Advertisment

ବିଜେପିର ୩୭୦ ସିଟ୍‌ ରଣନୀତିକୁ ନେଇ ବଡ଼ କଥା କହିଲେ ପ୍ରଶାନ୍ତ କିଶୋର

ଯଦି ବିଜେପି ଏପରି ସଫଳତା ନ ପାଇବ, ତା’ହେଲେ ଏହା ଶେୟାର ମାର୍କେଟକୁ ହତୋତ୍ସାହିତ କରିବ ବୋଲି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି।

PK

PK

Advertisment

ନିର୍ବାଚନୀ ଚର୍ଚ୍ଚାକୁ ବିଜେପି ବଦଳାଇ ଦେଇଛି। ଦଳ କେବଳ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର କଥା ନ କହି, ୩୭୦ ସିଟ୍‌ ଜିତିବ ବୋଲି ନାରା ଦେବା ଗୋଟିଏ ଚମତ୍କାର ରଣନୀତି। ହେଲେ ଯଦି ବିଜେପି ଏପରି ସଫଳତା ନ ପାଇବ, ତା’ହେଲେ ଏହା ଶେୟାର ମାର୍କେଟକୁ ହତୋତ୍ସାହିତ କରିବ ବୋଲି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି।

Advertisment

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରଶାନ୍ତ କିଶୋର କହିଛନ୍ତି, “ଯେତେବେଳେ ଗୋଟିଏ କମ୍ପାନୀ ଠାରୁ ଆଶା ଅଧିକ ଥାଏ ଓ ଭଲ ପ୍ରଦର୍ଶନ ସତ୍ତ୍ୱେ ଏହା ଟାର୍ଗେଟକୁ ହାସଲ କରି ନପାରେ ସେତେବେଳେ ଷ୍ଟକ ମାର୍କେଟ ସେମାନଙ୍କୁ ଦଣ୍ଡ ଦିଏ। ସେହି ଅନୁସାରେ, ଯଦି ବିଜେପି ୨୦୨୪ ସାଧାରଣ ନିର୍ବାଚନରେ ୩୭୦ରୁ କମ ଆସନ ପାଇଲା, ତା’ହେଲେ ଏହା ଆଲୋଚନାର ମୁଖ୍ୟ ବିଷୟ ହେବ। ଏହାର ପ୍ରଭାବ ମାର୍କେଟ ଉପରେ ମଧ୍ୟ ପଡ଼ିବ।”

୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ପାଇଁ ରଣନୀତି କରିଥିବା ପ୍ରଶାନ୍ତ କିଶୋରଙ୍କ କହିବା କଥା ଯେ ଏନଡିଏ ପୁଣି କେନ୍ଦ୍ରରେ ଶାସନ କରିବ। ବିଜେପିର ୩୭୦ ସିଟ ଟାର୍ଗେଟ ନାରା ଗୋଟିଏ ଚମତ୍କାର ରଣନୀତି। ଏପରି ନାରା ଦ୍ୱାରା ବିଜେପି ନିର୍ବାଚନୀ ଚର୍ଚ୍ଚାକୁ ପୂରା ବଦଳାଇ ଦେଇଛି।

Advertisment

ସେ କହିଛନ୍ତି, “ଗତ ୩ରୁ ୪ ମାସ ହେଲେ ଆଲୋଚନା କେବଳ ୩୭୦ ଓ ୪୦୦ ପାର ନାରା ଉପରେ ରହିଛି। ଏହା ବିଜେପିର ରଣନୀତି କିମ୍ବା ବିରୋଧୀଙ୍କ ଦୁର୍ବଳତା ହୋଇପାରେ। କିନ୍ତୁ ବିଜେପି ଗୋଲପୋଷ୍ଟକୁ ୨୭୦ରୁ ସିଧା ୩୭୦କୁ ବଦଳାଇ ଦେଇଛି।

ଏହା ବିଜେପିକୁ ଫାଇଦା ଦେଇଛି। ଏବେ କେହି କହୁ ନାହାନ୍ତି ଯେ ମୋଦିଜୀ ହାରିବେ। ସମସ୍ତେ କହୁଛନ୍ତି ଯେ ସେମାନେ(ବିଜେପି) ସମ୍ଭବତଃ ୩୭୦ ଆସନ ଜିତି ନପାରେ।”

ପ୍ରଶାନ୍ତ କିଶୋରଙ୍କ କହିବା କଥା ଯେ ବିଜେପି ଯଦି ୩୨୦ ଆସନ ଜିତିଛୁ, ତା’ହେଲେ ବି ସରକାର ଗଠନ କରିବ। ଲୋକସଭାର ୫୪୩ ଆସନରୁ ସରକାର ଗଠନ ପାଇଁ ମ୍ୟାଜିତ ନମ୍ବର ହେଉଛି ୨୭୨।

Bjp Prashant Kishore Lok Sabha Elections 2024 Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe