Advertisment

ନବୀନଙ୍କୁ ପ୍ରତାପଙ୍କ ଚିଠି: ୫ମାସ ବିତିଲା, ଚିହ୍ନଟ ହୋଇପାରିଲେନି ଷଡ଼ଯନ୍ତ୍ରକାରୀ, ଶୃଙ୍ଖଳା କମିଟି ପଙ୍ଗୁ

ୱକଫ୍ ବିଲ୍ ପ୍ରସଙ୍ଗରେ ଦଳୀୟ ନିଷ୍ପତ୍ତି ପଛରେ ଗଭୀର ଷଡ଼ଯନ୍ତ୍ର ହୋଇଥିବା ନେଇ ଅଭିଯୋଗ କରିବା ସହ ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ ନିମନ୍ତେ ଦାବି କରି ପ୍ରତାପ ଖୋଲାଖୋଲି ଭାବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଇଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରେ ବିଜେଡି ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି । ଏପରିକି ନିଜ ନେତାଙ୍କୁ ଲେଖିଥିବା ଚିଠିକୁ ପ୍ରତାପ ନିଜେ ଗଣମାଧ୍ୟମକୁ ଦେଇ ଶୃଙ୍ଖଳା ଭଙ୍ଗ କରିଥିଲେ ମଧ୍ୟ ତାଙ୍କ ଦସ୍ତଖତରେ ଅନ୍ୟମାନଙ୍କୁ ଦଳବିରୋଧୀ ଟ୍ୟାଗ୍ ଦେଇ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Pratap Jena and his letter

Pratap Jena and his letter

Advertisment

ବିଜେଡିର ବିପର୍ଯ୍ୟସ୍ତ ସାଂଗଠନିକ ପରିଚାଳନାକୁ ନେଇ ମୁହଁ ଖୋଲୁଥିବା ନେତାମାନଙ୍କୁ ଦଳବିରୋଧୀର ଆଖ୍ୟା ଦେଇ ବ୍ୟକ୍ତିଗତସ୍ତରରେ ଆକ୍ଷେପ କରୁଥିବା ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ଅସଲ ଚିତ୍ର ଓ ଚରିତ୍ର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ବରିଷ୍ଠନେତା ଅମର ଶତପଥୀ ଓ ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ଡଜନେରୁ ଅଧିକ ନେତାଙ୍କୁ ଦଳୀୟ ଶୃଙ୍ଖଳାର ଜ୍ଞାନ ବାଂଟି ‘ଦଳବିରୋଧୀ’ର ଟ୍ୟାଗ୍ ଲଗାଇଥିବା ପ୍ରତାପଙ୍କ  ବିଶୃଙ୍ଖଳିତ ଆଚରଣକୁ ନେଇ ବିଜେଡି ନେତୃତ୍ୱଙ୍କ ନିରବତା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ୱକଫ୍ ବିଲ୍ ପ୍ରସଙ୍ଗରେ ଦଳୀୟ ନିଷ୍ପତ୍ତି ପଛରେ ଗଭୀର ଷଡ଼ଯନ୍ତ୍ର ହୋଇଥିବା ନେଇ ଅଭିଯୋଗ କରିବା ସହ ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ ନିମନ୍ତେ ଦାବି କରି ପ୍ରତାପ ଖୋଲାଖୋଲି ଭାବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଇଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରେ ବିଜେଡି ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି । ଏପରିକି ନିଜ ନେତାଙ୍କୁ ଲେଖିଥିବା ଚିଠିକୁ ପ୍ରତାପ ନିଜେ ଗଣମାଧ୍ୟମକୁ ଦେଇ ଶୃଙ୍ଖଳା ଭଙ୍ଗ କରିଥିଲେ ମଧ୍ୟ ତାଙ୍କ ଦସ୍ତଖତରେ ଅନ୍ୟମାନଙ୍କୁ ଦଳବିରୋଧୀ ଟ୍ୟାଗ୍ ଦେଇ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଦଳୀୟ ଶୃଙ୍ଖଳା କାହା ପାଇଁ କେମିତି?

‘ଗୋଦରୀ ଲୋ ନିଜ ଗୋଡ଼କୁ ଅନା’ । ଏହି ଢଗଟି ଏବେ ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ପାଇଁ ପୁରା ଫିଟ୍ ବସିଛି । ଦଳୀୟ ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଇବା ସହ ଦଳୀୟ ଆଭ୍ୟନ୍ତରୀଣ ବ୍ୟାପାରକୁ ଗଣମାଧ୍ୟମରେ ସାର୍ବଜନୀନ କରାଇ ଦଳକୁ ସର୍ବସାଧାରଣରେ ସମାଲୋଚିତ କରିଥିବା ପ୍ରତାପ ଜେନା ଏବେ ଅନ୍ୟ ନେତାମାନଙ୍କୁ ଶୃଙ୍ଖଳାର ପାଠ ପଢ଼ାଉଛନ୍ତି । ଆଉ ଦଳବିରୋଧୀର ଆଖ୍ୟା ମଧ୍ୟ ଦେଉଛନ୍ତି । ପ୍ରତାପଙ୍କ ଦସ୍ତଖତରେ ବିଗତ ୪ମାସ ମଧ୍ୟରେ ୧୪ଜଣ ବିଜେଡି ନେତାଙ୍କୁ ନିଲମ୍ବନ କରାଯାଇ ସାରିଲାଣି । ମାତ୍ର ଖୋଦ୍ ପ୍ରତାପଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୁଦ୍ଧରେ ଦଳ ଆକ୍ସନ ନେବା ତ ଦୂରର କଥା ସେ କାହିଁକି ଏଭଳି କାର୍ଯ୍ୟ କରିଥିଲେ ସେନେଇ କାରଣଦର୍ଶାଅ ନୋଟିସଟିଏ ମଧ୍ୟ ଜାରି କରିପାରିନଥିବା ଜଣାପଡ଼ିଛି ।

Advertisment

କ’ଣ ଲେଖିଥିଲେ ପ୍ରତାପ ଓ ଗଣମାଧ୍ୟମକୁ ଦେଇଥିଲେ ଚିଠି

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏପ୍ରିଲ ୫ତାରିଖରେ ଚିଠି ଲେଖି ପ୍ରତାପ ଦାବି କରିଥିଲେ ଯେ, “ ୱକଫ୍ ସଂଶୋଧନ ବିଲ ଉପରେ ରାଜ୍ୟସଭାରେ ଭୋଟିଂକୁ ନେଇ ରାଜ୍ୟସଭାରେ ଦଳର ନେତା ସସ୍ମିତ ପାତ୍ର ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ଦଳର ଆଭିମୁଖ୍ୟ ବିରୋଧୀ ଥିଲା । ୱକଫ ବିଲକୁ ବିଜେଡି ବିରୋଧ କରିବ ବୋଲି ଆପଣ ଆରମ୍ଭରୁ କହିଥିଲେ ମଧ୍ୟ ଶ୍ରୀ ପାତ୍ର କିଭଳି ଆଉ କେଉଁ ପରିସ୍ଥିତିରେ ସୋସିଆଲ ମିଡିଆରେ ଦଳବିରୋଧୀ ଆଭିମୁଖ୍ୟ ରଖିଲେ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାପଛରେ ଗଭୀର ଷଡ଼ଯନ୍ତ୍ର ଥିବା ମୋର ହୃଦବୋଧ ହେଉଛି । ଏହାର ତଜର୍ମା କରାଯାଇ ଏହି ଷଡ଼ଯନ୍ତ୍ର ପଛରେ କିଏ, ତା’ର ଅନୁଧ୍ୟାନ ହେବାର ଆବଶ୍ୟକତା ରହିଛି । ରାଜ୍ୟସଭା ନେତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ମଗାଯିବ ସହ କେଉଁଠି ଦୋଷ ତ୍ରୁଟି ରହିଲା ତା’ର ତର୍ଜମା କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମୋର ବିଶ୍ୱାସ ଆପଣ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ଦଳୀୟ ହିତ ଓ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ ।”

ପ୍ରତାପ ନିଜ ଦଳର ସୁପ୍ରିମୋଙ୍କୁ ଲେଖିଥିବା ଚିଠି ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିଲେ ମଧ୍ୟ ଗଣମାଧ୍ୟମରେ କାହିଁକି ଏହାକୁ ସାର୍ବଜନୀନ କରିଥିଲେ ଓ ଏହା କ’ଣ ଦଳୀୟ ଶୃଙ୍ଖଳା ପରିପନ୍ଥୀ କି ବୋଲି ମଧ୍ୟ ଦଳୀୟ ମହଲରେ ପ୍ରଶ୍ନ ଉଠିଲାଣି ।

ଦଳୀୟ ନିଷ୍ପତ୍ତିକୁ ପ୍ରଶ୍ନ କରିଥିଲେ, ଏବେ ୟୁଟର୍ଣ୍ଣ

ପ୍ରତାପ ନିଜେ ୱକଫ ବିଲ୍ ପ୍ରସଙ୍ଗରେ ଦଳ ନେଇଥିବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ, ନବୀନ ଓ ତାଙ୍କ ଖାସ୍ ଅନୁଗତ ଭିକେ ପାଣ୍ଡିଆନଙ୍କୁ ‘ଷଡ଼ଯନ୍ତ୍ରକାରୀ’ ଭାବେ ପରୋକ୍ଷରେ ଅଭିହିତ କରାଇବାକୁ ପଛାଇ ନଥିଲେ । ଯଦିଓ ୱକଫ ବିଲ୍ ପ୍ରସଙ୍ଗରେ ସାଂସଦମାନେ ନେଇଥିବା ନିଷ୍ପତ୍ତି ପଛରେ ସିଧାସଳଖ ପାଣ୍ଡିଆନଙ୍କ ଭୂମିକା ଥିବା ନେଇ ଦଳୀୟ ମହଲରେ ଓ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ତଥାପି ପ୍ରତାପ ଚିଠି ଲେଖି ‘ପାଣ୍ଡିଆନଙ୍କୁ ଷଡ଼ଯନ୍ତ୍ରକାରୀ’ର ଆଖ୍ୟା ଦେବାକୁ ପଛାଇ ନଥିଲେ । ସେହି ଚିଠିକୁ ଗଣମାଧ୍ୟମକୁ ସାର୍ବଜନୀନ କରି ନିଜେ ବାହାବା ସାଉଁଟିବାକୁ ଚାହିଁଥିଲେ । ଇତିମଧ୍ୟରେ ୫ମାସ ବିତିଯାଇଥିଲେ ମଧ୍ୟ ଏହି ଚିଠି ଉପରେ ନା ଦଳର ସୁପ୍ରିମୋ କିଛି କରିଛନ୍ତି ନା ଦଳର ରାଜନୀତିକ ବ୍ୟାପାର କମିଟି ଅବା ପୁଣି ଦଳର ସମନ୍ୱୟ କମିଟି । ଦଳୀୟ କଥାକୁ ଗଣମାଧ୍ୟମକୁ ଆଣି ପ୍ରତାପ କାହିଁକି ନବୀନ ଓ ପାଣ୍ଡିଆନଙ୍କ ସର୍ବସାଧାରଣରେ ନିନ୍ଦିତ କରାଇଲେ ସେନେଇ ମଧ୍ୟ ଦେବୀ ମିଶ୍ରଙ୍କ ନେତୃତ୍ୱାଧୀନ ଦଳର ଶୃଙ୍ଖଳା କମିଟି ନିରବ ରହିଛି । କମିଟି ଏପର୍ଯ୍ୟନ୍ତ କୌଣସି ଜଣେବି ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ କରିବାରେ ସକ୍ଷମ ହୋଇନଥିବାବେଳେ ପ୍ରତାପଙ୍କ ଦସ୍ତଖତରେ ଇତିମଧ୍ୟରେ ୧୪ଜଣ ନେତାଙ୍କୁ ନିଲମ୍ବିତ କରାଯାଇସାରିଛି । ପାର୍ଥସାରଥୀ ମୁଦୁଲି,ର୍ଶମିଷ୍ଠା ପ୍ରଧାନ, ସୁରଥ ପ୍ରଧାନ, ବିଭୂପ୍ରସାଦ ଦେହୁରୀ, ଅମରେଶ ଜେନା, ସୁଧାଂଶୁ ଶେଖର ଦେଓ,ପୂର୍ଣ୍ଣଚନ୍ଦ୍ର ଦାସ ଓ କୃଷ୍ଣ ଚନ୍ଦ୍ର ସ୍ୱାଇଁଙ୍କ ସମେତ ନୟାଗଡ଼ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ରଣପୁର ଏନଏସି ଅଧ୍ୟକ୍ଷ ରଙ୍ଗିନ ମହାନ୍ତି, ରାଜରାଙ୍ଗପୁର ମ୍ୟୁନିସପାଲଟି କାଉନସିଲର କୁଶାଲ ସିଂ, ପଦମପୁର ଏନଏସି ଉପାଧ୍ୟକ୍ଷ ଭାରତୀ ପଟ୍ଟନାୟକ, ଉମରକୋଟ ମ୍ୟୁନିସପାଲଟି ଉପାଧ୍ୟକ୍ଷ ସୁଧାଂଶୁ ସାହୁ ଓ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ନିଲମ୍ବନ ପ୍ରତାପଙ୍କ ଦସ୍ତଖତରେ ହୋଇଛି ।

ତେବେ ଦଳୀୟ ଶୃଙ୍ଖଳାକୁ ଭାଙ୍ଗୁଥିବା ନେତା ତଥା ମାହାଙ୍ଗା ଡବଲ ମର୍ଡର ମାମଲାର ୧୩ନମ୍ବର ଅଭିଯୁକ୍ତ ଓ ମହିଳା ୱାର୍ଡମେମ୍ବରଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ପ୍ରତାପ ଜେନାଙ୍କ ଭଳି ନେତା ଏବେ ବିଜେଡିରେ ତୁଣ୍ଡ ଖୋଲୁଥିବା ନେତାମାନଙ୍କୁ ନୀତି ଓ ନୈତିକତାର ପାଠ ପଢ଼ାଇବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Naveen Patnaik Pratap Jena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe