Advertisment

ରାଏବରେଲୀ ରଖିବେ ରାହୁଲ ଗାନ୍ଧି, ୱାୟନାଡରେ ଡେବ୍ୟୁ କରିବେ ପ୍ରିୟଙ୍କା

୨୦୧୯ରେ ରାହୁଲ ୱାୟନାଡରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

କଂଗ୍ରେସ ନେତା ରାହୁଲ ଗାନ୍ଧି ଶେଷରେ ଉତ୍ତରପ୍ରଦେଶର ରାଏବରେଲୀ ଆସନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ରାଏବରେଲୀକୁ ରଖି କେରଳର ୱାୟନାଡ ଆସନ ଛାଡ଼ିବେ। 

Advertisment

୨୦୧୯ରେ ରାହୁଲ ୱାୟନାଡରୁ ପ୍ରଥମଥର ନିର୍ବାଚନ ଲଢ଼ିବା ସହ ବିଜୟ ହୋଇଥିଲେ। ୨୦୨୪ରେ ସେ ୱାୟନାଡ ସହ ରାଏବରେଲୀ ଆସନରେ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ। ଦୁଇଟି ଆସନରୁ ବିଜୟ ହୋଇଥିବାରୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବା ଅପରିହାର୍ଯ୍ୟ ରହିଥିଲା। ତେଣୁ ସେ ସେ ୱାୟନାଡ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ରାହୁଲ ଗାନ୍ଧି ଆସନ ଛାଡ଼ିବାକୁ ଯାଉଥିବାରୁ ଏଠାରେ ଉପ ନିର୍ବାଚନ ହେବ। ଉପ ନିର୍ବାଚନରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ୱାୟନାଡରୁ ପ୍ରାର୍ଥୀ ହେବେ। ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧି ଭଦ୍ରା କୌଣସି ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଏ ସମ୍ପର୍କରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଘୋଷଣା କରିଛନ୍ତି। 

Advertisment

ଏପରି ନିଷ୍ପତ୍ତି ପରେ ରାହୁଲ ଗାନ୍ଧି କହିଛନ୍ତି, “ଉଭୟ ରାଏବରେଲୀ ଓ ୱାୟନାଡ ଲୋକଙ୍କ ସହ ଥିବା ମୋର ସମ୍ପର୍କ ବେଶ ଶକ୍ତିଶାଳୀ। ସାଂସଦ ଭାବେ ଗଲା ୫ ବର୍ଷର ଅଭିଜ୍ଞତା ବେଶ ଚମତ୍କାର ରହିଥିଲା। ୱାୟନାଡର ଲୋକମାନେ ମୋ ସହ ଛିଡ଼ା ହୋଇଥିଲେ। ଗୋଟିଏ କଠିନ ସମୟରେ ସେମାନେ ମୋତେ ଭଲ ପାଇବା ଦେବା ସହ ସେହ୍ନ କରିଥିଲେ। ସେମାନେ ଲଢ଼େଇ କରିବାକୁ ଶକ୍ତି ଭରି ଦେଇଥିଲେ। ମୁଁ କେବେ ହେଲେ ଏସବୁକୁ ଭୁଲି ବି ନାହିଁ। 

ୱାୟନାଡରେ ଥିବା ସମସ୍ତଙ୍କୁ ମୁଁ କହିବାକୁ ଚାହୁଁଛି ଯେ ପ୍ରିୟଙ୍କା ଏବେ ସେଠାରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। କିନ୍ତୁ ମୁଁ ନିୟମିତ ସେଠାକୁ ଯିବି। ଉଭୟ ୱାୟନାଡ ଓ ରାଏବରେଲୀ ୨ଟି ଲେଖାଏ ସାଂସଦ ପାଇବେ।” ରାହୁଲଙ୍କ ଅନୁପସ୍ଥିତି କେବେ ହେଲେ ୱାୟନାଡବାସୀ ଅନୁଭବ କରିବେ ନାହିଁ ବୋଲି ମଧ୍ୟ ପ୍ରିୟଙ୍କା କହିଛନ୍ତି। 

ୱାୟନାଡ ଆସନ ଛାଡ଼ିବା ପୂର୍ବରୁ ସେଠାକାର କର୍ମୀ ଓ ନେତାଙ୍କ ସହ ରାହୁଲ ଆଲୋଚନା କରିଥିଲେ। ସମସ୍ତେ ଗାନ୍ଧି ପରିବାରର କୌଣସି ସଦସ୍ୟ ଏଠାରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ମତ ରଖିଥିଲେ। ସେମାନଙ୍କ ମତକୁ ସମର୍ଥନ ଜଣାଇ ପ୍ରିୟଙ୍କା ପ୍ରାର୍ଥୀ ହେବାକୁ ଯାଉଥିବା ଜଣାପଡ଼ିଛି। 

୨୦୧୯ରେ ରାହୁଲ ୱାୟନାଡରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୪ରେ ସେ ୱାୟନାଡ ସମେତ ଗାନ୍ଧି ପରିବାରର ଗଡ଼ ରାଏବରେଲୀରୁ ମଧ୍ୟ ନିର୍ବାଚନ ଲଢ଼ିଥିଲେ। ଉଭୟ ଆସନରେ ସେ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ରାଏବରେଲୀରେ ପୂର୍ବରୁ ରାହୁଲଙ୍କ ମା’ ସୋନିଆ ଓ ଗାନ୍ଧି ପରିବାରର ସଦସ୍ୟ ଛିଡ଼ା ହୋଇ ଆସୁଥିଲେ। ରାଏବରେଲୀ ସହ ଗାନ୍ଧି ପରିବାରର ସମ୍ପର୍କ ବହୁତ ପୁରୁଣା। ସେହି ଅନୁସାରେ ରାହୁଲ ଗାନ୍ଧି ମଧ୍ୟ ମା’ ସୋନିଆଙ୍କ ଠାରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ। ତେଣୁ ସେ ଏହି ଆସନ ନ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। 

ଜନପ୍ରତିନିଧି ଆଇନ ଅନୁଯାୟୀ, ଜଣେ ରାଜନେତା ଅତିବେଶୀରେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଲଢ଼ିପାରିବେ। ଯଦି ସେ ଉଭୟ ଆସନରେ ଜିତୁଛନ୍ତି, ତା’ହେଲେ ତାଙ୍କୁ ରେଜଲ୍ଟ ବାହାରିବାର ୧୪ ଦିନ ମଧ୍ୟରେ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ। ଯଦି ଜଣେ ଗୋଟିଏ ଆସନରୁ ଇସ୍ତଫା ନ ଦିଅନ୍ତି, ତା’ହେଲେ ସେ ଉଭୟ ସିଟ୍‌ ମଧ୍ୟ ହରାଇବାର ଆଶଙ୍କା ରହିଛି।

ତେଣୁ ରାହୁଲଙ୍କୁ ଗୋଟିଏ ଆସନ ଏବେ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। 

Rahul Gandhi Priyanka Gandhi Vadra Wayanad Election Wayanad Lok Sabha Seat