Advertisment

ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ଏକାଧିକ ଆପ୍ ନେତାଙ୍କ ଘରେ ରେଡ୍

କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର, ରାଜ୍ୟସଭା ସାଂସଦ ଏନ.ଡି ଗୁପ୍ତା, ଦିଲ୍ଲୀର ଜଳ ବୋର୍ଡର ପୂର୍ବତନ ସଦସ୍ୟ ଶଲଭ କୁମାରଙ୍କ ଘରେ ଚଢାଉ କରିଛି ଇଡି।

ଅଦ୍ୟତନ ହୋଇଛି
ED Office

ED Office

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଏବଂ ଆପ୍ ସାଂସଦଙ୍କ ସମେତ ଏକାଧିକ ଆପ୍ ନେତାଙ୍କ ଘରେ ରେଡ୍। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୨ଟି ସ୍ଥାନରେ ଚଢାଉ କରିଥିବା ନେଇ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। 

Advertisment

ଅର୍ଥ ହେରଫେର ମାମଲାରେ ଚଢାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଖବର ଲେଖାହେବା ସୁଦ୍ଧା ଇଡି ଅଧିକାରୀମାନେ ଦିଲ୍ଲୀ, ଚଣ୍ଡିଗଡ଼ ଏବଂ ବାରଣାସୀର ୧୨ରୁ ଅଧିକ ସ୍ଥାନରେ ଚଢାଉ ଜାରି ରଖିଥିଲେ। 

ଏହି ଚଢାଉରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର, ରାଜ୍ୟସଭା ସାଂସଦ ଏନ.ଡି ଗୁପ୍ତା, ଦିଲ୍ଲୀର ଜଳ ବୋର୍ଡର ପୂର୍ବତନ ସଦସ୍ୟ ଶଲଭ କୁମାର ଅଛନ୍ତି।

Advertisment

ସୂଚନା ଅନୁସାରେ, ଜଳ ବୋର୍ଡରେ ହୋଇଥିବା ଘୋଟାଲା ଉପରେ ତଦନ୍ତ କରୁଛି ଇଡି। ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ଦୁଇଟି ମାମଲାରେ ଅର୍ଥ ହେରଫେରର ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମାମଲାରେ ଜଳ ବୋର୍ଡର ଦୁଇଜଣ ପୂର୍ବତନ ମୁଖ୍ୟ ଇଞ୍ଜିନିୟରଙ୍କୁ ଗିରଫ କରାଯାଇଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe