Advertisment

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାତି ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରୁ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

Modi

Modi

Advertisment

ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତିରେ ସେ ରାଜ ଭବନରେ ବିଶ୍ରାମ ନେବେ। ଆସନ୍ତାକାଲି ସକାଳେ ସେ ରାଜ୍ୟ ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପ୍ରଧାନମନ୍ତ୍ରୀ ଗଞ୍ଜାମ ଓ ନବରଙ୍ଗପୁରରେ ଆୟୋଜିତ ଜନ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ରାତି ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରୁ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପ୍ରଧାନମନ୍ତ୍ରୀ ରାଜଭବନ ଅଭିମୁଖେ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱ ଲୋକାରଣ୍ୟ ହୋଇଥିଲା। ମୋଦି ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ।  

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଧାନୀ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମୋଦିଙ୍କ ଗସ୍ତ ବେଳେ ନୋ’ ଡ୍ରୋନ୍‌ ଫ୍ଲାଇଂ ଜୋନ ଘୋଷଣା କରାଯାଇଥିଲା। ସୁରକ୍ଷା ପାଇଁ ୩ ଜଣ ଡିସିପି, ୧୦ ଜଣ ଏସିପି, ୧୭ ଆଇଆଇସି, ୯୦ ଏସ୍‌/ଏଏସ୍‌ଆ ମୁତୟନ ହୋଇଛନ୍ତି। ଏଥିସହ ୨୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ସକାଳେ ରାଜ୍ୟ ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିପାରନ୍ତି। ପରେ ପ୍ରଧାନମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନଣ୍ଡଳୀ କନିଷି ପଡ଼ିଆରେ ଆୟୋଜିତ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗଦେବେ। ସେଠାରେ ଆୟୋଜିତ ବିଶାଳ ଜନ ସମାବେଶରେ ସେ ଉଦ୍‌ବୋଧନ ଦେବେ। ତା’ପରେ ପ୍ରଧାନମନ୍ତ୍ରୀ ନବରଙ୍ଗପୁର ଗସ୍ତରେ ଯିବେ। ଚିକିଲି ପଡ଼ିଆରେ ଆୟୋଜି ବିଶାଳ ସମାବେଶକୁ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ମୋଦିଙ୍କ ପ୍ରଚାରର ଦିନକ ପରେ ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ ରାୟଗଡାରେ ଆୟୋଜିତ ହେବାକୁ ଥିବା ବିରାଟ ସାଧାରଣ ସଭାରେ ଯୋଗଦେବେ। ପରେ ଆସନ୍ତା ୧୦ ତାରିଖରେ ପୁଣି ଥରେ ଆସିବେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରୋଡ଼ ଶୋ’ରେ ଯୋଗଦେବେ। ମେ’ ୧୧ରେ ମୋଦି ବଲାଙ୍ଗିର ଯାଇ ପଶ୍ଚିମ ଓଡ଼ିଶାର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ। ପ୍ରଧାନମନ୍ତ୍ରୀଙ୍କ ପରେ ୧୨ ତାରିଖରେ ପୁଣି ଆସିବେ ଅମିତ ଶାହ। ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ ସଭାପତି ଜେପି ନଡ୍ଡା ଭୁବନେଶ୍ୱରରେ ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ କରିଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କଟକରେ ବଡ଼ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।

Bhubaneswar Bjp Bhubaneswar News Narendra Modi PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe