Advertisment

ବନ୍ଧୁ ମିଳନ ନାଁରେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କଲେ ପ୍ରିୟଦର୍ଶୀ ମିଶ୍ର

ଦୀର୍ଘ ଦିନର ନୀରବତା ପରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରିୟଦର୍ଶୀ ମିଶ୍ର। ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀବାସୀ ତାଙ୍କ ସପକ୍ଷାରେ ଥିବା ସେ ପରୋକ୍ଷରେ ଦେଖାଇବାକୁ ଚାହିଁଛନ୍ତି।

author-image
Manoranjan Sial
Priyadarshi Mishra

BJD

୨୦୨୪ ସାଧାରଣ ନିର୍ବାଚନକୁ ଆଉ କିଛି ମାସ ରହିଛି। ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ କଡ଼ ଲେଉଟାଇଲେଣି। ଏଥିରୁ ବାଦ ପଡ଼ି ନାହିଁ ଶାସକ ବିଜେଡି। ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି। ଏହାରି ଭିତରେ ବନ୍ଧୁ ମିଳନ ଉତ୍ସବ ନାଁରେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ନେତା ପ୍ରିୟଦର୍ଶୀ ମିଶ୍ର। ବିଶାଳ ବାଇକ୍‌ ଶୋଭାଯାତ୍ରାରେ ରାଜଧାନୀ ଭୁବନେଶ୍ୱର ପରିକ୍ରମା କରିବା ପରେ ନୀଳାଦ୍ରି ବିହାରରେ ଆୟୋଜିତ ସଭାରେ ଯୋଗଦେଇଛନ୍ତି। ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Advertisment

୨୦୧୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ପ୍ରିୟଦର୍ଶୀ ମିଶ୍ର। ଆଉ ନିର୍ବାଚନରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ହେଲେ ୨୦୧୯ ମସିହାରେ ତାଙ୍କୁ ସୁଯୋଗ ଦିଆଯାଇଥିଲା। କିନ୍ତୁ ସେ ନିଜର ସମର୍ଥକ ଓ କର୍ମୀଙ୍କ ସହିତ ରହିଥିଲେ। ଦୀର୍ଘ ଦିନର ନୀରବତା ପରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରିୟଦର୍ଶୀ ମିଶ୍ର। ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀବାସୀ ତାଙ୍କ ସପକ୍ଷାରେ ଥିବା ସେ ପରୋକ୍ଷରେ ଦେଖାଇବାକୁ ଚାହିଁଛନ୍ତି।

ବନ୍ଧୁ ମିଳନ ସଭା ପରେ ପ୍ରିୟଦର୍ଶୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ନିର୍ବାଚନ ମୈଦାନରେ ମୁଁ ରହିଛି। ମୁଁ ଲୋକଙ୍କ ସହିତ ଅଛି, ପାର୍ଟି ସହିତ ଅଛି, ମୈଦାନରେ ମଧ୍ୟ ରହିଛି। ତେଣୁ ମୁଁ ନିର୍ବାଚନ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଜଣେ ଶୃଙ୍ଖଳିତ ସଭ୍ୟ ଭାବେ ଦଳରେ ରହିଛି। ଏଥର ନିର୍ବାଚନ ଲଢ଼େ ବୋଲି ଲୋକଙ୍କର ଅଙ୍କାକ୍ଷା ରହିଛି। ଲୋକଙ୍କ ମତକୁ ମୁଁ ସମ୍ମାନ ଜଣାଉଛି। ଆଗାମୀ ଦିନରେ ଦଳ ମୋତେ ସୁଯୋଗ ଦେଲେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Advertisment
BJDବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇଛନ୍ତି ସାଧାରଣ ଜନତା

ଶକ୍ତି ପ୍ରଦର୍ଶକୁ ନେଇ ଶ୍ରୀ ମିଶ୍ର କହିଛନ୍ତି, ପବ୍ଲିକ୍‌ ଲାଇଫ୍‌ରେ ରହିଛି। ଏହାର ଅର୍ଥ ଲୋକଙ୍କ ସହିତ ରହିବାକୁ ପଡ଼ିବ। ମୁଁ ଲୋକଙ୍କ ସହିତ ରହିଛି। ଲୋକମାନେ ମୋ’ ସହିତ ଅଛନ୍ତି। ମିଳି ମିଶି କୌଣସି କାମ କରିବା ଆବଶ୍ୟକ। ଏହାକୁ ଶକ୍ତି ପ୍ରଦର୍ଶନ କୁହାଯିବ ନାହିଁ, ଇଏ ହେଉଛନ୍ତି ବନ୍ଧୁତ୍ୱ, ଭାଇଚାରା ଓ ଏକ ସମ୍ପ୍ରସାରିତ ପରିବାର। ଆଗାମୀ ଦିନରେ ଆମେ ଯେ କୌଣସି ଆହ୍ୱାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତି ରହିଛୁ ବୋଲି ଶ୍ରୀ ମିଶ୍ର କରିଛନ୍ତି।

ନିର୍ବାଚନ ଲଢ଼ିବା ନେଇ ସେ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ମୋତେ ଦଳ ତରଫରୁ ଟିକଟ ଦିଆଯାଇନଥିଲା। ଆଉ କୁହାଯାଇଥିଲା, ୨୦୨୪ ବେଳକୁ ଆପଣଙ୍କ କଥା ବିଚାର କରାଯିବ। ତେଣୁ ଆଶାବାଦୀ ରହିଛି। ମୋତେ ଦଳ ଯଦି ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦିଏ, ତାହାହେଲେ ମୁଁ ପ୍ରସ୍ତୁତ ଅଛି ବୋଲି ପ୍ରିୟଦର୍ଶୀ ମିଶ୍ର କହିଛନ୍ତି।

Bhubaneswar BjD Bhubaneswar News