Advertisment

ନିର୍ବାଚନ କମିଶନଙ୍କ ଛାଟ: ଓଡ଼ିଶାରେ ଦେଢ଼ମାସରେ ଜବତ ହେଲାଣି ୧୦୭ କୋଟି ଟଙ୍କାର ସାମଗ୍ରୀ

ଜାତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି।

author-image
Ordigital Desk
undefined

Election Commission

ରାଜ୍ୟରେ ୪ଟି ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇନି । ମାତ୍ର ନିର୍ବାଚନକୁ ପ୍ରଭାବିତ କରିବା ଓ ଭୋଟରଙ୍କୁ ତୁଷ୍ଟୀକରଣ ପାଇଁ ପ୍ରାର୍ଥୀମାନେ ନାନାଦି ପ୍ରୟାସ କରୁଥିବା ଜଣାପଡ଼ିଛି । ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କାରେ ଗତ ଦେଢ଼ମାସ ମଧ୍ୟରେ ମୋଟ ୧୦୭. ୧୩କୋଟି ଟଙ୍କାର ସାମଗ୍ରୀ ରହିଛି । ଏଥିରେ ନଗଦ ୧.୪୭ କୋଟି ଟଙ୍କା ସାମିଲ ଅଛି । ନିର୍ବାଚନ କମିଶନଙ୍କ ତାଗିଦ୍ ଯୋଗୁ ଗତ ମାର୍ଚ୍ଚ ୧ରୁ ଏପ୍ରିଲ ୧୩ତାରିଖ ମଧ୍ୟରେ କେବଳ ଓଡ଼ିଶାରେ ମୋଟ ୧୦୭.୧୩କୋଟି ଟଙ୍କାର ସାମଗ୍ରୀ ଜବତ ହୋଇପାରିଛି । ଏହି ଅବଧି ମଧ୍ୟରେ ସମଗ୍ର ଦେଶରେ ରେକର୍ଡ ପରିମାଣର ୪୬୫୦କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି ।ଯାହାକି ଭାରତୀୟ ନିର୍ବାଚନ ଇତିହାସରେ ସର୍ବାଧିକ ପରିମାଣର ଜବତ ସାମଗ୍ରୀ । ଅର୍ଥାତ୍ ହାରାହାରି ଦିନକୁ ୧୦୦କୋଟି ଟଙ୍କାର ସାମଗ୍ରୀ ଜବତ ହେଉଛି ।  ୨୦୧୯ ସାଧାରଣ ନିର୍ବାଚନରେ ମୋଟ ୩୪୭୫କୋଟି ଟଙ୍କାର ନଗଦ ଓ ସାମଗ୍ରୀ ଜବତ ହୋଇଥିବାବେଳେ ଏବେ ଭୋଟ୍ ଆରମ୍ଭ ନହେବା ଆଗରୁ ୪୬୫୦କୋଟି ଟଙ୍କା ଜବତ ହୋଇସାରିଛି।

Advertisment

ଜାତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି । ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ରାଜ୍ୟରେ ବେଆଇନ ମଦ, ନିଶା, ମୂଲ୍ୟବାନ ଧାତୁ ଓ ଅନ୍ୟାନ୍ୟ ମାଗଣା ସାମଗ୍ରୀ ସହ ନଗଦ ଟଙ୍କା ଜବତ କରିବାରେ ଏନଫୋର୍ସମେଂଟ ଏଜେନ୍ସୀମାନେ ସକ୍ଷମ ହୋଇଛନ୍ତି ।
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ମାର୍ଚ୍ଚ ୧ରୁ ଏପ୍ରିଲ ୧୩ତାରିଖ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ଏଜେନ୍ସୀ ଧରପଗଡ଼ କରି ୧.୪୭କୋଟି ଟଙ୍କାର ନଗଦ ଅର୍ଥ ସହ ୧୬.୨୧ କୋଟି ଟଙ୍କାର ମଦ(ପ୍ରାୟ ୧୩.୨୪କୋଟି ଲିଟର) ୩୯.୦୧କୋଟି ଟଙ୍କାର ନିଶା ସାମଗ୍ରୀ, ୬.୪୬କୋଟି ଟଙ୍କାର ମୂଲ୍ୟବାନ ଧାତୁ(ସୁନା ଓ ଅନ୍ୟାନ୍ୟ ଅଳଙ୍କାର) ଓ ୪୩.୯୬କୋଟି ଟଙ୍କାର ମାଗଣା ସାମଗ୍ରୀ ବଂଟନକୁ ଜବତ କରାଯାଇଛି । ଏହି ସମସ୍ତ ପରିମାଣର ମୂଲ୍ୟ ୧୦୭ କୋଟି ୧୩ଲକ୍ଷ ଟଙ୍କା । ଅବଶ୍ୟ ରାଜ୍ୟରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଏତେ ପରିମାଣର ସାମଗ୍ରୀ ଜବତ ହେବା ଓଡ଼ିଶା ଇତିହାସରେ ପ୍ରଥମ।

ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ହେବ ଓ ଆସନ୍ତା ୧୮ତାରିଖରୁ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ହେବ । ମାତ୍ର ଏହା ପୂର୍ବରୁ ଏତେ ପରିମାଣର ମଦ,ନିଶା ସାମଗ୍ରୀ ଓ ମାଗଣା ସାମଗ୍ରୀ ବଂଟନ କରାଯିବା ପରୋକ୍ଷରେ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବାକୁ ନେଇ ଆଶଙ୍କା ଦେଖାଦେଇଛି।

Advertisment
Vote Target