Advertisment

ଗୌତମବୁଦ୍ଧ ଦାସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରତାପ ନନା

ଆଜି ଶ୍ରୀ ଷଡଙ୍ଗୀ କହିଛନ୍ତି, ବିଧାୟକଙ୍କ ଆରୋପର କୌଣସି ଆଧାର ନାହିଁ। ମୁଁ ବିଧାୟକଙ୍କୁ ଆହ୍ୱାନ କରୁଛି, ସିଏ ତାଙ୍କ କଥାର ପ୍ରମାଣ କରାନ୍ତୁ। ଟଙ୍କା ଆସିବା ଚିଠି ଦେଖାନ୍ତୁ। ଯଦି ସିଏ ପ୍ରମାଣ ଦେଖାଇଦେବେ, ତାହାହେଲେ ମୁଁ ରାଜନୀତି ଛାଡ଼ିଦେବି। ମନ୍ଦିର ନିର୍ମାଣ ଟଙ୍କା ଆସିନାହିଁ।

BJD and BJP

BJD and BJP

Advertisment

ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ମିଛ କହୁଛନ୍ତି। ବାବା ଭୁଷଣ୍ଡେଶ୍ୱର ମନ୍ଦିର ପାଇଁ ଯଦି ଟଙ୍କା ଆସିଛି, ତାହାର ପ୍ରମାଣ ଦିଅନ୍ତୁ। ମନ୍ଦିର ନିର୍ମାଣ ପାଇଁ ଟଙ୍କା ଆସିଥିବାର ଓ ଫେରି ଯାଇଥିବାର ପ୍ରମାଣ ବିଧାୟକ ଦେଇଦେଲେ ମୁଁ ରାଜନୀତି ଛାଡ଼ିଦେବି। ଆଜି ଏମିତି ଢଙ୍ଗରେ ଗୌତମବୁଦ୍ଧ ଦାସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ।

Advertisment

ଆଜି ଶ୍ରୀ ଷଡଙ୍ଗୀ କହିଛନ୍ତି, ବିଧାୟକଙ୍କ ଆରୋପର କୌଣସି ଆଧାର ନାହିଁ। ମୁଁ ବିଧାୟକଙ୍କୁ ଆହ୍ୱାନ କରୁଛି, ସିଏ ତାଙ୍କ କଥାର ପ୍ରମାଣ କରାନ୍ତୁ। ଟଙ୍କା ଆସିବା ଚିଠି ଦେଖାନ୍ତୁ। ଯଦି ସିଏ ପ୍ରମାଣ ଦେଖାଇଦେବେ, ତାହାହେଲେ ମୁଁ ରାଜନୀତି ଛାଡ଼ିଦେବି। ମନ୍ଦିର ନିର୍ମାଣ ଟଙ୍କା ଆସିନାହିଁ। କେବଳ ଘୋଷଣା ହୋଇଥିଲା। କିଏ ଘୋଷଣା କରିଥିଲା? ପାଣ୍ଡିଆନ୍‌ ଘୋଷଣା କରିଥିଲା। ଏଇଟା କଣ କାହା ବୋପା ଜମିଟା କି ପାଣ୍ଡିଆନ୍‌ ଘୋଷଣା କରିଦେବ? ମୁଁ ପଚାରିବାକୁ ଚାହେଁ କେଉଁ ଆଧାରରେ ଘୋଷଣା ହୋଇଥିଲା? ଏଥିପାଇଁ ବଜେଟ୍‌ରେ କୌଣସି ବ୍ୟବସ୍ଥା ହୋଇଥିଲା କି? ବିଧାୟକ ଯାହା କହୁଛନ୍ତି, ତାହା ସତ୍ୟ ନୁହେଁ। କିନ୍ତୁ ଆମେ ବାବା ଭୁଷଣ୍ଡେଶ୍ୱର ପୀଠର ଉନ୍ନତି ପାଇଁ ସର୍ବାଙ୍ଗ ଉନ୍ନତି କରିବୁ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ଗତ ୯ ତାରିଖରେ ବିଧାୟକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ସରକାରଙ୍କ ଉପରେ ବାର୍ଷିଥିଲେ। ଶ୍ରୀ ଦାସ କହିଥିଲେ, ବିଜେଡି ସରକାର ସମୟରେ ଭୁଷଣ୍ଡେଶ୍ଵରଙ୍କ ପାଇଁ ୩ କୋଟି ଓ ଗଙ୍ଗାମାତାଙ୍କ ମନ୍ଦିର ପାଇଁ ୧ କୋଟି ଟଙ୍କା ଦିଆଯାଇଥିଲା। ଏବେ ସେହି ଅର୍ଥ ବିଜେପି ସରକାର ଫେରାଇ ନେଇଥିବା ଶ୍ରୀ ଦାସ ଅଭିଯୋଗ କରିଥିଲେ। ଶ୍ରୀ ଦାସଙ୍କ ଅଭିଯୋଗ ପରେ ଚିଇଁକି ଉଠିଥିଲା ବିଜେପି। ଆଉ ତା’ପରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ ରାଜନୀତି।

Advertisment

ବଙ୍ଗୋପସାଗର କୂଳ ଝାଉଁବଣ ଭିତରେ କୁମ୍ଭୀରଗଡି ଗାଁରେ ବିଜେ କରିଛନ୍ତି ବାବା ଭୁଷଣ୍ଡେଶ୍ଵର ମହାଦେବ। ବାବାଙ୍କ ଶିବଲିଙ୍ଗ ଏସିଆ ମହାଦେଶର ସର୍ବ ବୃହତ ଶିବଲିଙ୍ଗ ବୋଲି ଚର୍ଚ୍ଚା ହେଉଛି। ଉତ୍ତର ଓଡ଼ିଶାର ଅନ୍ୟତମ ଶୈବପୀଠ ଭାବେ ବେଶ୍‌ ପରିଚିତ। ୧୦ ବର୍ଷ ତଳେ ଏହି ଐତିହାସିକ ମନ୍ଦିର ଭାଙ୍ଗି ଯାଇଥିବାରୁ ବାବା ଏକ ଟିଣ ଘର ଭିତରେ ପୂଜା ପାଉଥିଲେ। ତେଣୁ ପୂର୍ବ ବିଜେଡି ସରକାର ବାବା ଭୁଷଣ୍ଡେଶ୍ଵର ମହାଦେବଙ୍କ ମନ୍ଦିର ପାଇଁ ୩ କୋଟି ଓ ଉଦୟପୁର ଗଙ୍ଗାମାତା ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ କୋଟିଏ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ। ହେଲେ ଟଙ୍କା ଦେଇନଥିଲେ। ଯେଉଁଥିପାଇଁ ଦରଗଢ଼ା ଅବସ୍ଥାରେ ମନ୍ଦିର ପଡିଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Bjp BjD Balasore Pratap Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe