Advertisment

ମୁଁ ରିମୋଟ୍‌ରେ ଚାଲିବା ଭଳି ବ୍ୟକ୍ତି ନୁହେଁ: ମୋଦି

ମହାପ୍ରଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ ମୋଦି। ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ସାରା ଦେଶବାସୀଙ୍କ ଭକ୍ତିଭାବ ରହିଛି। ହେଲେ ସେହି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଯିବା ଆଶ୍ଚର୍ଯ୍ୟଜନକ ବିଷୟ।

ଅଦ୍ୟତନ ହୋଇଛି
PM

PM

Advertisment

ମୁଁ ରିମୋଟ୍‌ରେ ଚାଲିବା ଭଳି ବ୍ୟକ୍ତି ନୁହେଁ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଟିଭିକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି। ଖାଲି ସେତିକି ନୁହେଁ, ଓଡ଼ିଶାରେ ବିଜେପି ସରକାର ହେବା ନେଇ ପୁଣି ଥରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୋଦି।

Advertisment

ମୋଦି କହିଛନ୍ତି, ରାଜନୀତିରେ ମୋର ଲମ୍ବା ଅନୁଭବ ରହିଛି। ସଂଗଠନ, ନିର୍ବାଚନ ଲଢ଼ିବା ଓ ଲଢ଼େଇବାର ଅନୁଭବ ରହିଛି। ଲୋକଙ୍କ ସହ ସବୁବେଳେ ମିଶିକି ରହିବା ଲୋକ ମୁଁ। ମୁଁ ରିମୋଟ୍‌ ବ୍ୟବସ୍ଥାରେ ଚାଲିବା ଭଳି ବ୍ୟକ୍ତି ନୁହେଁ। ଓଡ଼ିଶାକୁ ବାରମ୍ବାର ଯିବା ଆସିବା ଭିତରେ ମୁଁ ଅନେକ କିଛି ଦେଖିଲି। ଓଡ଼ିଶା ଲୋକ କିଛି ଭିନ୍ନ ସନ୍ଧାନରେ ଅଛନ୍ତି। ଓଡ଼ିଶାକୁ ନୂଆ ନେତୃତ୍ୱ ଦରକାର ଥିବା ଅନୁଭବ କରିଛି। ନିର୍ବାଚନୀ ସଭାରେ ଦେଖିଛି, ଲୋକେ ନିର୍ଣ୍ଣୟ କରିସାରିଲେଣି। ଯେବେ ଲୋକ ନିର୍ଣ୍ଣୟ କରିଥିବା ଦେଖିଲି, ଶପଥ ତାରିଖ କହିଲି ବୋଲି ମୋଦି କହିଛନ୍ତି।

ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ସାରା ଦେଶକୁ ସ୍ୱାଭିମାନ ଶିଖାଇଛି। ଦେଶର ସ୍ୱାଭିମାନ ଜାଗ୍ରତ ପାଇଁ ଓଡ଼ିଆ ଅସ୍ମିତା ବଡ଼ ଦାୟିତ୍ୱ ତୁଲାଇଛି। ଓଡ଼ିଶାର ପ୍ରତି ଘର କଳା ଓ ପରମ୍ପରାର ଏକ ଭଣ୍ଡାର। କିଛି ବର୍ଷ ହେଲାଣି କୋଟେରୀ କବ୍‌ଜା କରି ଦେଇଛନ୍ତି। ସରକାରରେ ବସିଥିବା ଲୋକ ଏସବୁକୁ ଅଣଦେଖା କରୁଛନ୍ତି। ଦେଶକୁ ଆଲୋକିତ କରିବା ତାକତ ଥିବା ଓଡ଼ିଶା ଲୋକ କିନ୍ତୁ ଅନ୍ଧାରରେ ରହିଛନ୍ତି। ଓଡ଼ିଶାକୁ ଦକ୍ଷ ଶାସକ ନମିଳିଲେ ଅଫିସର ମଧ୍ୟ କାମ କରିବେନି ବୋଲି ମୋଦି କହିଛନ୍ତି।

Advertisment

ମହାପ୍ରଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ ମୋଦି। ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ସାରା ଦେଶବାସୀଙ୍କ ଭକ୍ତିଭାବ ରହିଛି। ହେଲେ ସେହି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଯିବା ଆଶ୍ଚର୍ଯ୍ୟଜନକ ବିଷୟ। ତଦନ୍ତ କମିଶନର ରିପୋର୍ଟ ମଧ୍ୟ ସାର୍ବଜନୀନ କରାଗଲା ନାହିଁ। ଏସବୁ ଦେଖିଲେ ଲାଗୁଛି, କିଛି ତ ଗଡ଼ବଡ଼ି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦି ଆହୁରି କହିଛନ୍ତି, ଆୟୁଷ୍ମାନ ଭାରତ ଲାଗୁ ନହେବା ଓଡ଼ିଶାବାସୀଙ୍କ ସହ ଅନ୍ୟାୟ। ଲୋକଙ୍କ ସୁବିଧା ପାଇଁ ଆୟୁଷ୍ମାନ ଭାରତ ଲାଗୁ ଜରୁରୀ। ୱାନ ନେସନ, ୱାନ ରାସନ କାର୍ଡ ବ୍ୟବସ୍ଥା ମଧ୍ୟ ଲାଗୁ ହେବା ଦରକାର। ବ୍ୟକ୍ତିଗତ ପ୍ରତିଷ୍ଠା ଲୋଭରେ ଏହି ଯୋଜନା ଗୁଡ଼ିକୁ ଲାଗୁ କରାଯାଉନି ବୋଲି ମୋଦି କହିଛନ୍ତି।

ଚିଟ୍‌ଫଣ୍ଡ ପ୍ରସଙ୍ଗରେ ମୋଦି କହିଛନ୍ତି, ଚିଟ୍‌ଫଣ୍ଡ ପ୍ରସଙ୍ଗରେ ସିବିଆଇ ପୂରା ଆକ୍ଟିଭ୍‌ ଅଛି। ତଦନ୍ତ କରୁଛି। କେନ୍ଦ୍ରୀୟ ସଂସ୍ଥା ସ୍ୱୟଂକ୍ରିୟ। ସେଥିରେ ଆମେ ହସ୍ତକ୍ଷେପ କରୁନୁ। ଆମର ମତ, ଗରିବଙ୍କ ଟଙ୍କା ଫେରସ୍ତ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଓଡ଼ିଶା ସମୃଦ୍ଧ କିନ୍ତୁ ଲୋକ ଗରିବ। ଗୋଟିଏ ସମୃଦ୍ଧ ଦେଶକୁ ଯାହା ଦରକାର, ସେ ସବୁ ଏଇଠି ଅଛି। ଓଡ଼ିଶା ଭଳି ସାମର୍ଥ୍ୟବାନ ପ୍ରଦେଶ ଆଉ କେଉଁଠି ନାହିଁ। ଆମକୁ ଅଳ୍ପ ସମୟ ଦରକାର, ଓଡ଼ିଶାର ସବୁ ଆଶା ଆକାଂକ୍ଷା ପୂରଣ କରିବୁ ବୋଲି ମୋଦି କହିଛନ୍ତି।

BjD Bjp Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe