/odisha-reporter/media/post_attachments/uploadimage/library/16_9/16_9_0/PM_Modi_1715939206.jpg)
PM Modi
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ ଓଡ଼ିଶା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି।ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ଯାଉଛନ୍ତି।
Advertisment
ଆଜି ସନ୍ଧ୍ୟା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଏହି ବୈଠକରେ ଯୋଗଦେବେ ମୋଦି। ଆଉ ଦଳୀୟ କର୍ମକର୍ତ୍ତାଙ୍କ ସହ ସମୀକ୍ଷା ବୈଠକରେ ଯୋଗଦେବେ। ଆସନ୍ତାକାଲି ସକାଳେ ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତା’ପରେ ଶ୍ରୀକ୍ଷେତ୍ରରେ ରୋଡ୍ ଶୋ’ କରି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ। ପୁରୀରେ ରୋଡ୍ ଶୋ କରି ସେ ଅନୁଗୋଳ ଓ କଟକ ଯିବେ। ଉଭୟ ସ୍ଥାନରେ ହେବାକୁ ଥିବା ଜନସଭାକୁ ସେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
