ବିଜେଡିର ଆସ୍ଫାଳନ: ପ୍ରଧାନମନ୍ତ୍ରୀଙ୍କ କ୍ଲିନଚିଟ୍ ମିଳିଛି, ମୁଖ୍ୟମନ୍ତ୍ରୀ ପ୍ରଳାପ କରିବା ଛାଡ଼ନ୍ତୁ

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କ୍ଲିନଚିଟ୍ ମିଳିଛି ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଚୁପ୍ ରହିବାକୁ ପରୋକ୍ଷରେ ଚେତାଇ ଦେବାକୁ ବିଜେଡି ପଛାଇ ନାହିଁ।

Pratap Keshari Deb

ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ

Ordigital Desk
  • Published: Monday, 24 June 2024
  • Updated: 24 June 2024, 10:34 PM IST

Sports

Latest News

ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖଣି ଦୁର୍ନୀତି ପ୍ରସଙ୍ଗରେ କାହାରିକୁ ଛଡ଼ାଯିବନି ବୋଲିକହିବା ପରେ ବିଜେଡି ଶିବିରରେ ଛନକା ପଶିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କ୍ଲିନଚିଟ୍ ମିଳିଛି ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଚୁପ୍ ରହିବାକୁ ପରୋକ୍ଷରେ ଚେତାଇ ଦେବାକୁ ବିଜେଡି ପଛାଇ ନାହିଁ।

ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ଆଜି ଗଣମାଧ୍ୟମକୁ ଡାକି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି କେନ୍ଦୁଝରରେ ଏକ ଜନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗରେ ମନ୍ତବ୍ୟ ଦେଇଛନ୍ତି। ସଂସଦରେ ତାଙ୍କ ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି ଯେ, ଓଡ଼ିଶା ହେଉଛି ଖଣି ସଂସ୍କାରରେ ଆଗୁଆ। ଏହାକୁ ମୁଖ୍ୟମନ୍ତ୍ରୀ କିଭଳି ଭୁଲିଯାଉଛନ୍ତି । କ୍ଷମତାକୁ ଆସିକି ବିରୋଧୀ ଦଳ ପରି ପ୍ରଳାପ କରିବା ଛାଡ଼ନ୍ତୁ। ପଦମପର୍ଯ୍ୟାଦା ରକ୍ଷା କରିବା ଉଚିତ୍। ଗଣମାଧ୍ୟମରେ ଏଭଳି ଉକ୍ତି ରଖିବା ଶୋଭନୀୟ ନୁହେଁ। ବିଜୁ ଜନତା ଦଳ ସଦାବେଳେ ପ୍ରସ୍ତୁତ ଅଛି ଯେକୌଣସି ପରିସ୍ଥିତି ଓ କଥାର ଜବାବ ଦେବା ପାଇଁ ବୋଲି ଶ୍ରୀ ଦେବ କହିଛନ୍ତି।

Also Read

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତକାଲି ନିଜ ଗୃହ ଜିଲ୍ଲା କେନ୍ଦୁଝର ଗସ୍ତରେ ଯାଇ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ, ରାଜ୍ୟରେ ବିଜେଡି ସରକାର ଅମଳରେ ହୋଇଥିବା ଖଣି ଦୁର୍ନୀତିରେ ସମ୍ପୃକ୍ତ କାହାରିକୁ ଛଡ଼ାଯିବ ନାହିଁ ବୋଲି କହିଥିଲେ। ଯାହାକୁ ନେଇ ବିଜେଡି ଆଜି ନିଜର ପ୍ରତିକ୍ରିୟା ରଖିଛି। ବିଜେଡି ପରୋକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ରହିଛି ବୋଲି ସାମ୍ବାଦିକମାନଙ୍କ ମାଧ୍ୟମରେ ସନ୍ଦେଶ ଦେବାକୁ ଚାହିଁଛି।

ପୂର୍ବରୁ ବିଜେଡି ରାଜ୍ୟରେ ବିଜେପି ନେତାମାନଙ୍କ ସହ ମୁହାଁମୁହିଁ ହେଉଥିଲେ ମଧ୍ୟ କେନ୍ଦ୍ରରେ ବିଜେପି ନେତାମାନଙ୍କ ସମ୍ପର୍କରେ ପଦୁଟିଏ ପ୍ରତିକ୍ରିୟା ରଖୁନଥିଲା। ଆଜି ପ୍ରତାପ ଦେବ ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ବୟାନ ଉପରେ ତାଙ୍କୁ ପ୍ରଳାପ କରିବା ଛାଡ଼ନ୍ତୁ ବୋଲି କହିବା ହିଁ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ପ୍ରଶ୍ନଉଠୁଛି ଖଣି ଦୁର୍ନୀତି ପ୍ରସଙ୍ଗରେ କାହାରିକୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିବାରେ କାହିଁକି ଆପତ୍ତି ଉଠାଉଛି ବିଜେଡି। ଯଦି ଦୁର୍ନୀତି ହୋଇଥିବ ଓ ତଦନ୍ତରେ କେହି ଦୋଷୀ ଥିବେ ଦଣ୍ଡ ପାଇବେ। କିନ୍ତୁ ସେଭଳି କିଛି ହେବା ପୂର୍ବରୁ ବିଜେଡି ଆତ୍ମରକ୍ଷା ପାଇଁ ‘ପ୍ରଧାନମନ୍ତ୍ରୀ’ଙ୍କ କ୍ଲିନଚିଟର ଆଳ ଦେଖାଇ ନବନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଳାପ କରିବା ବନ୍ଦ କରନ୍ତୁ ଭଳି ଶବ୍ଦ ଉପଯୋଗ କରିବା ଓ ତାଙ୍କୁ ଚୁପ୍ ରହିବାକୁ ପରୋକ୍ଷରେ ଚେତାଇବାକୁ ସାଧାରଣରେ ନାପସନ୍ଦ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story