Advertisment

ପିଛା ଛାଡ଼ୁନି ଇଡି; ସଞ୍ଜୟ ସିଂଙ୍କ ଦୁଇ ସହଯୋଗୀଙ୍କୁ ପଚରାଉଚରା

ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଇଡି ଗତକାଲି ଗିରଫ କରିଥିବା ବେଳେ ଆଜି ତାଙ୍କର ଦୁଇ ଘନିଷ୍ଠ ସହଯୋଗୀଙ୍କୁ ପଚରାଉଚରା ପାଇଁ ସମନ କରିଛି।

author-image
Niharika Rout
 Sanjay Singh with Sarvesh Mishra and Vivek Tyagi

Sanjay Singh with Sarvesh Mishra and Vivek Tyagi

ଦିଲ୍ଲୀରେ ମଦ ଦୁର୍ନୀତି ମାମଲାରେ ପୁଣି ଥରେ ଚଢ଼ାଉକୁ ଜୋରଦାର କରିଛି ଇଡି। ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଇଡି ଗତକାଲି ଗିରଫ କରିଥିବା ବେଳେ ଆଜି ତାଙ୍କର ଦୁଇ ଘନିଷ୍ଠ ସହଯୋଗୀଙ୍କୁ ପଚରାଉଚରା ପାଇଁ ସମନ କରିଛି। ଏହି ଦୁଇ ଜଣ ହେଲେ ସର୍ବେଶ ମିଶ୍ରା ଓ ବିବେକ ତ୍ୟାଗୀ ।

Advertisment

ଇଡି ତରଫରୁ ଉଭୟଙ୍କ ଘର ଉପରେ ରେଡ କରାଯାଇଥିବା ବେଳେ ପଚରାଉଚରା ପାଇଁ ସେମାନଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଯାଇଛି। ଉଭୟ ଇଡି କାର୍ଯ୍ୟାଳୟରେ ହାଜର ହୋଇ ସାରିଥିବା ଜଣାଯାଇଛି। ଉଭୟଙ୍କୁ ଏକୁଟିଆ ଜେରା କରାଯିବା ସହ ସଞ୍ଜୟ ସିଂଙ୍କ ସହ ମୁହାଁମୁହିଁ ଜେରା କରାଯାଇପାରେ ବୋଲି ବି ଅନୁମାନ କରାଯାଉଛି।

ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂଙ୍କ ସହଯୋଗୀ ସର୍ବେଶଙ୍କୁ ଏକ କୋଟି ଟଙ୍କା ମିଳିଥିବା ଜଣାଯାଇଛି। ସଞ୍ଜୟ ସିଂଙ୍କ ଆନ୍ଦୋଳନ ସମୟରେ ସର୍ବେଶ ସିଂ ଜଣେ ସହଯୋଗୀ ଭାବେ କାମ କରୁଥିଲେ। ଏପରିକି ସେ ଆପ୍‌ର ପ୍ରବକ୍ତା ଭାବେ ବି କାମ କରୁଥିଲେ। ସେ ସୋଶାଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଥିବା ବେଳେ ସଞ୍ଜୟ ସିଂଙ୍କ ସବୁ ପୋଷ୍ଟକୁ ଶେଆର କରୁଥିଲେ। 

Advertisment

 ସେହିପରି ବିବେକ ତ୍ୟାଗୀ ପ୍ରାରମ୍ଭରୁ ଆପ୍‌ ଏମପି ସଞ୍ଜୟ ସିଂଙ୍କ ଟିମ୍‌ର ଜଣେ ପୁରୁଖା ସଦସ୍ୟ ଥିଲେ । ସଞ୍ଜୟ ସିଂ ଆପ୍‌ର ଉତ୍ତରପ୍ରଦେଶ ପ୍ରଭାରୀ ଥିବା ବେଳେ ବିବେକ ତ୍ୟାଗୀ ହାପୁଡ ଜିଲ୍ଲା ପ୍ରଭାରୀ ଭାବେ କାମ କରୁଥିଲେ।

ଦିଲ୍ଲୀ ସରକାର୨୦୨୧- ୨୨ ମସିହାରେ ନୂଆ ମଦ ଆଇନ୍‌ ଲାଗୁ କରିଥିଲେ। ମାତ୍ର ଉକ୍ତ ନୀତିରେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲ। ଏଡାପରେ ଏହି ମାମଲା ଇଡି ହାତକୁ ଚାଲି ଯାଇଥିବା ବେଳେ ଇଡି ପ୍ରଥମେ ଦିଲ୍ଲୀର ତ୍ତ୍‌କାଳୀନ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀଙ୍କୁ ବାନ୍ଧିଥିଲା। ଗତ ଫେବୃୟାରୀରୁ ସେ ଜେଲ୍‌ରେ ଥିବା ବେଳେ ଏବେ ସଞ୍ଜୟ ସିଂଙ୍କୁ ବାନ୍ଧିଛି ଇଡି ।

ED Raid AAP Sanjay Singh Arrest