Advertisment

କାର୍ଯ୍ୟକର୍ତ୍ତା ସମୀକ୍ଷା ବୈଠକରେ ଗୁରୁମନ୍ତ୍ର ଦେଲେ ମୋଦି

ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ।

author-image
Biswajit Samal
ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କାର୍ଯ୍ୟକର୍ତ୍ତା ସମୀକ୍ଷା ବୈଠକରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକ ଆରମ୍ଭରେ କିଏ କେଉଁ ଦାୟିତ୍ୱରେ ଅଛନ୍ତି ପଚାରି ବୁଝିଥିଲେ। ତାପରେ ପୁରୁଣା କଥାକୁ ମନେ ପକାଇ ଭାବବିହ୍ୱଳ ହୋଇଥିଲେ। ମୋଦି ସଂଗଠନ ମନ୍ତ୍ରୀ ଥିବା ବେଳେ ୧୯୮୬ ମସିହାରେ ପାର୍ଟି ଅଫିସ ଆସିଥିବାର କଥାକୁ ମାନେ ପକାଇଥିଲେ। ଏହାଛଡ଼ା ସେତବେଳେର ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ମନେ ପକାଇଲେ ମୋଦି।

Advertisment

ଆଜି ସନ୍ଧ୍ୟା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତା ସମୀକ୍ଷା ବୈଠକ ହୋଇଥିଲା। ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ। ପ୍ରାୟ ୩୦ ମିନିଟ ଧରି ଚାଲିଥିଲା ବୈଠକ। କମିଟିର ସଦସ୍ୟମାନଙ୍କ ସହ ମୋଦି ଆଲୋଚନା କରିଥିଲେ। ନିର୍ବାଚନ ପରିଚାଳନାର ସମୀକ୍ଷା କରିଥିଲେ। କିଏ କେଉଁ ଦାୟିତ୍ୱରେ ଅଛନ୍ତି ଓ କାର୍ଯ୍ୟକ୍ରମ କେମିତି ଚାଲିଛି, ସେ ସମ୍ପର୍କରେ ପ୍ରତ୍ୟେକ ନେତାଙ୍କ ସହ କଥା ହୋଇଥିଲେ। ୱାର ରୁମ, ପ୍ରଚାର, ବୁଥ ମ୍ୟାନେଜମେଣ୍ଟର ସମୀକ୍ଷା କରିଥିଲେ ମୋଦି।

ଆଜିର ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ସଭାପତି ସମୀର ମହାନ୍ତି, ଉପ ସଭାପତି ଗୋଲକ ମହାପାତ୍ର ଓ ନିର୍ବାଚନର ବିଭିନ୍ନ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତା ଉପସ୍ଥିତ ଥିଲେ।

Advertisment

କାର୍ଯ୍ୟକର୍ତ୍ତା ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ରାଜ ଭବନ ଅଭିମୁଖେ ଯାଇଥିଲେ। ଆଜି ସେଠାରେ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ସକାଳେ ସେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବେ। ପରେ ପୁରୀରେ ଆୟୋଜିତ ବିଶାଳ ରୋଡ ଶୋରେ ଭାଗନେବେ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିବ ରୋଡ ଶୋ। ପୁରୀରେ ରୋଡ ଶୋ ସରିବା ପରେ ମୋଦି ଅନୁଗୋଳ ଓ କଟକରେ ଆୟୋଜିତ ହେବାକୁଥିବା ନିର୍ବାଚନୀ ସଭାରେ ଯୋଗଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Bjp State Bjp PM Modi