Advertisment

୨୮ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି; ବ୍ଲୁ ବୁକ୍ ଏସଓପି ଅନୁସାରେ ଦିଆଯିବ ସୁରକ୍ଷା

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପ୍ରସ୍ତୁତ ଆରମ୍ଭ କରିଦେଇଛି କମିଶନରେଟ୍ ପୁଲିସ।

author-image
Tapaswini Nayak
President of india

President of india

ଆସନ୍ତା ୨୮ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

Advertisment

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପ୍ରସ୍ତୁତ ଆରମ୍ଭ କରିଦେଇଛି କମିଶନରେଟ୍ ପୁଲିସ। ୪ ଦିନିଆ ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ ସ୍ଥାନରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପୂର୍ବରୁ ବ୍ଲୁ ବୁକ୍‌ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରୁଟ୍ ଲାଇନଠାରୁ ଆରମ୍ଭ କରି କାରକେଡ୍, ଟ୍ରାଫିକ ଓ ପାକିଂ ପାଇଁ ବ୍ୟବସ୍ଥା ହୋଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ଡିସିପି କହିଛନ୍ତି ଯେ, ରାଷ୍ଟପ୍ରତିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏହାସହ ନିରୀକ୍ଷଣ ଦାୟିତ୍ୱରେ ରହିବେ ୮୫ ଜଣ ଅଫିସର୍। ୩ଟି କ୍ୱିକ୍ ରେସ୍ପନ୍ସ ଟିମ, ୨ଟି ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍ ସୁରକ୍ଷା ଦାୟିତ୍ୱରେ ରହିବେ।

Advertisment

ସେହିପରି ୧୨ ଅତିରିକ୍ତ ଡିସିପି, ୨୫ ଏସିପି, ୪୦ ଇନ୍ସପେକ୍ଟର ଓ ୧୨୦ ଜଣ ଏସ୍‌ଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ। ୧୬୦ ଟ୍ରାଫିକ ଓ ୧୫୦ ହୋମଗାର୍ଡ ବି ସୁରକ୍ଷାରେ ନିୟୋଜିତ ହେବେ। ରାଷ୍ଟ୍ରପତିଙ୍କ ବ୍ଲୁ ବୁକ୍ ଗାଇଡଲାଇନ୍ ମୁତାବକ ପୁରା ସହରକୁ ପୁଲିସ ଛାଉଣୀରେ ପରିଣତ କରାଯିବ।

ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ସଡ଼କ ପଥରେ ରହିଥିବାରୁ ସେହି ଅନୁସାରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ତେବେ ୨୭ ତାରିଖରେ କାରକେଡ୍ ରିହର୍ସାଲ ହେବ ବୋଲି ଜଣାଯାଇଛି।

Bhubaneswar President Of India