Advertisment

ସରକାର ଗଠନ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି, ୯ରେ ଶପଥ ସମାରୋହ

ଆସନ୍ତା ୯ ତାରିଖ ଅର୍ଥାତ ରବିବାର ମୋଦି କ୍ରମାଗତ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ପଣ୍ଡିତ ଜବାହରଲାଲ ନେହରୁଙ୍କ ପରେ ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ଅର୍ଜନ କରିବେ।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ନରେନ୍ଦ୍ର ମୋଦିଙ୍କୁ ଦେଶରେ ପରବର୍ତ୍ତୀ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି। ବିଜେପି ନେତୃତ୍ୱାଧୀନ ଏନଡିଏର ନେତା ନିର୍ବାଚିତ ହେବା ପରେ ଆଜି ମୋଦି ସନ୍ଧ୍ୟାରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଥିଲେ। ଏହି ସମୟରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ଏଥିସହ ରାଷ୍ଟ୍ରପତି ମୁର୍ମ ପ୍ରଧାନମନ୍ତ୍ରୀର ମୋଦିଙ୍କୁ ଦହି-ଚିନି ଖୁଆଇ ଦେଇଛନ୍ତି। 

Advertisment

ଏହାପୂର୍ବରୁ ମୋଦି ଏନଡିଏର ନେତା ନିର୍ବାଚିତ ହୋଇଥିବା ନେଇ ଗୋଟିଏ ସମର୍ଥନପତ୍ର ରାଷ୍ଟ୍ରପତି ମ୍ୟାଡାମଙ୍କ ପାଖରେ ପହଞ୍ଚିଥିଲା। ଏହାକୁ ଦେଖିବା ପରେ ରାଷ୍ଟ୍ରପତି ସନ୍ଧ୍ୟାରେ ମୋଦିଙ୍କୁ ଡାକି ସରକାର ଗଠନ ପାଇଁ କହିଛନ୍ତି। 

ଆସନ୍ତା ୯ ତାରିଖ ଅର୍ଥାତ ରବିବାର ମୋଦି କ୍ରମାଗତ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ପଣ୍ଡିତ ଜବାହରଲାଲ ନେହରୁଙ୍କ ପରେ ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ଅର୍ଜନ କରିବେ।

Advertisment

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ମୋଦି କହିଛନ୍ତି “ରାଷ୍ଟ୍ରପତି ମୋତେ ଏବେ ଡାକିଥିଲେ ଓ ମୋତେ ପରବର୍ତ୍ତୀ ସରକାର ଗଠନ ହେବା ଯାଏ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାମ କରିବାକୁ କହିଛନ୍ତି।

ସେ ମୋତେ ଶପଥ ସମାରୋହ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ଆମେ ଜୁନ ୯ ତାରିଖ ସନ୍ଧ୍ୟାରେ ଶପଥପାଠ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ଥିବା ମୁଁ ତାଙ୍କୁ ଜଣାଇଛି। ଏବେ ରାଷ୍ଟ୍ରପତି ଭବନ ପକ୍ଷରୁ ବାକି କାମ କରାଯିବ। ଶପଥ ପାଠ କାର୍ଯ୍ୟକ୍ରମ ପ୍ରସ୍ତୁତି ମଧ୍ୟରେ ଆମେ ରାଷ୍ଟ୍ରପତିଙ୍କୁ ମନ୍ତ୍ରିମଣ୍ଡଳର ତାଲିକା ପ୍ରଦାନ କରିବୁ। ଏହାପରେ ଶପଥପାଠ କାର୍ଯ୍ୟକ୍ରମ ଆୟୋଜନ ହେବ। ଆଜି ସକାଳେ ଏନଡିଏର ସବୁ ସହଯୋଗୀ ଦଳ ମୋତେ ପୁଣି ଥରେ ଏହି ପଦରେ କାମ କରିବାକୁ ଚୟନ କରିଥିଲେ।”

ଚଳିତ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରି ପାରି ନାହିଁ। କିନ୍ତୁ ବିଜେପି ସହ ଥିବା ଟିଡିପି, ଜେଡିୟୁ, ଶିବସେନେ ଓ ଏଲଜେପି(ଆର) ମିଳିତ ଭାବେ ସରକାର ଗଠନ କରିବାକୁ ଆବଶ୍ୟକ ୨୭୨ ଅଙ୍କକୁ ବେଶ ସହଜରେ ହାସଲ କରିନେଇଛନ୍ତି। ଆଜି ମେଣ୍ଟ ପକ୍ଷରୁ ଏନଡିଏରେ ଥିବା ସାଂସଦମାନଙ୍କ ତାଲିକା ମଧ୍ୟ ରାଷ୍ଟ୍ରପତିଙ୍କୁ ଦିଆଯାଇଛି।

PM Modi President Of India