Advertisment

ପିକେଙ୍କ ଭବିଷ୍ୟବାଣୀ: ୨୦୨୪ ଲୋକସଭା ନିର୍ବାଚନରେ କ୍ଲିନସୁଇପ କରିବ ଏନଡିଏ

ନୀତୀଶ କୁମାର ଏନଡିଏରେ ସାମିଲ ହୋଇଥିଲେ ହେଁ ପିକେ ତାଙ୍କୁ ସମାଲୋଚନା କରିଛନ୍ତି। ଏଥିସହ ଆଗାମୀ ଲୋକସଭା ନିର୍ବାଚନରେ କ୍ଷମତାସୀନ ଏନଡିଏ ପୁଣି କ୍ଲିନସୁଇପ କରିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।

ଅଦ୍ୟତନ ହୋଇଛି
PK

PK

Advertisment

ପଲଟୁରାମ ଭାବେ ପରିଚିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ମେଣ୍ଟରୁ ଓହରି ଏବେ ବିଜେପି ସହ ହାତ ମିଳାଇଛନ୍ତି। ସେ ପୁଣିଥରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଛନ୍ତି।

Advertisment

ଲୋକସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ପଟ ପରିବର୍ତ୍ତନ ରାଜନୀତିକ ହଟଚମଟ ସୃଷ୍ଟି କରିଛି। ଏସବୁ ଭିତରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ ବଡ଼ ବୟାନ ଦେଇଛନ୍ତି।

ନୀତୀଶ କୁମାର ଏନଡିଏରେ ସାମିଲ ହୋଇଥିଲେ ହେଁ ପିକେ ତାଙ୍କୁ ସମାଲୋଚନା କରିଛନ୍ତି। ଏଥିସହ ଆଗାମୀ ଲୋକସଭା ନିର୍ବାଚନରେ କ୍ଷମତାସୀନ ଏନଡିଏ ପୁଣି କ୍ଲିନସୁଇପ କରିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।

Advertisment

ମହାଗଠବନ୍ଧନକୁ ଧୋକା ଦେଇ ନୀତୀଶ କୁମାର ଏନଡିଏରେ ମିଶିଥିବାରୁ ପିକେ ତାଙ୍କୁ ସମାଲୋଚନା କରିଛନ୍ତି। ନୀତୀଶ କୁମାର ତାଙ୍କ ଜୀବନ ଶେଷ ଇନିଂସ ଖେଳୁଥିବା ପିକେ ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି। ସେ ନୀତୀଶ କୁମାରଙ୍କୁ ଅତି ଚତୁର ରାଜନେତା ବୋଲି କହି ଦାବି କରିଛନ୍ତି ଯେ ଜେଡିୟୁ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ୨୦ରୁ ଅଧିକ ଆସନ ଜିତି ପାରିବ ନାହିଁ।

ପିକେ କହିଛନ୍ତି, “ନୀତୀଶ କୁମାର ଆସନ୍ତା ବିଧାନସଭା ନିର୍ବାଚନରେ ୨୦ରୁ ଅଧିକ ଆସନ ଜିତି ପାରିବେ ନାହିଁ। ସେ ଯେକୌଣସି ମେଣ୍ଟରେ ରହିଲେ ମଧ୍ୟ ୨୦ ସଂଖ୍ୟା ପାର କରିପାରିବେ ନାହିଁ। ଯଦି ତାଙ୍କ ଦଳ ୨୦ରୁ ଅଧିକ ଆସନ ଜିତି ନେବ, ତା’ହେଲେ ମୁଁ କରୁଥିବା କାମ ସବୁ ଛାଡ଼ିଦେବି।

ଲୋକମାନେ ନୀତୀଶ କୁମାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେଣୁ ସେ ନିଜର ଚୌକି ବଞ୍ଚାଇବାକୁ ଯେକୌଣସି ସ୍ତରକୁ ଯାଉଛନ୍ତି। ବିହାରରେ କେବଳ ନୀତୀଶ କୁମାର ନୁହନ୍ତି, ବିଜେପି ସମେତ ସବୁ ଦଳ ପଲଟୁ ରାମ। ଏନଡିଏକୁ ନୀତୀଶ କୁମାର ଫେରିବା ବିଜେପି ପାଇଁ ବୁମେରାଂ ହେବ। ଯଦି ବିଜେପି ଏକାକୀ ନିର୍ବାଚନ ଲଢ଼ିବ, ତା’ହେଲେ ଦଳ ଜିତିବା ସ୍ତରରେ ରହିବ।

ସେହିପରି ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଲିନସୁଇପ କରିବ। ଏନଡିଏର ବିଜୟକୁ କେହି ବି ଅଟକାଇ ପାରିବେ ନାହିଁ।”

Bjp Prashant Kishore Bihar Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe