Advertisment

କାହିଁକି ଲଢ଼ିଲେ ନାହିଁ ନିର୍ବାଚନ? ଉତ୍ତର ରଖିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା

ଯଦି ସେ ଓ ରାହୁଲ ଗାନ୍ଧି ଉଭୟ ନିର୍ବାଚନ ଲଢ଼ି ଥାଆନ୍ତେ, ତା’ହେଲେ ଏହା ବିଜେପିକୁ ଫାଇଦା ଦେଇଥାଆନ୍ତା ବୋଲି ମଧ୍ୟ ପ୍ରିୟଙ୍କା କହିଛନ୍ତି।

Priyanka Gandhi

Priyanka Gandhi

Advertisment

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ମହାସଚବି ପ୍ରିୟଙ୍କା ଗାନ୍ଧି ଭଦ୍ରା ଜୋରଦାର ପ୍ରଚାର କରୁଛନ୍ତି। କୁହାଯାଉଥିଲା ଯେ ମା’ ସୋନିଆ ଗାନ୍ଧିଙ୍କ ଆସନ ରାଏବରେଲୀରୁ ସେ ନିର୍ବାଚନ ଲଢ଼ିବେ। ହେଲେ ପ୍ରିୟଙ୍କା ନିର୍ବାଚନ ଲଢ଼ୁ ନାହାନ୍ତି। ରାଏବରେଲୀରେ ଭାଇ ରାହୁଲ ଗାନ୍ଧି ପ୍ରାର୍ଥୀ ହୋଇଛନ୍ତି।

Advertisment

ତେବେ କାହିଁକି ପ୍ରିୟଙ୍କା ନିର୍ବାଚନ ଲଢ଼ିଲେ ନାହିଁ, ତା’ର ଉତ୍ତର ସେ ନିଜେ ଦେଇଛନ୍ତି। ତାଙ୍କ କହିବା କଥା ଯେ ନିର୍ବାଚନୀ ପ୍ରଚାର ଉପରେ ସେ ଫୋକସ କରିବାକୁ ଚାହୁଁଥିଲେ। ତେଣୁ ସେ ସିଧାସଳଖ ନିର୍ବାଚନ ଲଢ଼ିବାକୁ ମୈଦାନକୁ ଓହ୍ଲାଇ ନାହାନ୍ତି। ଯଦି ସେ ଓ ରାହୁଲ ଗାନ୍ଧି ଉଭୟ ନିର୍ବାଚନ ଲଢ଼ି ଥାଆନ୍ତେ, ତା’ହେଲେ ଏହା ବିଜେପିକୁ ଫାଇଦା ଦେଇଥାଆନ୍ତା ବୋଲି ମଧ୍ୟ ପ୍ରିୟଙ୍କା କହିଛନ୍ତି।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ପ୍ରିୟଙ୍କା କହିଛନ୍ତି, “୧୫ ଦିନ ହେଲା ମୁଁ ରାଏବରେଲୀରେ ପ୍ରଚାର କରୁଛି। ରାଏବରେଲୀ ସହ ଗାନ୍ଧି ପରିବାରର ପୁରୁଣା ସମ୍ପର୍କ ରହିଛି। ତେଣୁ ଲୋକଙ୍କ ଆଶା ଯେ ଆମେ ଏଠାକୁ ଆସୁ, ଲୋକଙ୍କ ପାଖକୁ ଯାଉ ଓ ସେମାନଙ୍କ ସହ କଥାବାର୍ତ୍ତା କରୁ। ଆମେ ଏଠାରେ ରିମୋଟ କଣ୍ଟ୍ରୋଲ ଦ୍ୱାରା ନିର୍ବାଚନ ଜିତି ପାରିବୁ ନାହିଁ।”

Advertisment

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ କହିବା କଥା ଯେ ଯଦି ଉଭୟ ଭାଇ-ଭଉଣୀ ନିର୍ବାଚନ ଲଢ଼ିଥାଆନ୍ତେ, ତା’ହେଲେ ସେମାନଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ଅତି କମରେ ୧୫ ଦିନ ଲୋକଙ୍କ ପାଖକୁ ଯିବାକୁ ହୋଇଥାଆନ୍ତା। ତେଣୁ ଆମ ଭିତରୁ ଜଣେ ଦେଶର ବିଭିନ୍ନ ପ୍ରାନ୍ତରେ ବୁଲି ପ୍ରଚାର କରିବା ଠିକ ହେବ ବୋଲି ଆମେ ନିଷ୍ପତ୍ତି ନେଉଥିବା ପ୍ରିୟଙ୍କା କହିଛନ୍ତି।

କ’ଣ ଭବିଷ୍ୟତରେ ପ୍ରିୟଙ୍କା ନିର୍ବାଚନ ଲଢ଼ିବେ କି ପ୍ରଶ୍ନର ଉତ୍ତର ମଧ୍ୟ ସାମ୍ନାକୁ ଆସିଛି। ପ୍ରିୟଙ୍କା କହିଛନ୍ତି, “ମୁଁ କେବେ ହେଲେ ଜଣେ ସାଂସଦ ହେବାକୁ କିମ୍ବା ନିର୍ବାଚନ ଲଢ଼ିବାକୁ ଚିନ୍ତା କରିନାହିଁ। ମୁଁ ସବୁବେଳେ ଦଳ ପାଇଁ କାମ କରିବାକୁ ଚାହେଁ। ଦଳ ମୋତେ ଯାହା କହିବ, ସେସବୁ କରିବାକୁ ମୁଁ ପ୍ରସ୍ତୁତ। ଯଦି ଲୋକମାନେ ଅନୁଭବ କରିବେ ଯେ ମୋତେ ନିର୍ବାଚନ ଲଢ଼ିବାର ଅଛି, ତା’ହେଲେ ମୁଁ ନିଶ୍ଚିତ ପ୍ରାର୍ଥୀ ହେବି।”

ପରାଜୟ ଭୟରେ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ିଲେ ନାହିଁ ବୋଲି ବିଜେପି କରୁଥିବା ଅଭିଯୋଗର ଜବାବ ସେ ଦେଇଛନ୍ତି। ଯଦି ଆମେ ଉଭୟ ନିର୍ବାଚନ ଲଢ଼ି ଥାଆନ୍ତୁ, ତା’ହେଲେ ଏହା ବିଜେପିକୁ ଫାଇଦା ଦେଇଥାଆନ୍ତା।

କେହି ବି ପ୍ରଚାର କରିବାକୁ ନଥାଆନ୍ତେ ଓ ସେମାନଙ୍କୁ ଜବାବ ଦେବାକୁ ଉପଲବ୍ଧ ହୋଇ ନଥାଆନ୍ତେ। କଂଗ୍ରେସ କେବେ ହେଲେ ଆମେଠି ଓ ରାଏବରେଲୀକୁ ଭୁଲି ପାରିବ ନାହିଁ। କଂଗ୍ରେସ ଓ ଏହି ଦୁଇ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ସମ୍ପର୍କ ଭିନ୍ନ ବୋଲି ପ୍ରିୟଙ୍କା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଚ୍ଛଲ୍ୟ କରିବାକୁ ମଧ୍ୟ ପ୍ରିୟଙ୍କା ପଛାଇ ନାହାନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି କାହିଁକି ଗୁଜରାଟରା ବଦୋଦରାରୁ ନିର୍ବାଚନ ଲଢ଼ୁ ନାହାନ୍ତି? ପ୍ରଧାମନ୍ତ୍ରୀ ମୋଦି ଭୟଭୀତ? କ’ଣ ସେ ଗୁଜରାଟରୁ ପଳାୟନ କରିଛନ୍ତି?”

Congress Priyanka Gandhi Vadra Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe