Advertisment

ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ସକାଳ ୯ଟାରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବାହାରି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ। ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Droupadi murmu

Droupadi murmu

ରାଷ୍ଟ୍ରପତିଙ୍କ ୫ ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ।

Advertisment

ଶ୍ରୀକ୍ଷେତ୍ର ପୁରୀରେ ଆଜି ଦିନତମାମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି। ସକାଳ ୯ଟାରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବାହାରି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ। ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ପରେ  ମା’ ବିମଳା ଓ ଲକ୍ଷ୍ମୀଙ୍କୁ ବି ଦର୍ଶନ କରିବେ ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସକାଳେ କିଛି ଘଣ୍ଟା ଲାଗି ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ଦର୍ଶନ ପରେ ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ପ୍ରତିଷ୍ଠା ଦିବସ ଓ ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେବେ ମହାମହିମ।  ସେଠାରୁ ମଧ୍ୟାହ୍ନ ୧୨ଟାରେ ପୁରୀ ରାଜଭବନ ଫେରି ଭୋଜନ କରିବେ ରାଷ୍ଟ୍ରପତି।

Advertisment

ଅପରାହ୍ଣରେ ପୁରୀ ବ୍ଳୁ ଫ୍ଳାଗ୍ ବିଚରେ ଆୟୋଜିତ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ରାଷ୍ଟ୍ରପତି। ସେଠାରେ ସଂଧ୍ୟା ୫ଟା ୪୫ ମିନିଟ ଯାଏଁ ନୌବୀରଙ୍କ ପରାକ୍ରମ ଦେଖିବେ ମହାମହିମ।

Puri President Of India