Advertisment

ମଣିପୁର ପ୍ରସଙ୍ଗରେ ବିରୋଧୀ ସାଂସଦଙ୍କୁ ଭେଟିବେ ରାଷ୍ଟ୍ରପତି ମୁର୍ମୁ

ବୁଧବାର ଦିନ ୧୧.୩୦ରେ ରାଷ୍ଟ୍ରପତି ବିରୋଧୀ ଦଳର ସାଂସଦମାନଙ୍କୁ ଭେଟିବେ।

ଅଦ୍ୟତନ ହୋଇଛି
President

President

Advertisment

ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳର ସାଂସଦମାନଙ୍କୁ ଭେଟିବାକୁ ରାଜି ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରାୟ ୩ ମାସ ହେଲା ମଣିପୁର ଜଳୁଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଚିନ୍ତାରେ ଅଛନ୍ତି। ଏଥିସହ ରାଷ୍ଟ୍ରପତି ସେମାନଙ୍କ କଥା ଶୁଣନ୍ତି ବୋଲି ଅନୁରୋଧ କରି କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ ଗୋଟିଏ ଚିଠି ରାଷ୍ଟ୍ରପତି ମୁର୍ମୁଙ୍କୁ ଲେଖିଥିଲେ। ଏହାକୁ ସେ ଗ୍ରହଣ କରି ଭେଟିବାକୁ ସମୟ ଦେଇଛନ୍ତି। ବୁଧବାର ଦିନ ୧୧.୩୦ରେ ସେ ବିରୋଧୀ ଦଳର ସାଂସଦମାନଙ୍କୁ ଭେଟିବେ। 

Advertisment

ଜୁଲାଇ ୨୦ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ଉଭୟ ଲୋକସଭା ଓ ରାଜ୍ୟସଭାରେ ନାରାବାଜୀ କରୁଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରୁଛନ୍ତି।

ବିରୋଧୀ ଦଳଗୁଡ଼ିକ କହିଛନ୍ତି ଯେ ମଣିପୁର ସ୍ଥିତି ଅତ୍ୟନ୍ତ ଗମ୍ଭୀର ଓ ସେଠାରେ ହିଂସା ଯୋଗୁ ଅନେକ ଲୋକଙ୍କ ଜୀବନ ଗଲାଣି। ତେଣୁ ଏହାର ସମାଧାନ ପାଇଁ ସେମାନେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

Advertisment

ନିକଟରେ ବିରୋଧୀ ଦଳର ୨୧ ଜଣ ସାଂସଦ ମଣିପୁର ଗସ୍ତ କରି ସେଠାକାର ସ୍ଥିତି ତର୍ଜମା କରିଥିଲେ। ତେଣୁ ତୃଣମୂଳସ୍ତରରେ ଘଟୁଥିବା ଘଟଣା ସମ୍ପର୍କରେ ସେମାନେ ରାଷ୍ଟ୍ରପତି ମୁର୍ମୁଙ୍କୁ ଅବଗତ କରାଇବାର ଯୋଜନା ରହିଛି।

President Of India Opposition Droupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe