Advertisment

Politics: ବିଜେଡିରୁ ବିଦା ହେବା ପରେ ମନ ଖୋଲି କହିଲେ ପ୍ରଭାତ, ଦେବାଶିଷଙ୍କ ଉପରେ ବର୍ଷିଲେ

ସିବିଆଇ ଗିରଫ ସଂପର୍କରେ ପ୍ରଭାତ କହିଛନ୍ତି, ମୋତେ ଷଡ଼ଯନ୍ତ୍ରକରି ଫସାଇ ଦେଇଛନ୍ତି। ସେଥିପାଇଁ ମୁଁ ନାଲି ପୋଷାକ ପିନ୍ଧିଛି। ମୋତେ ସିବିଆଇ ଗିରଫ କରିବା ପଛରେ ରହିଛି ଷଡ଼ଯନ୍ତ୍ର।

Prai
Advertisment

ବିଜେଡିରୁ ବିଦା ହେବା ପରେ ଆଜି ସାମ୍ୱାଦିକ ସମ୍ମିଳନୀ କରିଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ଏଥିରେ ସେ ବିଜେଡି, ନବୀନ ପଟ୍ଟନାୟକ, ଚିଟଫଣ୍ଡ, ଦେବାଶିଷ ସାମନ୍ତରାୟ ଓ ଆଉ କିଛି କଥା ଉଠାଇଥିଲେ।

Advertisment

ପ୍ରଭାତ କହିଥିଲେ, ଦୀର୍ଘ ବର୍ଷ ଧରି ଦଳ ପାଇଁ ଅନେକ କାମ କରିଛି। ରାତି ଅନିଦ୍ରା ହୋଇଛି। ଦଳ କିପରି ସୁଦୃଢ ହେବ, ସେ ଦିଗରେ କାମ କରିଛି। ହେଲେ ଦଳ ଆଜି ମୋତେ ବାହାର କରିଦେଲା। ବହୁତ କଷ୍ଟ ହେଉଛି। ଗତକାଲି ନବୀନ କହିଲେ ତୁମନେ ମେରା ଶିଶା ତୋଡାଥା । ଏହି କଥା ମୋତେ ବହୁତ କଷ୍ଟ ଦେଇଛି। ଦଳ ପାଇଁ ଏତେ କାମ କରି ଶେଷରେ ଏଇ କଥା କହିଲେ ନବୀନ। 

ସିବିଆଇ ଗିରଫ କରିବା ସଂପର୍କରେ ପ୍ରଭାତ କହିଛନ୍ତି, ମୋତେ ଷଡ଼ଯନ୍ତ୍ରକରି ଫସାଇ ଦେଇଛନ୍ତି। ସେଥିପାଇଁ ମୁଁ ନାଲି ପୋଷାକ ପିନ୍ଧିଛି। ମୋତେ ସିବିଆଇ ଗିରଫ କରିବା ପଛରେ ରହିଛି ଷଡ଼ଯନ୍ତ୍ର। ବିଜେଡିର ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବବି ଦାସଙ୍କ ସହ ଦେବାଶିଷ ସାମନ୍ତରାୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ। ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କଟକରେ ଧାରଣା ଓ ପ୍ରତିବାଦ କରିବା ପାଇଁ କହିଥିଲେ। ମୁଁ ସେଥିରେ ରାଜି ହୋଇନଥିଲି। ଏହା ପରେ ନବୀନଙ୍କୁ କହି ଫୋନ କରେଇଲେ। ନବୀନ ମଧ୍ୟ କହିଲେ ଧର୍ମେନ୍ଦ୍ରଙ୍କ ବିରୋଧରେ ଧାରଣା ଦିଅ। ସେହି ରାଗ ସୁଝାଇଲେ ମୋ ଉପରେ। ଟ୍ରେଜେରୀ ଅଫିସରେ ନକଲି ଷ୍ଟାମ୍ପ ପେପର କରି ମୋ ପତ୍ନୀଙ୍କୁ ଟଙ୍କା ଦେଇଥିବା କରିଦେଲେ। ସେଥିପାଇଁ ମୁଁ ସିବିଆଇ ଦ୍ୱାରା ଗିରଫ ହେଇଥିଲି। ଏହି ଷ୍ଟାମ୍ପ ପେପର ମଧ୍ୟ ସିବିଆଇ ର ହସ୍ତଗତ ହୋଇଛି, ସତ ସାମ୍ନାକୁ ଆସିବ।

Advertisment

ଗତକାଲି ଦେବାଶିଷ ସାମନ୍ତରାୟ ପ୍ରଭାତଙ୍କୁ କୃତଘ୍ନ ଓ ବେଇମାନ ଲୋକ କହିଥିବାବେଳେ, ତାହାର କଡା ଜବାବ ଦେଇଛନ୍ତି ପ୍ରଭାତ।

ସେ କହିଛନ୍ତି, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଚରିତ୍ର ସମସ୍ତେ ଜାଣନ୍ତି। ସେ ଜଣେ ମଦୁଆ, ଗୁଣ୍ଡା ଓ ଚରିତ୍ରହୀନ ବ୍ୟକ୍ତି। ସେ ସ୍ଵାଧୀନ ଭାବେ କର୍ପୋରେଟର ହୋଇ ନିର୍ବାଚନ ଲଢନ୍ତୁ ଦେଖିବା। ସେ କର୍ପୋରେଟର ନିର୍ବାଚନ ମଧ୍ୟ ଜିତି ପାରିବେନି। ବିଜେଡିରେ ରହି କେବଳ ଠିକାଦାରି କାମ କରୁଛନ୍ତି। AT ଚିଟଫଣ୍ଡ ଠକେଇରେ ଦେବାଶିଷଙ୍କ ସଂପୃକ୍ତି ରହିଥିଲା। ତାଙ୍କ ଡ଼୍ରାଇଭର ଓ ଗାଡି ମଧ୍ୟ ଜବତ ହୋଇଥିଲା ସେ କଣ ମୋତେ ଚିଟଫଣ୍ଡରେ ସଂପୃକ୍ତ ବୋଲି କହୁଛନ୍ତି। କଟକ ସହରରେ ସଫେଇ କାର୍ଯ୍ୟ ପାଇଁ ଯେଉଁ ଠିକା ସଂସ୍ଥା ନେଇଥିଲା, ସେ ଓ ତାଙ୍କ ଲୋକ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି ।

ସେ ଆହୁରି କହିଥିଲେ ଯେ ଦେବାଶିଷ ସାମନ୍ତରାୟ ନିଜେ କହୁଥିଲେ ଯେ ନବୀନ କିଛି ନିଷ୍ପତ୍ତି ନିଅନ୍ତି ନାହିଁ। ପାଣ୍ଡିୟାନ ଓ ଦଳ ବିରୋଧରେ କହୁଥିଲେ। ଏବେ କହୁଛନ୍ତି ନବୀନ ନିଷ୍ପତ୍ତି ନେଉଛନ୍ତି। ମୋର ରାଜନୀତିକ କ୍ୟାରିଅର ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ଯେତେ ଚକ୍ରାନ୍ତ କଲେ ବି ମତେ ଜେଲ ପଠେଇ ପାରିଲେ ନାହଁ । ବେପାର କରିବା ପାଇଁ ବିଜେଡି ସହ ଅଛନ୍ତି ଦେବାଶିଷ ।

ପ୍ରତାପ ଜେନା, ଚନ୍ଦ୍ର ସାରଥୀ ବେହେରା, ଦେବାଶିଷ ସାମନ୍ତରାୟ, ରଞ୍ଜନ ବିଶ୍ଵାଳ, ପ୍ରଦୀପ ପଟ୍ଟନାୟକ ଭଳି ବ୍ୟକ୍ତିଙ୍କ ବିରୋଧରେ ଚୌଦ୍ଵାର ଜେଲରୁ ଚିଠି ଆସିଥିଲା। ସେମାନେ ଜେଲ କମିଟିରେ କେମିତି ରହିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତ।

ସେ କହିଥିଲେ, ଦଳୀୟ ପାଣ୍ଠି ହଡପ ହୋଇଥିବା ସନ୍ଦେହ ହେଉଛି। ରାଜ୍ୟ ବାହାରେ ଆକାଉଣ୍ଟ ଖୋଲି ଦଳୀୟ ପାଣ୍ଠି ରଖିଛନ୍ତି କାହିଁକି? ସେ ଟଙ୍କା ରଖିବା ପାଇଁ କିଏ ଦେଲା ଅନୁମତି? ସେଥିରେ ତିନି ଜଣ ଙ୍କ ନାଁ ରହିଥିବା ବେଳେ ସଂତୃପ୍ତ ମିଶ୍ର ମଧ୍ୟ ରହିଛନ୍ତି। ସେ କଥା ପଚାରିଥିଲି ନବୀନଙ୍କୁ ।

ସେପଟେ ପ୍ରଭାତଙ୍କ ସମର୍ଥନରେ ଆଜି ଏକାଠି ହୋଇଥିଲେ ଶହ ଶହ କର୍ମୀ। ଏଭଳି ନିଷ୍ପତ୍ତି ଠିକ ନୁହେଁ ବୋଲି କହିଛନ୍ତି ସେମାନେ । ଏହାସହ ସେମାନେ ଦଳ ସହ ନୁହେଁ, ପ୍ରଭାତ ବିଶ୍ଵାଳଙ୍କ ସହ ରହିବେ ବୋଲି କହିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe