Advertisment

ଭିକ୍ଷା ମାଗି ଚଳୁଥିବା ତୁଳା ବେହେରାଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ମୋଦି

ସୂଚନାଯୋଗ୍ୟ ଯେ, ଭିକ୍ଷା ମାଗି ଚଳୁଥିବା ତୁଳା ବେହେରା ତାଙ୍କ ଭିକ୍ଷା ଟଙ୍କାରୁ ୧ ଲକ୍ଷ ଟଙ୍କା ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାନ କରିଥିଲେ।

Advertisment

ଗତକାଲି ଫୁଲବାଣୀ ସଂକଳ୍ପ ସମାବେଶରେ ହଜାର ହଜାର ଲୋକଙ୍କ ସାମ୍ନାରେ ମଞ୍ଚ ଉପରେ ଜଣେ ବୁଢ଼ୀ ମାଉସୀଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ପାଦ ଛୁଇଁ ମୁଣ୍ଡିଆ ମାରିଲେ, ଏକଥାକୁ ଗ୍ରହଣ କରିପାରିଲେନି ଭିକ୍ଷା ମାଗି ଚଳୁଥିବା ତୁଳା ବେହେରା। କହିଲେ, ଆପଣ ତ ଦେଶର ପ୍ରଧାମନ୍ତ୍ରୀ ମୋତେ କାହିଁକି ମୁଣ୍ଡିଆ ମାରୁଛନ୍ତି ? ଉତ୍ତରରେ ମୋଦି ତାଙ୍କୁ କହିଲେ, ଆପଣ ବଡ଼ ଠାକୁର। ତେଣୁ ମୁଁ ଆପଣଙ୍କୁ ମୁଣ୍ଡିଆ ମାରିଲି। ସୂଚନାଯୋଗ୍ୟ ଯେ, ଭିକ୍ଷା ମାଗି ଚଳୁଥିବା ତୁଳା ବେହେରା ତାଙ୍କ ଭିକ୍ଷା ଟଙ୍କାରୁ ୧ ଲକ୍ଷ ଟଙ୍କା ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାନ କରିଥିଲେ।

Advertisment
Bjp PM Modi Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe