ରାଷ୍ଟ୍ରପତି କରିବେ ୩ଟି ନୂଆ ଟ୍ରେନର ଶୁଭାରମ୍ଭ, ଦେଖନ୍ତୁ ଓଡ଼ିଶାରେ କେଉଁଠି ଚାଲିବ ଏସବୁ ଟ୍ରେନ୍‌

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟି ରାଇରଙ୍ଗପୁରଠାରେ ୩ଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ ।

ରାଷ୍ଟ୍ରପତି ୩ଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ PhotoOR

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Ordigital Desk
  • Published: Monday, 13 November 2023
  • Updated: 13 November 2023, 10:21 PM IST

Sports

Latest News

ଆସନ୍ତା ୨୧ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟି ରାଇରଙ୍ଗପୁରଠାରେ ୩ଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ । ଏହି ୩ଟି ନୂଆ ଟ୍ରେନ ବାଦାମପାହାଡ଼/ରାଇରାଙ୍ଗପୁର ଷ୍ଟେସନ ମଧ୍ୟ ଦେଇ ଚଳପ୍ରଚଳ କରିବ ବୋଲି ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତା ୨୦ତାରିଖରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତବେଳେ ରାଷ୍ଟ୍ରପତି ଉକ୍ତ ୩ଟି ଟ୍ରେନର ଉଦଘାଟନ କରିବେ । ରାଷ୍ଟ୍ରପତିଙ୍କ ନିଜ ଜନ୍ମମାଟି ରାଇରଙ୍ଗପୁର ଓ ବାଦାମପାହାଡ଼ ଷ୍ଟେସନକୁ ଏକ୍ସପ୍ରେସ୍ ଓ ମେଲ୍ ଟ୍ରେନ ଚଳାଚଳ କରାଇବା ନିମନ୍ତେ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା ।

Also Read

ରେଳବାଇ ସୂତ୍ରରୁ ଜଣାପଡ଼ିଛି ଯେ, ନୂଆ ଟ୍ରେନକୁ ରାଷ୍ଟ୍ରପତି ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ଟ୍ରେନକୁ ପତାକା ଦେଖାଇ ଉଦଘାଟନ କରିବା ପରେ ସେ ଟ୍ରେନରେ ଯାତ୍ରା କରିବେ । ପ୍ରଥମ ଟ୍ରେନଟି ଶାଲିମାର(କୋଲକାତା)-ବାଦାମପାହାଡ଼ା-ଶାଲିମାର ସାପ୍ତାହିକ ଏକ୍ସପ୍ରେସ ଯାହାକି ଶାଲିମାରରୁ ପ୍ରତ୍ୟେକ ଶନିବାର ରାତି ୧୧ଟା ୫ମିନିଟରେ ଛାଡ଼ିବ ଓ ବାଦାମପାହାଡ଼ଠାରେ ତା’ ପରଦିନ ସକାଳ ୫ଟା ୪୦ମିନିଟରେ ପହଂଚିବ । ସେହିପରି ରିଟର୍ଣ୍ଣ ଟ୍ରେନ ବାଦାମପାହାଡ଼ରୁ ପ୍ରତ୍ୟେକ ରବିବାର ରାତି ସାଢ଼େ ୯ଟାରେ ଛାଡ଼ିବ ଓ ପରଦିନ ସକାଳ ୫ଟାରେ ଶାଲିମାରରେ ପହଂଚିବ । ଏହି ଟ୍ରେନ ବହଳଦା ରୋଡ, ଅଁଳାଜୋରି ଓ ରାଇରାଙ୍ଗପୁରଠାରେ ରହଣୀ କରିବ ।

ଦ୍ୱିତୀୟ ଟ୍ରେନଟି ବାଦାମପାହାଡ଼-ରାଉରକେଲା-ବାଦାମପାହାଡ ସାପ୍ତାହିକ ଏକ୍ସପ୍ରେସ୍ ଚଳପ୍ରଚଳ କରିବ । ଯାହାକି ବାଦାମପାହାଡ଼ରୁ ପ୍ରତି ରବିବାର ସକାଳ ୬ଟା ୧୦ମିନିଟରେ ଛାଡ଼ିବ ଓ ରାଉରକେଲାରେ ସେହି ଦିନ ପୂର୍ବାହ୍ନ ୧୧ଟା ୪୦ ମିନିଟରେ ପହଂଚିବ । ଉକ୍ତ ରିଟର୍ଣ୍ଣ ଟ୍ରେନ ରାଉରକେଲାରୁ ପ୍ରତି ରବିବାର ଅପରାହ୍ନ ୨ଟା ୨୦ମିନିଟରେ ଛାଡ଼ି ବାଦାମପାହାଡ଼ଠାରେ ସନ୍ଧ୍ୟା ୭ଟା ୨୫ମିନିଟରେ ପହଂଚିବ । ଏହି ଟ୍ରେନ ରାଇରଙ୍ଗପୁର, ଅଁଳାଜୋରି ଓ ବହଳଦା ରୋଡଠାରେ ରହଣୀ କରିବ ।

ସେହିପରି ତୃତୀୟ ଟ୍ରେନଟି ଟାଟାନଗର-ବାଦାମପାହାଡ଼-ଟାଟାନଗର ମଧ୍ୟରେ ସପ୍ତାହକୁ ୬ଦିନ ଚଳପ୍ରଚଳ କରିବ । କେବଳ ରବିବାର ବ୍ୟତୀତ ଏହି ଟ୍ରେନ ପ୍ରତ୍ୟେକ ଦିନ ସକାଳ ୯ଟା ୫୫ମିନିଟରେ ଟାଟାନଗରରୁ ବାହାରି ବାଦାମପାହାଡ଼ଠାରେ ସେହିଦିନ ପୂର୍ବାହ୍ନ ୧୨ଟା ୧୫ମିନିଟରେ ପହଂଚିବ । ରିଟର୍ଣ୍ଣ ଟ୍ରେନ ରବିବାର ବ୍ୟତୀତ ୧୨ଟା ୪୫ମିନିଟରେ ବାହାରି ଉକ୍ତଦିନ ଅପରାହ୍ନ ୩.୨୦ମିନିଟରେ ପହଂଚିବ । ଏହି ଟ୍ରେନଟି ଅଁଳାଜୋରି, ରାଇରଙ୍ଗପୁର ଓ କୁଳଡିହା ଷ୍ଟେସନରେ ରହଣୀ କରିବ ।

ଏବେ ବାଦାମପାହାଡ଼ ଓ ଟାଟାନଗର ମଧ୍ୟରେ ରାଇରଙ୍ଗପୁର ଷ୍ଟେସନ ଦେଇ ୨ଟି ସ୍ପତନ୍ତ୍ର ପାସେଞ୍ଜର ଟ୍ରେନ ଚଳପ୍ରଚଳ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story