Advertisment

ଆସନ୍ତାକାଲି ୩ଟି ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି: ଶେଷପର୍ଯ୍ୟାୟରେ ଦେବେ ଶେଷସ୍ପର୍ଶ

ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

undefined

PM Narendra Modi

Advertisment

ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଦିନକ ପରେ ପ୍ରଚାର ସରିବ। କିନ୍ତୁ ତା’ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଅଭିଯାନକୁ ଜୋରଦାର କରିବା ସହ ଶେଷସ୍ପର୍ଶ ଦେବା ପାଇଁ ଆସନ୍ତାକାଲି ଓଡ଼ିଶାରେ ୩ଟି ସ୍ଥାନରେ ବିଶାଳ ନିର୍ବାଚନୀ ସଭା କରିବେ। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମଧ୍ୟାହ୍ନ ସାଢ଼େ ୧୨ଟାରେ ବାରିପଦାର ଛଉପଡ଼ିଆ, ଅପରାହ୍ନ ୨ଟାରେ ବାଲେଶ୍ୱରର ରେମୁଣାସ୍ଥିତ ନରହରି ପଡ଼ିଆ ଓ ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ାର ବରୁଆ ପଡ଼ିଆଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହି ୩ଟି ଯାକ ସଂସଦୀୟ କ୍ଷେତ୍ର ସମେତ ଯାଜପୁର, ଜଗତସିଂହପୁର ଓ ଭଦ୍ରକ ସଂସଦୀୟ କ୍ଷେତ୍ରରେ ଆସନ୍ତା ୧ତାରିଖରେ ଭୋଟ୍ ଗ୍ରହଣ ହେବ। ସେହିପରି ବିଜେପିର ଷ୍ଟାର ପ୍ରଚାରକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ନିମାପଡ଼ା, ସାଢ଼େ ୧୦ଟାରେ କାକଟପୁର, ସାଢ଼େ ୧୧ଟାରେ ପାରାଦୀପ, ମଧ୍ୟାହ୍ନ ସାଢ଼େ ୧୨ଟାରେ ଜଗତସିଂହପୁର, ଅପରାହ୍ନ ସାଢ଼େ ୧ଟାରେ ତିର୍ତ୍ତୋଲ, ଅପରାହ୍ନ ୨ଟା ୪୫ମିନିଟରେ ଚାନ୍ଦବାଲି ଓ ଅପରାହ୍ନ ସାଢ଼େ ୪ଟାରେ ଧାମନଗରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।
ସେହିପରି ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆସନ୍ତା କାଲି ସକାଳ ସାଢ଼େ ୧୦ଟାରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଧାମରାଠାରେ ରୋଡ୍ ଶୋ’ ଓ ଜନସଭାରେ ଯୋଗ ଦେବେ। ସାଢ଼େ ୨ଟାବେଳେ ଭଣ୍ଡାରୀପୋଖରୀଠାରେ ଜନସଭାକୁ ସମ୍ବୋଧିତ କରିବେ।
ସେହିପରି ଅଭିନେତା ଶ୍ରୀତମ ଦାସ ଆସନ୍ତାକାଲି ସକାଳ ୧୦ଟାରେ ଭଣ୍ଡାରୀପୋଖରୀ, ଅପରାହ୍ନ ୨ଟାରେ ଖଇରା ଓ ସିମୂଳିଆ ଏବଂ ସନ୍ଧ୍ୟା ୫ଟାରେ ଭଦ୍ରକ ସହରରେ ଅନୁଷ୍ଠିତ ରୋଡ୍ ଶୋ’ରେ ସାମିଲ ହେବେ।

ଏହି ନେତାମାନଙ୍କ ସମେତ ଅନ୍ୟ ଷ୍ଟାର ପ୍ରଚାରକମାନେ ମଧ୍ୟ ଦଳ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି।

Advertisment
2024 Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe