Advertisment

ନିର୍ବାଚନ ଲଢିନପାରନ୍ତି ପ୍ରିୟଙ୍କା ଗାନ୍ଧି

ରାହୁର ଗାନ୍ଧି ଆମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ରାୟବରେଲିରୁ ଆଗାମା ୨୪ ଘଣ୍ଟା ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ନେବ ଦଳ।

author-image
Debibandita Barick
Priyanka Gandhi

Priyanka Gandhi

ନିର୍ବାଚନ ତାରିଖ ଘୋଷଣା ପରେ ବି ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଦ୍ୱନ୍ଦ୍ୱ। ଏହାରି ମଧ୍ୟରେ କଂଗ୍ରେସ ରାୟବରେଲି ଏବଂ ଆମେଠିରୁ କାହାକୁ ପ୍ରାର୍ଥୀ କରିବ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ଏଥର ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ଲଢିନପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

Advertisment

ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗାନ୍ଧି ଏଥର ଲୋକସଭା ନିର୍ବାଚନ ଲଢିନପାରନ୍ତି। ସେ କେବଳ ନିର୍ବାଚନ ପ୍ରଚାର କରିବେ। ସୂତ୍ରରୁ ଆହୁରି ଜଣାଯାଇଛି ଯେ, ରାହୁର ଗାନ୍ଧି ଆମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ରାୟବରେଲିରୁ ତାହା ଆଗାମା ୨୪ ଘଣ୍ଟା ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। 

ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଗାନ୍ଧି ଭାଇଭଉଣୀଙ୍କୁ ଆମେଠି ଏବଂ ରାୟବେରେଲିରୁ ପ୍ରାର୍ଥୀ କରିବା ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ବୈଠକରେ ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକଙ୍କ ସମେତ କଂଗ୍ରେସ ନେତାମାନେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିବାରେ ମଧ୍ୟ ଦୃଢ ସହମତି ପ୍ରକାଶ କରିଥିଲେ। 

Advertisment

କିନ୍ତୁ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ନଲଢିପାରନ୍ତି ବୋଲି କୁହାଯାଉଛି। ମେ ୨୦ରେ ଉଭୟ ଆମେଠି ଏବଂ ରାୟବେରେଲିରେ ଭୋଟ୍ ପଡ଼ିବ। ପୂର୍ବରୁ ଆମେଠି ରାହୁଲ ଗାନ୍ଧିଙ୍କ ଗଡ଼ ଭାବେ ବିବେଚିତ ହୋଇ ଆସୁଥିଲା। ସେ ଏଠାରୁ ସେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ୨୦୧୯ରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ତାଙ୍କୁ ଏଠାରୁ ପରାସ୍ତ କରିଥିଲେ। 

ସେପଟେ ରାହୁଲ ଗାନ୍ଧିଙ୍କ ମାଆ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ରାୟବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ଏଥର ଏହି ଆସନ ପାଇଁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଲାଗିରହିଛି। ଯଦି ପ୍ରିୟଙ୍କା ଗାନ୍ଧି ନିର୍ବାଚନ ନ ଲଢନ୍ତି, ତେବେ ରାହୁଲ ଗାନ୍ଧି ଆମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ରାୟବରେଲିରୁ ତା' ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ। 

Priyanka Gandhi Lok Sabha Poll