Advertisment

ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା, ଏମିତି କହିଲା ବିଜେପି

ବିଜେପି ଏହାକୁ ତୁଷ୍ଟୀକରଣ ପାଇଁ ଉଦ୍ୟମ ବୋଲି କହି ତାଚ୍ଛଲ୍ୟ କରିଥିବା ବେଳେ ଏହାର ଜବାବ ପ୍ରିୟଙ୍କା ଗାନ୍ଧି ଦେଇଛନ୍ତି।

Priyanka

Priyanka

Advertisment

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ପାଲେଷ୍ଟାଇନ ଲେଖାଥିବା ଗୋଟିଏ ବ୍ୟାଗ ଧରି ସଂସଦରେ ପହଞ୍ଚିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛି ବିଜେପି। ବ୍ୟାଗରେ ପାଲେଷ୍ଟାଇନର ଚିହ୍ନ ରହିବା ସହ ତରଭୁଜର ଚିତ୍ର ରହିଛି। ତରଭୁଜକୁ ସବୁବେଳେ ପାଲେଷ୍ଟାଇନ ସହ ସହାନୁଭୂତି ପାଇଁ ବ୍ୟବହାର କରାଯାଏ।

Advertisment

ବିଜେପି ଏହାକୁ ତୁଷ୍ଟୀକରଣ ପାଇଁ ଉଦ୍ୟମ ବୋଲି କହି ତାଚ୍ଛଲ୍ୟ କରିଥିବା ବେଳେ ଏହାର ଜବାବ ପ୍ରିୟଙ୍କା ଗାନ୍ଧି ଦେଇଛନ୍ତି। ଏହାକୁ ସେ ପାରମ୍ପରିକ ପୁରୁଷବାଦ ବୋଲି କହିବା ସହ ସେ ନିଜ ଇଚ୍ଛାରେ ଯେକୌଣସି ଜିନିଷ ବ୍ୟବହାର କରିପାରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ “ମୁଁ ପୁରୁଷବାଦର ସବସ୍କ୍ରାଇବ ନୁହେଁ। ମୁଁ ଯାହା ଚାହିଁବି, ତା’କୁ ପରିଧାନ କରିପାରିବି।”

ପାଲେଷ୍ଟାଇନ ବ୍ୟାଗ ଧରି ପ୍ରିୟଙ୍କା ସଂସଦ ଯାଉଥିବା ବେଳର ଛବିକୁ କଂଗ୍ରେସ ପକ୍ଷରୁ ବହୁମାତ୍ରାରେ ଶେୟାର କରାଯାଇଛି। ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧି ପାଲେଷ୍ଟାଇନ ଦୂତାବାସର ଅଧିକାରୀଙ୍କୁ ଭେଟିବା ବେଳେ କଳା ଓ ଧଳା ରଙ୍ଗର ପାରମ୍ପରିକ ପାଲେଷ୍ଟାଇନ ହେଡସ୍କାର୍ଫ ପରିଧାନ କରିଥିଲେ। ଏବେ ସେ ପାଲେଷ୍ଟାଇନ ସପକ୍ଷରେ ବ୍ୟାଗ ଧରି ସଂସଦକୁ ଯାଇଛନ୍ତି।

Advertisment

କଂଗ୍ରେସ ମୁଖପାତ୍ର ଶାମା ମହମ୍ମଦ କହିଛନ୍ତି, “ପ୍ରିୟଙ୍କା ଗାନ୍ଧି ପାଲେଷ୍ଟାଇନ ସପକ୍ଷରେ ରହିଥିବାରୁ ସ୍ୱତନ୍ତ୍ର ବ୍ୟାଗ ଧରିଛନ୍ତି। ମାନବିକତା ଓ ନ୍ୟାୟ ପାଇଁ ପ୍ରତିଶ୍ରୁତିର ଝଲକ ଏଥିରୁ ପ୍ରମାଣିତ ହେଉଛି। ସେ ସ୍ପଷ୍ଟ ଭାବେ ସଙ୍କେତ ଦେଇଛନ୍ତି ଯେ କେହି ବି ଜେନେଭା ଚୁକ୍ତିକୁ ଉଲ୍ଲଙ୍ଘନ କରିପାରିବେ ନାହିଁ।”

ତେବେ ପ୍ରିୟଙ୍କା ଗାନ୍ଧିଙ୍କ ଏପରି ଛବିକୁ ବିଜେପି ସମାଲୋଚନା କରିଛି। ଦଳର ଲୋକସଭା ସାଂସଦ ସମ୍ବିତ ପାତ୍ର କହିଛନ୍ତି, “ଗାନ୍ଧି ପରିବାର ସବୁବେଳେ ତୁଷ୍ଟୀକରଣର ବ୍ୟାଗ ଧରିଥାଏ। ସେମାନଙ୍କ ନିର୍ବାଚନ ପରାଜୟ ପଛର କାରଣ ମଧ୍ୟ ଏହି ତୁଷ୍ଟୀକରଣ ବ୍ୟାଗ।”

Israel-Palestine Conflict Palestinian Priyanka Gandhi Vadra Palestine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe