Advertisment

ଧନଖଡ଼େଙ୍କ ସହ କଥା ହେଲେ ମୋଦି, କହିଲେ- ୨୦ ବର୍ଷ ହେଲା ମୁଁ ଏଭଳି ଅପମାନ ସହୁଛି

ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡେଙ୍କ ମିମିକ୍ରିକୁ ନେଇ ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

PM Modi and jadeep Dhankhar

PM Modi and jadeep Dhankhar

Advertisment

'୨୦ ବର୍ଷ ଧରି ମୁ ମଧ୍ୟ ଅପମାନିତ ହୋଇଛି। କିନ୍ତୁ ସଂସଦ ଗୃହରେ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଉପରାଷ୍ଟ୍ରପତିଙ୍କ ପ୍ରତି ଏହି ପ୍ରକାର ଅପମାନ ଦୁର୍ଭାଗ୍ୟଜନକ।' ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡେଙ୍କ ମିମିକ୍ରିକୁ ନେଇ ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

Advertisment

ସୂଚନା ମୁତାବକ, ଘଟଣା ପରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଫୋନ କରି ମୋଦି ତାଙ୍କ ସହ କଥା ହୋଇଛନ୍ତି। ଏନେଇ ଖୋଦ୍‌ ଉପରାଷ୍ଟ୍ରପତି ସୋଶାଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଉପରାଷ୍ଟ୍ରପତିଙ୍କ ସହ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ମଧ୍ୟ ୨୦ ବର୍ଷ ଧରି ସମାନ ଭାବରେ ଅପମାନିତ ସହୁଛି। କିନ୍ତୁ ସଂସଦ ଗୃହରେ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଉପରାଷ୍ଟ୍ରପତିଙ୍କ ପ୍ରତି ଏହି ପ୍ରକାର ଅପମାନ ଦୁର୍ଭାଗ୍ୟଜନକ। ସେପଟେ ଉପରାଷ୍ଟ୍ରପତି ଧନଖଡେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ କିଛି ଲୋକଙ୍କ ଏପରି କାର୍ଯ୍ୟ ମୋତେ ମୋର କର୍ତ୍ତବ୍ୟ ପଥରୁ ଅଟକାଇ ପାରିବ ନାହିଁ। ସେପଟେ ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ନିରାଶଜନକ ବୋଲି କହିଛନ୍ତି।

Advertisment

ବାସ୍ତବରେ ଗତକାଲି ସାଂସଦମାନେ ଏକାଠି ହୋଇ ସଂସଦ ବାହାର ମକର ଦ୍ୱାରରେ ବିରୋଧୀ ସାଂସଦଙ୍କ ନିଲମ୍ବନକୁ ବିରୋଧ କରିଥିଲେ। ଏହାପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡେଙ୍କ ନକଲ ତଥା ମିମିକ୍ରି କରିବା ଆରମ୍ଭ କରିଥିଲେ। ଏହି ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏକ ଭିଡିଓ ପ୍ରସ୍ତୁତ କରୁଥିଲେ। କଲ୍ୟାଣ ବାନାର୍ଜୀ ମିମିକ୍ରି କରିବା ସମୟରେ ସେଠାରେ ବହୁ ବିରୋଧୀ ସାଂସଦ ମଧ୍ୟ ଉପସ୍ଥିତ ଥିଲେ।

PM Modi Jagdeep Dhankar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe