Advertisment

ଡିସେମ୍ବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!

ଜାନୁଆରୀ ମଧ୍ୟ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସିପାରନ୍ତି ବୋଲି ମୋହନ ମାଝୀ ସୂଚନା ଦେଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
PM Modi

PM Modi

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବର ମାସର ଶେଷ ସୁଦ୍ଧା ମୋଦିଙ୍କର ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ସୂଚନା ଦେଇଛନ୍ତି।

Advertisment

ମୋଦିଙ୍କ ଓଡ଼ିଶା ଗସ୍ତ ସୂଚୀରେ ସମ୍ବଲପୁରରେ ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି। ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଗସ୍ତରେ ସମ୍ବଲପୁରରେ ଥିବା ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନା ତାଙ୍କର ଅନ୍ୟ କିଛି କାର୍ଯ୍ୟକ୍ରମ ରହିଛି, ଏହାସହ କାହାକୁ ଭେଟିବେ ଓ ନିଜର ଦଳୀୟ ନେତାଙ୍କ ସହ ଆଲୋଚନା କରିବେ  କି ନାହିଁ ସେନେଇ ସୂଚନା ମିଳିନାହିଁ।   

ଏହାସହ ପ୍ରଧାନମନ୍ତ୍ରୀ କେଉଁ ତାରିଖରେ ଓଡ଼ିଶା ଆସିବେ, ସେନେଇ ଚୂଡ଼ାନ୍ତ ହୋଇନାହିଁ। ତେବେ ଡିସେମ୍ବର ୨୪ ତାରିଖରେ ମୋଦି ଓଡ଼ିଶା ଆସିବେ ବୋଲି ସୂଚନା ରହିଛି। 

Advertisment

ଏହାସହ ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଜାନୁଆରୀ ଓ ଫେବୃଆରୀ ମାସରେ ମଧ୍ୟ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସିପାରନ୍ତି ବୋଲି ମୋହନ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶରେ ଶକ୍ତି ବୃଦ୍ଧି କରିବା ସହ ସରକାର ବନାଇବା ପାଇଁ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମ କରିବ।

ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଗ୍ରସ୍ତ କରିବା ଦ୍ୱାରା ଓଡ଼ିଶାରେ ବିଜେପିକୁ ଫାଇଦା ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହାସହ ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନର ବିଜେପିର ନିର୍ବାଚନ ଫଳାଫଳ ଓଡ଼ିଶା ଉପରେ ପଡ଼ିପାରେ ଚର୍ଚ୍ଚା ହେଉଛି। 

Bhubaneswar Narendra Modi PMO