ ଅଧର୍ମରେ ଥିଲେ। ପାଣ୍ଡବ ଧର୍ମରେ ଥିଲେ। କଳି ଯୁଗରେ ଦୁର୍ଯ୍ୟୋଧନ ଧର୍ମରେ ଅଛନ୍ତି ଓ ପାଣ୍ଡବ ଅଧର୍ମରେ ଅଛନ୍ତି। ମୁଁ ହେଉଛି କଳି ଯୁଗର ଦୁର୍ଯ୍ୟୋଧନ। ତ୍ରେତୟାରେ ରାମ ୧୪ ବର୍ଷ ବନବାସ ଯାଉଥିଲେ। କଳି ଯୁଗରେ ରାମ ୩ ବର୍ଷ ବନବାସ ଯାଇ ଫେରି ଆସିଲେ। ସେତେବଳକୁ ମାଙ୍କଡ ଏ ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। ତାକୁ ସଜାଡ଼ିବାକୁ ପଡ଼ିବ। ତେଣୁ ଆଗାମୀ ଦିନରେ କ’ଣ ହେଉଛି, ତାହା ସମୟ କହିବ ବୋଲି ରଘୁ ସାହୁ କହିଛନ୍ତି।

୨୦୨୨ ଫେବ୍ରୁଆରୀ ୧୨ ତାରିଖରେ ପୁରୀ ଜିଲ୍ଲା ବାଣପୁର ବ୍ଲକ୍‌ ଆଗରେ ଲୋକଙ୍କ ଉପରେ ଗାଢ଼ି ଚଢ଼ାଇ ଦେବାର ଅଭିଯୋଗ ପ୍ରଶାନ୍ତଙ୍କ ନାଁରେ ହୋଇଥିଲା। ଏଥିରେ କିଛି ଲୋକ ଓ ପୁଲିସ ଆହତ ହୋଇଥିଲେ। ଏହି ଘଟଣାରେ ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କୁ ଦଳରୁ ମଧ୍ୟ ସସ୍‌ପେଣ୍ଡ କରାଯାଇଥିଲା। ଏଥିପାଇଁ ସେ ନିଜ ଦଳର ନେତା ତଥା ପୂର୍ବତନ ବିଧାୟକ ରଘୁ ସାହୁଙ୍କୁ ଦାୟୀ କରିଛନ୍ତି।

ସୂଚନାରୁ ପ୍ରକାଶ, ରଘୁ ସାହୁ ହେଉଛନ୍ତି ପୂର୍ବତନ ବିଜେଡି ବିଧାୟକ। ସେ ୨୦୧୪ରୁ ୨୦୧୯ ଯାଏ ଚିଲିକା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ। ତେବେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ବଦଳରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡି ଟିକଟ ଦେଇଥିଲା। ଆଉ ସେ ଜିତି ବିଧାନସଭାକୁ ଯାଇଥିଲେ।