Advertisment

କଂଗ୍ରେସର ପ୍ରିୟଙ୍କା ଓ ବିଜେପିର ହିମନ୍ତ ବିଶ୍ୱଶର୍ମାଙ୍କୁ ନିର୍ବାଚନ କମିଶନଙ୍କ କାରଣ ଦର୍ଶାଅ ନୋଟିସ

ପ୍ରିୟଙ୍କା ଓ ହିମନ୍ତଙ୍କୁ ନିର୍ବାଚନ କମିଶନ ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ନୋଟିସର ଜବାବ ଦେବାକୁ କହିଛନ୍ତି।

EC

EC

Advertisment

ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ବାଚନ କମିଶନ ଆଜି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଉଭୟଙ୍କ ନାଁରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ଅଭିଯୋଗ ଆସିଛି।

Advertisment

ପ୍ରିୟଙ୍କା ଓ ହିମନ୍ତଙ୍କୁ ନିର୍ବାଚନ କମିଶନ ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ନୋଟିସର ଜବାବ ଦେବାକୁ କହିଛନ୍ତି। ଧାର୍ଯ୍ୟ ସମୟସୀମା ମଧ୍ୟରେ ଉଭୟ ନେତା ଉପଯୁକ୍ତ ଜବାବ ନ ଦେଲେ, ନିର୍ବାଚନ କମିଶନ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ସମୟରେ ସେମାନଙ୍କ ସହ କୌଣସି ପ୍ରକାରର ଯୋଗାଯୋଗ କରାଯିବ ନାହିଁ ବୋଲି ଇସି ପକ୍ଷରୁ ଚେତାଇ ଦିଆଯାଇଛି।

କଂଗ୍ରେସ ପକ୍ଷରୁ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ପ୍ରଥମେ ଇସିରେ ଅଭିଯୋଗ କରାଯାଇଥିଲା। ଛତିଶଗଡ଼ରେ ନିର୍ବାଚନ ପ୍ରଚାର ବେଳେ ରାଜ୍ୟର ଏକମାତ୍ର ମୁସଲିମ ମନ୍ତ୍ରୀ ମହମ୍ମଦ ଆକବରଙ୍କୁ ହିମନ୍ତ ଟାର୍ଗେଟ କରିଥିଲେ। ସେ ତାଙ୍କ ବିଷୟରେ ଅତ୍ୟନ୍ତ ବିବାଦୀୟ ଟିପ୍ପଣୀ ଦେଇଥିଲେ। ତାଙ୍କ ଧର୍ମକୁ ନେଇ ହିମନ୍ତ ବିଶ୍ୱଶର୍ମା ଲୋକଙ୍କୁ ବିଜେପି ସପକ୍ଷରେ ଭୋଟ ଦେବାକୁ କହିଥିବା କଂଗ୍ରେସ ଅଭିଯୋଗ କରିଛି।

Advertisment

ସେହିପରି ପ୍ରିୟଙ୍କା ଗାନ୍ଧି ରାଜସ୍ଥାନରେ ପ୍ରଚାର କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ବିଜେପି ଅଭିଯୋଗ କରିଛି ଯେ ପ୍ରିୟଙ୍କା ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ମିଥ୍ୟା ପ୍ରଚାର କରିଥିଲେ। ତାଙ୍କୁ ବ୍ୟକ୍ତିଗତ ଭାବେ ଧର୍ମକୁ ନେଇ ଟାର୍ଗେଟ କରିଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି।

ଉଭୟ ଛତିଶଗଡ଼ ଓ ରାଜସ୍ଥାନ ଆସନ୍ତାମାସରେ ଭୋଟ ଦେବେ। ଏଥିପାଇଁ ସବୁ ଦଳ ଜୋରସୋରରେ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏହି ସମୟରେ ଧର୍ମ ଓ ବ୍ୟକ୍ତିଗତ ସ୍ତରକୁ ଯାଇ ବିଭିନ୍ନ ଦଳର ନେତା ପରସ୍ପରକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି।

Priyanka Gandhi Vadra Assam Election Commission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe