Advertisment

ମହାରାଷ୍ଟ୍ର ପାଇଁ କଂଗ୍ରେସର ୪୮ ଜଣିଆ ପ୍ରାର୍ଥୀ ତାଲିକା

୩ ଦଳ ମଧ୍ୟରେ ଦିନକ ତଳେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଆଜି କଂଗ୍ରେସ ପ୍ରାର୍ଥୀ ତାଲିକା ଜାରି କରିଛି। ଦଳ ରାଜ୍ୟରେ ୮୫ଟି ଆସନରେ ପ୍ରାର୍ଥୀ ଦେବ।

Congress

Congress

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୪୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ରାଜ୍ୟରେ କଂଗ୍ରେସ ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ସହ ମିଶି ନିର୍ବାଚନ ଲଢ଼ୁଛି।

Advertisment

୩ ଦଳ ମଧ୍ୟରେ ଦିନକ ତଳେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଆଜି କଂଗ୍ରେସ ପ୍ରାର୍ଥୀ ତାଲିକା ଜାରି କରିଛି। ଦଳ ରାଜ୍ୟରେ ୮୫ଟି ଆସନରେ ପ୍ରାର୍ଥୀ ଦେବ। କିନ୍ତୁ ଆଜି କେବଳ ୪୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି।

ତାଲିକା ଅନୁସାରେ ଦଳର ରାଜ୍ୟସଭାପତି ନାନା ପାଟୋଲେ ସାକୋଲି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ ସଙ୍ଗମନେର, ବିରୋଧୀ ଦଳ ନେତା ବିଜୟ ୱାଡେଟ୍ଟିୱାର ବ୍ରମହପୁରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନ କରାଦ ଦକ୍ଷିଣ ଓ ସିଡବ୍ଲ୍ୟୁସି ସଦସ୍ୟ ତଥା ଆଞ୍ଚଳିକ କାର୍ଯ୍ୟକାରୀ ସଭାପତି ନସୀମ ଖାନ ଚାନ୍ଦିଭାଲି ଆସନରୁ ଟିକେଟ ପାଇଛନ୍ତି।

Advertisment

ଏହାବାଦ ପୂର୍ବତନ ମନ୍ତ୍ରୀ ନୀତୀଶ ରାଉତଙ୍କୁ ଦଳ ପୁଣି ନାଗପୁର ଉତ୍ତରରୁ ପ୍ରାର୍ଥୀ କରିଛି। ଧରାବିରୁ ଜ୍ୟୋତି ଏକନାଥ ଗାଏକ୍ୱାଡ, ଲାଥୁର ସିଟିରୁ ଅମିତ ଦେଶମୁଖ ଓ ଲାଥୁର ଗ୍ରାମୀଣରୁ ଧୀରଜ ଦେଶମୁଖ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ।

କଂଗ୍ରେସ ପୂର୍ବରୁ ମହାବିକାଶ ଅଘାଡି(ଏମଭିଏ)ରେ ଥିବା ଶରଦ ପାୱାରଙ୍କ ଏନସିପି ପ୍ରଥମ ପର୍ଯ୍ୟାୟରେ ୪୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ଆସନ୍ତା ୨୦ ତାରିଖରେ ଭୋଟ ହେବ। ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Congress Maharashtra Politics Maharashtra Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe