Advertisment

ପ୍ରଶାନ୍ତ କିଶୋରଙ୍କ ଆକଳନ, ଓଡ଼ିଶାରେ ବିଜେପି ନିଶ୍ଚୟ ୧ ନମ୍ବରରେ ରହିବ

କାହିଁକି ବିରୋଧୀ ଦଳ ବିଜେପିକୁ ଗାଦିଚ୍ୟୁତ କରିବାରେ ଅକ୍ଷମ ହେଉଛନ୍ତି, କାରଣ କହିଲେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର।

ଅଦ୍ୟତନ ହୋଇଛି
Prashant Kishor

Prashant Kishor

Advertisment

ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଏଥର କେଉଁ ଦଳ ଗାଦି ଅକ୍ତିଆର କରିବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା। ଏହାରି ମଧ୍ୟରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିଜେପିର ଭବିଷ୍ୟତ ଉପରେ ଆକଳନ କରିଛନ୍ତି। ତାଙ୍କ ଆକଳନ ଅନୁସାରେ ଏଥର ସାଫ୍ରୋନ୍ ପାର୍ଟି ପୂର୍ବ ଏବଂ ଦକ୍ଷିଣ ଭାରତରେ ଭଲ ସ୍କୋର୍ କରିବ। ଏଥିସହ ଓଡ଼ିଶାରେ ବିଜେପି ନିଶ୍ଚୟ ଏକ ନଂରେ ରହିବ ବୋଲି ପ୍ରଶାନ୍ତ କିଶୋର ପୂର୍ବାନୁମାନ କରିଛନ୍ତି।

Advertisment

ସେ କହିଛନ୍ତି, ପ୍ରଥମ ଥର ପାଇଁ ତାମିଲନାଡୁରେ ବିଜେପି ଦୁଇ ଅଙ୍କ ଛୁଇଁବାକୁ ଯାଉଛି। ତେଲେଙ୍ଗାନାରେ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରିପାରେ, ଏହା ଦଳ ପାଇଁ ବଡ ଉପଲବ୍ଧି। ବିଜେପି ନିଶ୍ଚିତ ଭାବରେ ଓଡିଶାରେ ଏକ ନମ୍ବର ହେବ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ମୋତେ ଲାଗୁଛି ବିଜେପି ପଶ୍ଚିମବଙ୍ଗରେ ଏକ ନମ୍ବର ଦଳ ହେବାକୁ ଯାଉଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ଏଥିସହ ସେ ଆହୁରି ପୂର୍ବାନୁମାନ କରିଛନ୍ତି ଯେ, ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ବିଜେପି ୩୭୦ଟି ସିଟ୍ ଅତିକ୍ରମ କରିବାର ସମ୍ଭାବନା ନାହିଁ। ୨୦୧୪ କିମ୍ବା ୨୦୧୯ ଲୋକସଭା ନିର୍ବାଚନରେ ତେଲାଙ୍ଗାନା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ଓଡିଶା, ପଶ୍ଚିମବଙ୍ଗ ଏବଂ ବିହାରରେ ବିଜେପି ସାମୂହିକ ଭାବେ ୫୦ଟି ସିଟ୍ ଅତିକ୍ରମ କରିବାରେ ବିଫଳ ହୋଇଛି। ଦଳ ଏହି ରାଜ୍ୟଗୁଡିକରେ ୨୦୧୪ରେ ୨୯ ଟି ଏବଂ ୨୦୧୯ ରେ ୪୭ଟି ନିର୍ବାଚନମଣ୍ଡଳୀ ଜିତିଛି।

Advertisment

ପ୍ରଶାନ୍ତ କିଶୋରଙ୍କ ଆକଳନ ଅନୁସାରେ, YSRC ପାର୍ଟି ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପୁଣି ଥରେ ସତ୍ତାରେ ରହିବା କଷ୍ଟକର ହେବ। 

ବିଜେପି ବିଜୟୀ ହେବା ପଛର କାରଣ ମଧ୍ୟ କହିଛନ୍ତି ପ୍ରଶାନ୍ତ କିଶୋର। ସେ କହିଛନ୍ତି, "ବିଜେପି ଜିତୁଛି ଏହାର କାରଣ ହେଉଛି କଂଗ୍ରେସ, ସମାଜବାଦୀ ପାର୍ଟି, ଆରଜେଡି, ଏନସିପି ଏବଂ ତୃଣମୂଳ କଂଗ୍ରେସ ନିଜ ଗଡ଼ରେ ମଧ୍ୟ ପାର୍ଟି ବିପକ୍ଷରେ ମୁକାବିଲା କରିବାକୁ ଅସମର୍ଥ। ସେମାନଙ୍କର କୌଣସି ରଣନୀତି ନାହିଁ କି ସେପରି ବଡ଼ ଚେହେରା ନାହିଁ, କି ଏଜେଣ୍ଡା ମଧ୍ୟ ନାହିଁ।" 

Bjp Odisha Politics Lok Sabha Poll Prashant Kishor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe