Advertisment

ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧି, ୩ ଲକ୍ଷ ଭୋଟରେ ଆଗୁଆ

୪.୬ ଲକ୍ଷରୁ ଅଧିକ ଭୋଟ୍ ପାଇ ଲିଡ୍ କରୁଛନ୍ତି ପ୍ରିୟଙ୍କା ଗାନ୍ଧି।

ଅଦ୍ୟତନ ହୋଇଛି
Rahul Gandhi & Priyanka Gandhi

Rahul Gandhi & Priyanka Gandhi

Advertisment

ରାଜନୀତର ଡେବ୍ୟୁରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଚମତ୍କାର ପ୍ରଦର୍ଶନ। ୱାୟନାଡ଼ ଆସନରୁ ସେ ତାଙ୍କ ଭାଇ ରାହୁଲ ଗାନ୍ଧିଙ୍କ ଉତ୍ତରାଧିକାରୀ ହେବାକୁ ଯାଉଛି। ଆଜି ୱାୟନାଡ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଉ ଥିବାବେଳେ ତିନି ଲକ୍ଷ ଭୋଟରେ ଆଗରେ ଅଛନ୍ତି ପ୍ରିୟଙ୍କା। 

Advertisment

ଲୋକସଭା ନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିଲେ ରାହୁଲ ଗାନ୍ଧି। କିନ୍ତୁ ସେ ରାୟବରେଲି ଆସନରୁ ମଧ୍ୟ ବିଜୟୀ ହୋଇଥିବାରୁ ଏହି ଆସନ ଛାଡ଼ି ଦେଇଥିଲେ। ଏହାପରେ ଉପନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପ୍ରିୟଙ୍କା। ନିର୍ବାଚନ ମୈଦାନରେ ଏହା ତାଙ୍କର ପ୍ରଥମ ଯୋଗଦାନ, ଯେଉଁଥିରେ ସେ ଏକ ବଡ଼ ବିଜୟ ଅଭିମୁଖେ ଅଛନ୍ତି।

ତେବେ ଦିନ ୧୨ଟା ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଗାନ୍ଧି ୪.୬ ଲକ୍ଷରୁ ଅଧିକ ଭୋଟ୍ ପାଇ ଆଗରେ ଥିବାବେଳେ CPI ଭେଟେରାନ ସତ୍ୟାନ ମୋକେରୀ ୧.୫ ଲକ୍ଷ ଭୋଟ୍ ସହ ତାଙ୍କ ପଛରେ ଅଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ନବ୍ୟା ହରିଦାସ ୮୪,୦୦୦ ଭୋଟ୍ ସହ ତୃତୀୟ ସ୍ଥାନରେ ଅଛନ୍ତି।

Advertisment

ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟତୀତ ୱାୟନାଡରୁ ମୋଟ ୧୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମାତ୍ର କଂଗ୍ରେସ ଆସନ ବଜାୟ ରଖିବା ଏକ ପ୍ରକାର ସ୍ପଷ୍ଟ ହୋଇଗଲାଣି।

୨୦୧୯ରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧି ଏହି ଆସନରୁ ନିର୍ବାଚିତ ହୋଇଥିଲେ, ଯାହା ତାଙ୍କ ସମ୍ମାନ ରକ୍ଷା କରିଥିଲା। କାରଣ ଆମେଠିରୁ ହାରି ଯାଇଥିଲେ ରାହୁଲ ଗାନ୍ଧି। ୨୦୨୪ ନିର୍ବାଚନରେ ମଧ୍ୟ ସେ ଦୁଇଟି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ମାତ୍ର ଏଥର ଆମେଠିରୁ ଲଢିନଥିଲେ। ୱାୟନାଡ ସହ ତାଙ୍କ ମାଆଙ୍କ ଗଡ଼ ରାୟବରେଲିରୁ ପ୍ରାର୍ଥି ହୋଇଥିଲେ ରାହୁଲ।

ଦୁଇଟି ଯାକ ଆସନରୁ ବିଜୟୀ ହେବା ପରେ ସେ ୱାୟନାଡକୁ ଛାଡ଼ିଥିଲେ। ଫଳରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀ ହୋଇଥିଲେ। 

Wayanad By Poll Priyanka Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe