Advertisment

ନାଁ ପରିବର୍ତ୍ତନ ନିଆଁରେ ଘିଅ ଢାଳିଲା ‘ପ୍ରାଇମ ମିନିଷ୍ଟର ଅଫ ଭାରତ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଓ ଗୁରୁବାର ୨୦ତମ ASEAN-India Summit ଓ the 18th East Asia Summitରେ ଯୋଗଦେବାକୁ ଇଣ୍ଡୋନେସିଆ ଯିବେ।

author-image
Hemant Lenka
INDIA

INDIA

ଦେଶର ନାଁ ଇଣ୍ଡିଆରୁ କେବଳ ଭାରତ ରଖିବା ଚର୍ଚ୍ଚାକୁ ନେଇ ବାବଦ ବିବାଦ ଚାଲିଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଗୋଟିଏ ଦସ୍ତାବିଜ। ପୂର୍ବରୁ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ନାଁରେ ଜି-୨୦ ଡିନର ପାଇଁ ନିମନ୍ତ୍ରଣ କରାଯାଇଥିଲେ। ଏବେ ଆସିଥିବା ଦସ୍ତାବିଜ ବା ଚିଠିରେ ପ୍ରାଇମ ମିନିଷ୍ଟର ଅଫ ଇଣ୍ଡିଆ ବଦଳରେ ପ୍ରାଇମ ମିନିଷ୍ଟର ଅଫ ଭାରତ ଲେଖାଯାଇଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଓ ଗୁରୁବାର ୨୦ତମ ASEAN-India Summit ଓ the 18th East Asia Summitରେ ଯୋଗଦେବାକୁ ଇଣ୍ଡୋନେସିଆ ଯିବେ। ଏଥିପାଇଁ ପ୍ରସ୍ତୁତ ହୋଇଥିବା ଦସ୍ତାବିଜରେ ପ୍ରାଇମ ମିନିଷ୍ଟର ଅଫ ଭାରତ ଲେଖାଯାଇଛି।

ଏହାକୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସୋଶାଲ ମିଡିଆରେ ପୋଷ୍ଟ କରିବା ମାତ୍ରେ କଂଗ୍ରେସ ଏହାକୁ ଟାର୍ଗେଟ କରିବାକୁ ପଛାଇ ନାହିଁ। ସମାନ ଦସ୍ତାବିଜରେ ପ୍ରାଇମ ମିନିଷ୍ଟର ଅଫ ଭାରତ ଲେଖାଯାଇଥିବା ବେଳେ ଏହା ତଳେ ASEAN-India Summit ଲେଖାଯିବା ଘଟଣାକୁ କଂଗ୍ରେସ ତାଚ୍ଛଲ୍ୟ କରିଛି।

Advertisment

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ଦେଖନ୍ତୁ ମୋଦି ସରକାର କେମିତି ଦ୍ୱନ୍ଦ୍ୱରେ ରହିଛନ୍ତି। ପ୍ରାଇମ ମିନିଷ୍ଟର ଅଫ ଭାରତ ୨୦ତମ ASEAN-India Summitରେ ଯୋଗଦେବେ ବୋଲି ଲେଖାଯାଇଛି। ବିରୋଧୀ ଏକାଠି ହୋଇଛନ୍ତି ଓ ନିଜକୁ ଇଣ୍ଡିଆ ଭାବେ ନାମିତ କରିବାରୁ ଏସବୁ ଡ୍ରାମା କରାଯାଉଛି।”

ଅନ୍ୟପକ୍ଷରେ ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ଅଧିକାରୀଙ୍କ ପରିଚୟ ପତ୍ରରେ ଭାରତ ଅଫିସିଆଲ ରହିବ ବୋଲି ଜଣାପଡ଼ିଛି।

ଜି-୨୦ ଶିଖର ସମ୍ମିଳନୀ ପାଇଁ ସେପ୍ଟେମ୍ବର ୯ରେ ଡିନର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପଠାଯାଇଥିବା ନିମନ୍ତ୍ରଣରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଛି। କେନ୍ଦ୍ର ସରକାର ଜାଣିଶୁଣି ଇଣ୍ଡିଆ ବଦଳରେ ଭାରତ ଶବ୍ଦର ବ୍ୟବହାର କରିଛନ୍ତି। ସମ୍ଭବତଃ କେନ୍ଦ୍ର ସରକାର ଇଣ୍ଡିଆ ବଦଳରେ ଦେଶର ନାଁ କେବଳ ଭାରତ ରଖିବାକୁ ଚାହୁଁଥିବା କଂଗ୍ରେସ ଅଭିଯୋଗ କରିଛି।

India PM Modi Bharat