Advertisment

ଆଜି OUAT ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ।

ଅଦ୍ୟତନ ହୋଇଛି
president of india

president of india

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ଆଜି ରାଜଧାନୀ ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କର ଅନେକ କାର୍ଯ୍ୟକ୍ରମ ରହିଛି। OUATର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ଏଥିସହ ନୂତନ ଜୁଡିସିଆଲ୍ କୋର୍ଟ କଂପ୍ଲେକ୍ସର ଉଦଘାଟନୀ ଉତ୍ସବରେ ମଧ୍ୟ ମୁଖ୍ୟ ଅତିଥି ଭାବେ ସାମିଲ ହେବେ। ପରେ ରାଜଭବନ ଫେରି ଡିନର କରିବା ସହ ରାତ୍ରିଯାପନ କରିବା କାର୍ଯ୍ୟକ୍ରମ ରହିଛି।

ଗତକାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିସହ ନେଭି ଡେ ସେଲିବ୍ରେସନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି। ଆଜି ରାଷ୍ଟ୍ରପତି ସକାଳ ୯ଟା ୩୫ରେ ପୁରୀ ରାଜଭବନରୁ ବାହାରି ତାଳବଣିଆ ହେଲିପ୍ୟାଡରୁ ଭୁବନେଶ୍ୱର ଅଭିମୁଖେ ୧୦ଟା ୫ରେ ବାହାରିବେ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଓୟୁଏଟି କ୍ୟାଂପସକୁ ଯିବେ ରାଷ୍ଟ୍ରପତି। ଓୟୁଏଟି କାର୍ଯ୍ୟକ୍ରମ ପରେ ରାଜଭବନ ଆସି ମଧ୍ୟାହ୍ନ ଭୋଜନ କରିବେ। ପରେ ଅପରାହ୍ଣରେ ଭୁବନେଶ୍ୱରରେ ଜୁଡିସିଆଲ୍ କୋର୍ଟ କଂପ୍ଲେକ୍ସ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି।

Advertisment
Bhubaneswar President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe