Advertisment

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଜେପିସି: ୩୧ ସାଂସଦଙ୍କ ମଧ୍ୟରେ ପ୍ରିୟଙ୍କା, ସମ୍ବିତ ଓ ଭର୍ତ୍ତୃହରି

ଏନସିପି ସାଂସଦ ସୁପ୍ରିୟା ସୁଲେ ଓ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କମିଟିରେ ରହିଛନ୍ତି।

author-image
Hemant Lenka
Priyanka Gandhi

Priyanka Gandhi

ମଙ୍ଗଳବାର ଲୋକସଭାରେ ଆଗତ ହୋଇଥିବା ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍‌ ସଂସଦର ଯୁଗ୍ମ କମିଟି ବା ଜେପିସିକୁ ଯାଇଛି। ସେଠାରେ ବିଲ ଉପରେ ବିସ୍ତୃତ ତର୍ଜମା କରାଯିବ। ଏହାପରେ ଏହି ସମ୍ବିଧାନ ସଂଶୋଧନ ବିଲ ପୁଣି ଲୋକସଭାରେ ଉପସ୍ଥାପନ କରାଯିବ।

Advertisment

ତେବେ ବିଲ୍‌ ଉପରେ ତର୍ଜମା କରିବା ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାର ୩୧ ଜଣ ସଦସ୍ୟଙ୍କୁ ନେଇ ଜେପିସି ଗଠନ କରାଯାଇଛି। ଏହି କମିଟିରେ ଲୋକସଭାରୁ ୨୧ ଜଣ ଓ ରାଜ୍ୟସଭାରୁ ୧୦ ଜଣ ସାଂସଦ ରହିଛନ୍ତି।

ଜେପିସିରେ ଲୋକସଭାରୁ ସ୍ଥାନ ପାଇଥିବା ୨୧ ଜଣ ସଦସ୍ୟଙ୍କ ମଧ୍ୟରେ ପ୍ରଥମଥର ସାଂସଦ ହୋଇଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ରହିଛନ୍ତି। ନିକଟରେ କେରଳ ୱାୟନାଡ ଲୋକସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ବିଜୟୀ ହୋଇଥିଲେ। ଏବେ ତାଙ୍କୁ ସମ୍ବିଧାନ ସଂଶୋଧନ ପାଇଁ ଆଗତ ବିଲ ଉପରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ କମିଟିରେ ସ୍ଥାନ ମିଳିଛି।

Advertisment

ଓଡ଼ିଶାର ପୁରୀ ଲୋକସଭା ଆସନରୁ ପ୍ରଥମଥର ଜିତିଥିବା ସମ୍ବିତ ପାତ୍ର ମଧ୍ୟ ଜେପିସିରେ ରହିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ମିଶି କଟକ ଲୋକସଭାରୁ ବିଜୟୀ ହୋଇଥିବା ଭେଟରାନ ରାଜନେତା ଭର୍ତ୍ତୃହରି ମହତାବ ମଧ୍ୟ କମିଟିରେ ସ୍ଥାନ ପାଇଛନ୍ତି। ଏନସିପି ସାଂସଦ ସୁପ୍ରିୟା ସୁଲେ ଓ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କମିଟିରେ ରହିଛନ୍ତି।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଉପରେ ଆଲୋଚନା କରିବାକୁ ଥିବା ଜେପିସିର ନେତୃତ୍ୱ ବିଜେପି ସାଂସଦ ପିପି ଚୌଧୁରୀ ନେବେ। ଲୋକସଭାର ୨୧ ସାଂସଦଙ୍କ ମଧ୍ୟରେ କମିଟିର ଅଧ୍ୟକ୍ଷ ଶ୍ରୀ ଚୌଧୁରୀଙ୍କୁ ମିଶାଇ ବିଜେପିର ସର୍ବାଧିକ ୧୦ ଜଣ ସାଂସଦ ରହିଛନ୍ତି।

କଂଗ୍ରେସରୁ ୩ ଜଣ, ସମାଜବାଦୀ ପାର୍ଟି, ଟିଏମସି, ଡିଏମେକ, ଟିଡିପି, ଏନସିପି(ଶରଦ ପାୱାର), ଶିବସେନା(ସିନ୍ଦେ ଗ୍ରୁପ), ଆରଏଲଡି ଓ ଜନସେନା ପାର୍ଟିରୁ ଜଣେ ଲେଖାଏ ସାଂସଦ ଜେପିସିରେ ରହିଛନ୍ତି। ତେବେ ରାଜ୍ୟସଭାରୁ ଜେପିସିରେ ରହିଥିବା ୧୦ ଜଣ ସାଂସଦଙ୍କ ନାଁ ଜଣାପଡ଼ିନାହିଁ।

ଜେପିସିରେ ଥିବା ଲୋକସଭା ସାଂସଦ

୧- ପିପି ଚୌଧୁରୀ(ବିଜେପି)

୨- ସିଏମ ରମେଶ(ବିଜେପି)

୩- ବାଂସୁରୀ ସ୍ୱରାଜ(ବିଜେପି)

୪- ପୁରୁଷୋତ୍ତମ ରୂପାଲା(ବିଜେପି)

୫- ଅନୁରାଗ ଠାକୁର(ବିଜେପି)

୬- ବିଷ୍ଣୁ ଦୟାଲ ରାମ(ବିଜେପି)

୭- ଭର୍ତ୍ତୃହରି ମହତାବ(ବିଜେପି)

୮- ସମ୍ବିତ ପାତ୍ର(ବିଜେପି)

୯- ଅନୀଲ ବାଲଉନି(ବିଜେପି)

୧୦- ବିଷ୍ଣୁ ଦତ୍ତ ଶର୍ମା(ବିଜେପି)

୧୧- ପ୍ରିୟଙ୍କା ଗାନ୍ଧି ଭଦ୍ରା(କଂଗ୍ରେସ)

୧୨- ମନୀଷ ତିୱାରୀ(କଂଗ୍ରେସ)

୧୩- ସୁଖଦେଓ ଭଗତ(କଂଗ୍ରେସ)

୧୪- ଧର୍ମେନ୍ଦ୍ର ଯାଦବ(ସମାଜବାଦୀ ପାର୍ଟି)

୧୫- କଲ୍ୟାଣ ବାନାର୍ଜୀ(ଟିଏମସି)

୧୬- ଟିଏମ ସେଲଭାଗଣପତି(ଡିଏମକେ)

୧୭- ଜିଏମ ହରିଶ ବାଳଯୋଗୀ(ଟିଡିପି)

୧୮- ସୁପ୍ରିୟା ସୁଲେ(ଏନସିପି ଶରଦ ପାୱାର)

୧୯- ଶ୍ରୀକାନ୍ତ ସିନ୍ଦେ(ଶିବସେନା)

୨୦- ଚନ୍ଦନ ଚୌହାନ(ଆରଏଲଡି)

୨୧- ବି ବଲ୍ଲଭନେନି(ଜନସେନା ପାର୍ଟି)

Sambit Patra Priyanka Gandhi Vadra Bhartruhari Mahtab One Nation One Election One Nation One Poll