Advertisment

ଗାଜାରେ ହିଂସା ବନ୍ଦ ପାଇଁ ଭାରତ ସରକାରଙ୍କୁ ଚିଠି ଲେଖିଲା କଂଗ୍ରେସ

ଆମେରିକା, ଇସ୍ରାଏଲ ଓ ୟୁରୋପ ୟୁନୟନ ଉପରେ ଚାପ ପକାଇ ଭାରତ ସରକାର ଗାଜାରେ ଚାଲିଥିବା ହିଂସାକୁ ରୋକିବା ପାଇଁ ଚେଷ୍ଟା କରନ୍ତୁ ବୋଲି ଆଜି କଂଗ୍ରେସ ଦାବି କରିଛି।

Congress

Congress

Advertisment

ଆମେରିକା, ଇସ୍ରାଏଲ ଓ ୟୁରୋପ ୟୁନୟନ ଉପରେ ଚାପ ପକାଇ ଭାରତ ସରକାର ଗାଜାରେ ଚାଲିଥିବା ହିଂସାକୁ ରୋକିବା ପାଇଁ ଚେଷ୍ଟା କରନ୍ତୁ ବୋଲି ଆଜି କଂଗ୍ରେସ ଦାବି କରିଛି। ଇସ୍ରାଏଲ ଓ ହମାସ ଯୁଦ୍ଧ ଯୋଗୁ ଗାଜାରେ ରକ୍ତପାତ ଦେଖିବାକୁ ମିଳିଛି। ଏହାକୁ ନେଇ କଂଗ୍ରେସ ଚିନ୍ତା ପ୍ରକଟ କରିବା ସହ ଭାରତ ସରକାରଙ୍କୁ ଚିଠି ଲେଖିଛି।

Advertisment

କଂଗ୍ରେସ ନେତା ଜୟରାମ ରମେଶଙ୍କ ଦସ୍ତଖତ ଥିବା ଚିଠିରେ କୁହାଯାଇଛି ଯେ “ ହମାସର ନିନ୍ଦନୀୟ ଆକ୍ରମଣ ପରେ ଇସ୍ରାଏଲ କରୁଥିବା ହମଲା ନରସଂହାର ସହ ସମାନ। ନବଜାତମାନେ ମଧ୍ୟ ମେଡିକାଲ କେୟାରରୁ ବଞ୍ଚିତ ହୋଇଛନ୍ତି। ଯୁଦ୍ଧ ସମୟରେ ମଧ୍ୟ ଏପରି କାମ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ଅଦ୍ଭୂତ। ବର୍ତ୍ତମାନ ଉତ୍ତେଜନା ହ୍ରାସ କରି ତୁରନ୍ତ ଅସ୍ତ୍ରବିରତି ଲାଗୁ କରିବାର ସମୟ।

ସାଧାରଣ ଲୋକ, ହସ୍ପିଟାଲ ଓ ଗାଜାରେ ଥିବା ଆବାସିକ ଅଞ୍ଚଳରେ କରାଯାଉଥିବାର ହମଲା ଅତ୍ୟନ୍ତ ଅମାନବୀୟ। ଏହା ଯୁଦ୍ଧ ପାଇଁ ଅନ୍ତର୍ଜାତୀୟସ୍ତରରେ ପ୍ରଚଳିତ ସମସ୍ତ ଆଇନକୁ ଉଲ୍ଲଙ୍ଘନ କରୁଛି। ନରସଂହାର ପାଇଁ ଇସ୍ରାଏଲର ନେତୃବୃନ୍ଦମାନେ ଉସକାଇବା ଚିନ୍ତାଜଚନକ। ନିଜେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଗାଜାକୁ ଧ୍ୱଂସ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

Advertisment

ଅନେକ ପ୍ରଭାବଶାଳୀ ଦେଶ ଯେଉଁମାନେ ମାନବାଧିକାର ସମ୍ପର୍କରେ ଭାଷଣ ଦେଉଥିଲେ ସେମାନେ ଇସ୍ରାଏଲକୁ ସମର୍ଥନ କରିବା ଅତ୍ୟନ୍ତ ଚିନ୍ତାଜନକ। ପୂରା ବିଶ୍ୱ ଚୁପ ହୋଇ ରହିପାରିବ ନାହିଁ। ଭାରତ ସରକାର ଆମେରିକା, ଇସ୍ରାଏଲ ଓ ଇୟୁ ଉପରେ ଚାପ ପକାଇ ଗାଜାରେ ଚାଲିଥିବା ହିଂସାକୁ ରୋକିବାକୁ ଚେଷ୍ଟା କରନ୍ତୁ।”

ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଗାଜା ଷ୍ଟ୍ରିପ ଏକ ପ୍ରକାରର ଛିନଛତ୍ର ହୋଇଯାଇଛି।

Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe