Advertisment

'ମୋ ଘର ଦୂଆର ଓ ଅଫିସ୍ ଆପଣମାନଙ୍କ ପାଇଁ ସବୁବେଳେ ଖୋଲା'

ୱାୟନାଡ଼ର ସାଂସଦ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ କେରଳ ଗସ୍ତ କରିଛନ୍ତି ପ୍ରିୟଙ୍କା ଗାନ୍ଧି।

author-image
Debibandita Barick
Priyanka Gandhi

Priyanka Gandhi

ରାଜନୀତର ଡେବ୍ୟୁ ମ୍ୟାଚରେ ବିରାଟ ବିଜୟ ପରେ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ୱାୟନାଡ଼ର ସାଂସଦ ଭାବେ ଶପଥ ନେବା ପରେ ସେ ଆଜି ପ୍ରଥମ ଥର ପାଇଁ କେରଳ ଗସ୍ତ କରିଛନ୍ତି।

Advertisment

ଏହି ଅବସରରେ ସେ ଏକ ରାଲିକୁ ସମ୍ବୋଧିତ କରି ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ସେ ଲୋକଙ୍କର ସମସ୍ତ ସମସ୍ୟା ଶୁଣିବା ପାଇଁ ସଦା ସର୍ବଦା ଉପଲବ୍ଧ ଅଛନ୍ତି, ତାଙ୍କ ଘର ଦୂଆର ଏବଂ ଅଫିସ୍ ସବୁବେଳେ ସେମାନଙ୍କ ପାଇଁ ଖୋଲା ରହିଛି ବୋଲି କହିଛନ୍ତି। 

ପ୍ରିୟଙ୍କା ଗାନ୍ଧି କହିଛନ୍ତି, "ମୁଁ ଏଠାରେ ଆପଣମାନଙ୍କ ଠାରୁ ଶିଖିବା ପାଇଁ ଅଛି। ଆପଣମାନଙ୍କ ସମସ୍ୟାକୁ ଗଭୀର ଭାବେ ବୁଝିବି। ସ୍ୱାସ୍ଥ୍ୟ ସେବାଠୁ ନେଇ ଉନ୍ନତ ଶିକ୍ଷା ଆଦି ସମସ୍ତ ସମସ୍ୟା ବାବଦରେ ମୋତେ ଜଣା ଅଛି। ଏବେ ମୁଁ ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢିବି, ଆପଣମାନଙ୍କ ସହ କାମ କରିବି ଏବଂ ସବୁକିଛି ଭଲ ଭାବେ ବୁଝିବି।"

Advertisment

ମୁଁ ଆପଣମାନଙ୍କ ଘରକୁ ଆସି ଭେଟିବି। କେବେ ହେଲେ ଆପଣମାନଙ୍କୁ ନିରାଶ କରିବି ନାହିଁ, ମୋ ଘର ଦୂଆର ଏବଂ ଅଫିସ୍ ସବୁବେଳେ ଆପଣମାନଙ୍କ ପାଇଁ ଖୋଲା ରହିଛି ବୋଲି ପ୍ରିୟଙ୍କା ଗାନ୍ଧି କହିଛନ୍ତି।  

Wayanad By Poll Priyanka Gandhi