Advertisment

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ: ଅପରାଜିତା

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ, ତୃତୀୟ ମହଲା, ତାମିଲ ବାବୁ ଓ କୋଟେରି ଦାୟୀ ବୋଲି ଅପରାଜିତା କହିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
 MP Aparajita Sarangi

MP Aparajita Sarangi

ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ପ୍ରସଙ୍ଗରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଛନ୍ତି - କେଉଁ ସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ପଠାଗଲା? ସିସିଟିଭି ଫୁଟେଜ ଯାଞ୍ଚ ନ କରି ଜଣେ ବିଧାୟକଙ୍କୁ କାହିଁକି ଗିରଫ କରାଗଲା? ଏହା କେଉଁ ପ୍ରକାର ଆଇନ? ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ କୋଟେରୀ ଦାୟୀ। ପ୍ରଶାନ୍ତ ଜଗଦ୍ଦେବଙ୍କ ଲୋକପ୍ରିୟତାକୁ ଡରିଗଲେ କି?

Advertisment

ଅପରାଜିତା ଆହୁରି କହିଛନ୍ତି, ଘଟଣା ଘଟିବାର ୫ ମିନିଟ୍ ପରେ ବୁଥ ଯାଇଥିଲି। ସମସ୍ତଙ୍କୁ ପଚାରି ବୁଝିଥିଲି। ଯେଉଁମାନେ ବୁଥ ଭିତରେ ଓ ବାହାରେ ଥିଲେ ବିଧାୟକ ଇଭିଏମ ଭାଙ୍ଗିଛନ୍ତି ବୋଲି କୌଣସି ଲୋକ କହିନାହାନ୍ତି। ସେଦିନ ବୁଥରେ ଯାହା ଘଟିଥିଲା, ତାର ସିସିଟିଭି ଫୁଟେଜ ମୋର ହସ୍ତଗତ ହୋଇଛି। ବହୁ ଶୀଘ୍ର ସିସିଟିଭି ଫୁଟେଜକୁ ମୁଁ ସାର୍ବଜନୀନ କରିବି। ଇଭିଏମ ଭଙ୍ଗାଯିବା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କର କୌଣସି ଭୂମିକା ନାହିଁ।

ଜଣେ ବିଜେଡି କର୍ମୀଙ୍କ ଅଡିଓ ମୋ ପାଖରେ ଅଛି। ସେ ସେଥିରେ କହୁଛନ୍ତି, ପ୍ରଶାନ୍ତ ଜଗଦ୍ଦେବଙ୍କ EVM ଭଙ୍ଗାରେ କୌଣସି ଭୂମିକା ନାହିଁ। ସମସ୍ତ ପ୍ରମାଣ ସାର୍ବଜନୀନ କରାଯିବ। ଏସବୁ ଘଟଣା ତୃତୀୟ ମହଲା ନିର୍ଦ୍ଦେଶରେ ହୋଇଛି ଜଣେ ଜିଲ୍ଲା ସ୍ତରୀୟ ସରକାରୀ କର୍ମଚାରୀ ମତେ କହିଛନ୍ତି ବୋଲି ଅପରାଜିତା କହିଛନ୍ତି।

Advertisment

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ, ତୃତୀୟ ମହଲା, ତାମିଲ ବାବୁ ଓ କୋଟେରି ଦାୟୀ ବୋଲି ଅପରାଜିତା କହିଛନ୍ତି। ଅପରାଜିତାଙ୍କ ଆକ୍ଷେପ ଓ ଅଭିଯୋଗ ଉପରେ ରାଜ୍ୟ ସରକାର କି ଶାସକ ଦଳର ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା ସୂଚନା ମିଳିଛି।

Bjp Loka Sabha Election 2024 Odisha Assembly Election 2024