Advertisment

ପୁଣି ପଲଟିବେ ନୀତୀଶ, ଯଦି ଏଭଳି ନଘଟେ ମୁଁ ରାଜନୀତି ଛାଡ଼ିଦେବି

ନୀତୀଶ କୁମାରଙ୍କୁ ଧୂର୍ତ୍ତ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର।

ଅଦ୍ୟତନ ହୋଇଛି
Prashant Kishor

Prashant Kishor

Advertisment

ବିହାରରେ ପୁଣି ଭାଙ୍ଗିଛି ମେଣ୍ଟ। ମହାମେଣ୍ଟକୁ ବାଏ ବାଏ କହି ପୁଣି ଥରେ ବିଜେପି କାନି ଧରିଛନ୍ତି ନୀତୀଶ କୁମାର। ଏନ୍‌ଡିଏ ସମର୍ଥନରେ ସେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଛନ୍ତି। ତେବେ ବିହାରରେ ନୀତୀଶ କୁମାରଙ୍କ ଏହି ଦଳବଦଳ ରଜନୀତିକୁ ନେଇ ଟାର୍ଗେଟ୍‌ କରିଛନ୍ତି ରାଜନୀତିର ରଣନୀତିଜ୍ଞ ପ୍ରଶାନ୍ତ କିଶୋର।

Advertisment

ଏକଦା ନୀତୀଶ କୁମାରଙ୍କ ନିକଟତର ଥିବା ପ୍ରଶାନ୍ତ କିଶୋର କରିଛନ୍ତି କଡା ଟିପ୍ପଣୀ। ନୀତୀଶ କୁମାର ଲୋକଙ୍କୁ ବାରମ୍ବାର ବୋକା ବନାଉଥିବା ସେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ନୀତୀଶ କୁମାର ଜଣେ ଧୂର୍ତ୍ତ ଅଟନ୍ତି। ଆସନ୍ତା ବିହାର ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେ ବିଜେପି ସହ ମେଣ୍ଟରେ ରହିବେ ନାହିଁ। ପୁଣି ଥରେ ସେ ପଲଟି ଯିବେ। ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ପ୍ରଶାନ୍ତ କିଶୋର।

ସେ ଅହୁରି କହିଛନ୍ତି, ଆସନ୍ତା ବିଧାନସଭା ନିର୍ବାଚନରେ ୨୦ରୁ କମ ଜେଡିୟୁ ବିଧାୟକ ଜିତିବେ। ଏହା ଲେଖିକି ରଖ। ଯଦି ଏହା ନ ହୁଏ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି। ନୀତୀଶ କୁମାର ଚତୁର ନୁହଁନ୍ତି ବରଂ ଜଣେ ଧୂର୍ତ୍ତ ଅଟନ୍ତି। ସମଗ୍ର ବିହାରର ୧୩ କୋଟି ଲୋକଙ୍କୁ ସେ ବୋକା ବନାଉଛନ୍ତି। ତାଙ୍କୁ ଧୋକା ଦେଉଛନ୍ତି। ଆଗାମୀ ନିର୍ବାଚନରେ ଜନତା ଏହାର ଗୋଟି ଗୋଟି ହିସାବ ନେବେ।

Advertisment

ମୁଁ ହିଁ ଏକମାତ୍ର ବ୍ୟକ୍ତି ଯିଏକି ନୀତୀଶ କୁମାର ଯେକୌଣସି ମୁହୂର୍ତ୍ତରେ ପଲଟିପାରନ୍ତି ବୋଲି କହିଥିଲି। ଆଉ ଆଜି ତାହା ପ୍ରମାଣିତ ହୋଇଛି। ନୀତୀଶ କୁମାର ପାଲଟୁରାମ ନୁହଁନ୍ତି ବରଂ ପାଲଟୁରାମଙ୍କ ସରଦାର। ଲୋକେ ଏହା ଜାଣି ସାରିଲେଣି। ଆଜିର ଘଟଣାବଳି ଦର୍ଶାଇଛି ଯେ ବିହାରର ସମସ୍ତ ନେତା କିମ୍ବା ଦଳ ପାଲଟୁରାମ ଅଟନ୍ତି। ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ନରେନ୍ଦ୍ର ମୋଦି, ଅମିତ ଶାହା ଏବଂ ବିଜେପି ମଧ୍ୟ ସମାନ ପାଲଟୁରାମ ଅଟନ୍ତି ବୋଲି ପିକେ କହିଛନ୍ତି।

Nitish Kumar Bihar Politics Prashant Kishore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe