Advertisment

ରାହୁଲ ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା, ୪ ଲକ୍ଷରୁ ଅଧିକ ଭୋଟରେ ଜିତିଲେ

ପ୍ରିୟଙ୍କା ବିଜୟ ହୋଇଥିବାରୁ ଏବେ ସଂସଦରେ ଗାନ୍ଧି ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ମିଳିବ।

Priyanka

Priyanka

Advertisment

ଡେବ୍ୟୁରେ କମାଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ ପ୍ରଥମଥର ପାଇଁ କୌଣସି ନିର୍ବାଚନ ଲଢ଼ି ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ପ୍ରିୟଙ୍କା ଭାଇ ରାହୁଲ ଗାନ୍ଧିଙ୍କ ୨୦୧୯ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। କେରଳର ୱାୟନାଡ ଲୋକସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ପ୍ରିୟଙ୍କା ଏକତରଫା ବିଜୟ ହାସଲ କରିଛନ୍ତି। 

Advertisment

ପ୍ରିୟଙ୍କା ବିଜୟ ହୋଇଥିବାରୁ ଏବେ ସଂସଦରେ ଗାନ୍ଧି ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ରାହୁଲ ଓ ପ୍ରିୟଙ୍କା ଲୋକସଭାରେ ରହିବ। ସେହିପରି ମା’ ସୋନିଆ ଗାନ୍ଧି ରାଜ୍ୟସଭାର ସଦସ୍ୟ ରହିଛନ୍ତି। 

ପ୍ରିୟଙ୍କା ୱାୟନାଡରେ ୪,୧୦,୯୩୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୬,୨୨,୩୩୮ ଖଣ୍ଡ ଭୋଟ ମିଳିଥିବା ବେଳେ ଏଲଡିଏଫର ସତ୍ୟୟାନ ମୋକଇରି ୨,୧୧,୪୦୭ ଖଣ୍ଡ ଭୋଟ ପାଇଛନ୍ତି। ବିଜେପିର ନବ୍ୟା ହରିଦାସ ମାତ୍ର ୧,୦୯,୯୩୯ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।

Advertisment

୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତି ପ୍ରିୟଙ୍କା ଭାଇ ରାହୁଲ ଗାନ୍ଧିଙ୍କ ବିଜୟ ବ୍ୟବଧାନ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଏପ୍ରିଲ-ମେ ମାସରେ ହୋଇଥିବା ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ୱାୟନାଡରେ ୩,୬୪,୪୨୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ରାହୁଲ ଗାନ୍ଧିଙ୍କୁ ୬,୪୭,୪୪୫ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ସିପିଆଇର ଏ ରାଜା ୩,୬୪,୪୨୨ ଖଣ୍ଡ କମ ଭୋଟ ପାଇଥିଲେ। ୨୦୧୯ରେ ରାହୁଲ ପ୍ରଥମଥର ୱାୟନାଡରୁ ଲଢ଼ିଥିବା ବେଳେ ୪,୩୧,୭୭୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

୨୦୨୪ ନିର୍ବାଚନରେ ମଧ୍ୟ ରାହୁଲ ଦୁଇଟି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେ ୱାୟନାଡ ସହ ତାଙ୍କ ମା’ଙ୍କ ଗଡ଼ ରାୟବରେଲୀରୁ ପ୍ରାର୍ଥୀ ହୋଇଥିଲେ ରାହୁଲ। ଦୁଇଟି ଯାକ ଆସନରୁ ବିଜୟୀ ହେବା ପରେ ସେ ୱାୟନାଡକୁ ଛାଡ଼ିଥିଲେ। ଏଥିଯୋଗୁ ଅନୁଷ୍ଠିତ ଲୋକସଭା ଉପ ନିର୍ବାଚନରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରାର୍ଥୀ ହେବା ସହ ବିଜୟୀ ହୋଇଛନ୍ତି।

Wayanad Election Priyanka Gandhi Vadra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe