Advertisment

ସୋମବାର ଶ୍ରୀକ୍ଷେତ୍ରରେ ମୋଦିଙ୍କ ରୋଡ୍‌ ଶୋ’, ୬୩ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଲୋକସଭା ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିବେ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ମୁତୟନ ହୋଇଛନ୍ତି ୬୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ।

PM Modi

PM Modi

Advertisment

ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀକ୍ଷେତ୍ରରେ ବିଶାଳ ରୋଡ୍ ଶୋ’ କରିବେ। ରୋଡ୍‌ ଶୋ’ ପୂର୍ବରୁ ସେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ। ତା’ପରେ ଘଣ୍ଟାଏ ଧରି ରୋଡ୍‌ ଶୋ’ କରିବେ। ଲୋକସଭା ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିବେ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ମୁତୟନ ହୋଇଛନ୍ତି ୬୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ।

Advertisment

ଆଜି ସନ୍ଧ୍ୟା ବେଳେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ। ଆସନ୍ତାକାଲି ସକାଳ ୬ରୁ ୭ଟା ଭିତରେ ପୁରୀ ଅଭିମୁଖେ ଯିବେ। ପୁରୀ ହେଲିପେଡ୍‌ରେ ୭ରୁ ସାଢ଼େ ୭ଟା ମଧ୍ୟରେ ପହଞ୍ଚିବେ। ତା’ପରେ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଯିବେ। ଶ୍ରୀମନ୍ଦିର ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବେ। ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମରିଚିକୋଟ ଛକକୁ ଯିବେ। ସକାଳ ୮ରୁ ୯ଟା ଭିତରେ ରୋଡ୍‌ ଶୋ’ ହେବ। ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ’ ମରିଚିକୋଟ ଛକରୁ ମେଡ଼ିକାଲ୍‌ ଛକ ପର୍ଯ୍ୟନ୍ତ ଯିବ। ରୋଡ୍‌ ଶୋ’ ସରିବା ପରେ ପ୍ରଧାନମନ୍ତ୍ରୀ ପରବର୍ତ୍ତୀ କାର୍ଯ୍ୟ ସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପୁରୀ ଏସ୍‌ପି ପିନାକ ମିଶ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୬୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଯେଉଁଥିରେ ୩ ଏସ୍‌ପି ରାଙ୍କର ଅଫିସର ମୁତୟନ ହୋଇଛନ୍ତି। ଏଥିସହ ୮ ଜଣ ଏଡିସିନାଲ୍‌ ଏସ୍‌ପି, ୨୨ ଜଣ ଡିଏସ୍‌ପି, ୪୨ ଜଣ ଇନ୍ସପେକ୍ଟର, ୧୦୯ ଜଣ ସବ୍‌ ଇନ୍ସପେକ୍ଟର, ୩୪ ଜଣ ହାବିଲ୍‌ଦାର, ୨୦୨ ଜଣ କନ୍‌ଷ୍ଟେବଲ, ୨୫୦ ହୋମ୍‌ଗାର୍ଡ ଆଦି ନିୟୋଜିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ପୁରୀରେ ପହଞ୍ଚିବାର ଘଣ୍ଟାଏ ପୂର୍ବରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଟ୍ରାଫିକ କଟକଣା ମଧ୍ୟ ଜାରି ହେବ। ରୋଡ ଶୋ’ ପାଇଁ ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ ଓ ତାଳବଣିଆ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କଟକଣା ଜାରି କରାଯିବ ବୋଲି ଏସ୍‌ପି କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି ଟ୍ରାଫିକ୍‌ ନିୟମରେ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ’ ଭାଗ ନେବା ପାଇଁ କୋଣାର୍କ ପାର୍ଶ୍ୱରୁ ଆସୁଥିବା ଗାଡ଼ି ଗୁଡ଼ିକ ପାଇଁ ଭୁଦାନ ପଡ଼ିଆରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ଗାଡ଼ି ଗୁଡ଼ିକ ପାଇଁ ସମଙ୍ଗ ପାର୍କିଂରେ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ଆସୁଥିବା ବସ୍‌(ଦୈନନ୍ଦିନ) ଗୁଡ଼ିକ ପୁରୀ ମ୍ୟୁନିସିପାଲିଟି ବସ୍‌ଷ୍ଟାଣ୍ଡ ଭାୟା ନବକଳେବର ରୋଡ୍‌ ଦେଇ ଯିବେ। କୋଣାର୍କରୁ ଆସିଥିବା ବସ୍‌ ଗୁଡ଼ିକ ମ୍ୟୁନିସିପାଲିଟି ବସଷ୍ଟାଣ୍ଡ ଭାୟା ଗ୍ରୀଡ୍‌ ଷ୍ଟେସନ୍‌-ବାଲିଘାଟ ଛକ ଦେଇ ଯିବେ। ସେହିପରି ଭୁବନେଶ୍ୱରରୁ ଆସୁଥିବା ତୀର୍ଥ ଯାତ୍ରୀ ବସ୍‌ ଗୁଡ଼ିକ ସମଙ୍ଗ ପାର୍କିଂ ପ୍ଲେସ୍‌ରେ ରହିବ। ବାଇକ୍‌ ପାଇଁ ଜେଲ୍‌ ରୋଡ୍‌ ଓ ଜଗନ୍ନାଥ ରୋଡ୍‌ ପାର୍କିଂରେ ବ୍ୟବସ୍ଥା କରାଯାଇଛି ବୋଲି ଏସ୍‌ପି କହିଛନ୍ତି।

Bjp Puri General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe