/odisha-reporter/media/media_files/2026/03/07/mamata-murmu-2026-03-07-19-11-16.jpg)
ମମତା (ବାମ) ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଭାକୁ ଅସମ୍ମାନ! ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତୃଣମୂଳ କଂଗ୍ରେସ-ଶାସିତ ପଶ୍ଚିମବଙ୍ଗ ସରକାରର ଆଚରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପଶ୍ଚିମବଙ୍ଗରେ ହେବାକୁ ଥିବା `ନବମ ଆନ୍ତର୍ଜାତିକ ସାନ୍ତାଳୀ ମହୋତ୍ସବ’ର ସଭାସ୍ଥଳକୁ ଶେଷ ମୁହୂର୍ତ୍ତରେ ବଦଳାଇ ଦିଆଯାଇଥିବାରୁ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ।
ରାଷ୍ଟ୍ରପତି (President) କହିଛନ୍ତି- ମୁଁ ଶୁଣିଲି ପ୍ରସ୍ତାବିତ ସଭାସ୍ଥଳଟି ସଙ୍କୁଚିତ ଓ ଭିଡ଼ ହେବ କହି ଶେଷ ମୁହୂର୍ତ୍ତରେ ବଦଳାଇ ଦିଆଯାଇଛି। ମମତା ଦିଦି ମୋର ସାନ ଭଉଣୀ ଭଳି। ମୁଁ ଜାଣେ ନାହିଁ ତାଙ୍କର ମୋ ବିରୋଧରେ କ’ଣ ଅଭିଯୋଗ ରହିଛି?
ଆନ୍ତର୍ଜାତିକ ସାନ୍ତାଳୀ ମହୋତ୍ସବକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଲେ- ବୋଧେ ସାନ୍ତାଳ ଏକାଠି ହୁଅନ୍ତୁ, କେହି ଚାହୁଁନାହାନ୍ତି! ସେମାନେ ବିକାଶ କରନ୍ତୁ, ଶିକ୍ଷା ପାଆନ୍ତୁ, ସଶକ୍ତ ହୁଅନ୍ତୁ ବୋଲି ବୋଧେ କେହି ଚାହୁଁନାହାନ୍ତି। ହେଲେ ମୁଁ ଜାଣେ ସାନ୍ତାଳୀମାନେ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଛନ୍ତି। ସେମାନଙ୍କର ଅବଦାନ ଇତିହାସରେ ଉପଯୁକ୍ତ ଭାବେ ଉଲ୍ଲେଖ କରାଯାଇନାହିଁ। ଜାଣିଶୁଣି ଏହାକୁ ଇତିହାସରେ ରଖାଯାଇନାହିଁ।
ପ୍ରଥମେ ଏହି ପ୍ରସ୍ତାବିତ ସଭାସ୍ଥଳ ଦାର୍ଜିଲିଂର ବିଧାନନଗରରେ ରଖାଯାଇଥିଲା। ମାତ୍ର ପରେ ପ୍ରଶାସନ ସଭାସ୍ଥଳକୁ ସିଲିଗୁଡ଼ିର ଗୋସାଇଁପୁରକୁ ଘୁଞ୍ଚାଇ ଦେଇଥିଲା।
ସମ୍ମିଳନୀରେ ଉଦ୍ବୋଧନ ଦେବା ପରେ ରାଷ୍ଟ୍ରପତି ପ୍ରଥମ ପ୍ରସ୍ତାବିତ ସଭାସ୍ଥଳକୁ ଯାଇଥିଲେ। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଦେଖି କହିଥିଲେ- ମୁଁ ଏଠି ଦେଖୁଛି 5 ଲକ୍ଷ ଲୋକ ଏକାଠି ହୋଇପାରିବେ। ପ୍ରଶାସନର ଉଦ୍ଦେଶ୍ୟ କ’ଣ ରହିଥିଲା, ମୁଁ ବୁଝିପାରୁନାହିଁ।
ରାଷ୍ଟ୍ରପତି କହିଥିଲେ- ଦୁଃଖର କଥା, ପ୍ରୋଟୋକଲ ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ବା କୌଣସି ରାଜ୍ୟ ମନ୍ତ୍ରୀ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କଲେ ନାହିଁ।
ଏହି ଘଟଣାକୁ ଉଲ୍ଲେଖ କରି ବିଜେପି ଆଇଟି-ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମମତା ବାନାର୍ଜୀଙ୍କ ସରକାରଙ୍କୁ ଆକ୍ଷେପ କରି ଟ୍ବିଟ୍ କରିଛନ୍ତି। ସେ ଲେଖିଛନ୍ତି- ଯେତେବେଳେ ଗୋଟିଏ ରାଜ୍ୟ ସରକାର ରାଷ୍ଟ୍ରପତିଙ୍କ ଅଫିସର ସମ୍ମାନକୁ ଅସମ୍ମାନିତ କରେ, ଏହା କେବଳ ପ୍ରଶାସନିକ ବିଫଳତା ନୁହେଁ, ଏହା ସାମ୍ବିଧାନିକ ଔଚିତ୍ୟ ଓ ଶାସନର ବିଫଳତାକୁ ଦର୍ଶାଇଥାଏ।
(Politics) ଏହି ଘଟଣାକୁ କଂଗ୍ରେସର ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ ନାପସନ୍ଦ କରିଛନ୍ତି। ସେ କହିଛନ୍ତି- ରାଷ୍ଟ୍ରପତି ହେଉଛନ୍ତି ଦେଶର ମୁଖ୍ୟ। ଯାହା ହୋଇଛି, ସେହି ପଦ ପାଇଁ ଠିକ୍ ହୋଇନାହିଁ।
ତେବେ ତୃଣମୂଳ କଂଗ୍ରେସ ମୁଖପାତ୍ର ଅରୂପ ଚକ୍ରବର୍ତ୍ତୀ କହିଛନ୍ତି- ଭାରତର ନିର୍ବାଚନ କମିଶନଙ୍କ ପାଇଁ ଏଭଳି ଘଟଣା ଘଟିଛି। ଆମ ମୁଖ୍ୟମନ୍ତ୍ରୀ ଏବେ ଲୋକଙ୍କ ଅଧିକାର ପାଇଁ ଲଢ଼ୁଛନ୍ତି। ଆମେ ଜାଣୁ ଆମ ରାଷ୍ଟ୍ରପତି ଜଣେ ବହୁତ ଭଲ ମଣିଷ, ସେ ମମତା ବାନାର୍ଜୀଙ୍କ ଅସହାୟତା ବୁଝିପାରୁଥିବେ।
This is shameful and unprecedented. Everyone who believes in democracy and the empowerment of tribal communities is disheartened.
— Narendra Modi (@narendramodi) March 7, 2026
The pain and anguish expressed by Rashtrapati Ji, who herself hails from a tribal community, has caused immense sadness in the minds of the people… https://t.co/XGzwMCMFrT
ମମତା ବାନାର୍ଜୀଙ୍କ ସରକାରର ଏଭଳି ଆଚରଣକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ତାଙ୍କ Xରେ ଉଲ୍ଲେଖ କରିଛନ୍ତି- ଏହି ଘଟଣା ଅତ୍ୟନ୍ତ ଲଜ୍ଜାଜନକ ଓ ଅଭୂତପୂର୍ବ। ଆଦିବାସୀ ସଂପ୍ରଦାୟରୁ ଆସିଥିବା ଜଣେ ରାଷ୍ଟ୍ରପତି ନିଜେ ଯାହା ଉଲ୍ଲେଖ କରିଛନ୍ତି ତାହା ଭାରତର ଲୋକଙ୍କ ମନରେ ଆଘାତ ଦେଇଛି। ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାର ସବୁ ସୀମା ଟପିଯାଇଛନ୍ତି। ରାଷ୍ଟ୍ରପତିଙ୍କ ଅଫିସ୍ ରାଜନୀତିର ଉପରେ। ଏହି ଅଫିସର ମର୍ଯ୍ୟାଦା ସବୁବେଳେ ରକ୍ଷା କରାଯିବା ଉଚିତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
