Advertisment

ପ୍ରଫେଟ ମହମ୍ମଦ ମର୍ଯ୍ୟାଦା ପୁରୁଷୋତ୍ତମ ଥିଲେ: ବିହାର ଶିକ୍ଷା ମନ୍ତ୍ରୀ

କୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏପରି ବୟାନ ରଖିଛନ୍ତି।

Bihar

Bihar

Advertisment

ଇସଲାମ ଧର୍ମର ପ୍ରତିଷ୍ଠାତା ପ୍ରଫେଟ ମହମ୍ମଦ ମର୍ଯ୍ୟାଦା ପୁରୁଷୋତ୍ତମ ଥିଲେ ବୋଲି କହିଛନ୍ତି ବିହାରର ଶିକ୍ଷା ମନ୍ତ୍ରୀ ତଥା ଆରଜେଡି ନେତା ଚନ୍ଦ୍ରଶେଖର। କୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏପରି ବୟାନ ରଖିଛନ୍ତି।

Advertisment

କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର କହିଛନ୍ତି, “ଯେତେବେଳେ ବିଶ୍ୱରେ ସୈତାନୀ ବୃଦ୍ଧି ପାଇଥିଲା, ବିଶ୍ୱାସ ହ୍ରାସ ପାଇଥିଲା, ଦୁର୍ନୀତି ଖୋର ଓ ରାକ୍ଷାସଙ୍କ ସଂଖ୍ୟା ସବୁ ଆଡ଼େ ବଢ଼ିଥିଲା ସେତେବେଳେ କେନ୍ଦ୍ରୀୟ ଏସିଆରେ ଭଗବାନ ଜଣେ ମହାନ ବ୍ୟକ୍ତିଙ୍କୁ ତିଆରି କରିଥିଲେ। ଆଉ ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଫେଟ ମହମ୍ମଦ। ବିଶ୍ୱାସ ଫେରାଇ ଆଣିବାକୁ ଭଗବାନ ତାଙ୍କୁ ପଠାଇଥିଲେ। ବିଶ୍ୱାସୀଙ୍କ ପାଇଁ ଇସଲାମ ଆସିଛି। ଅନ୍ୟାୟ ବିରୋଧରେ ଇସଲାମ। ରାକ୍ଷାସଙ୍କ ବିରୋଧରେ ଇସଲାମ।”

ହିନ୍ଦୁ ପରମ୍ପରାରେ ଭଗବାନ ରାମକୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ। ଚନ୍ଦ୍ରଶେଖର ମର୍ଯ୍ୟାନା ପୁରୁଷୋତ୍ତମ ସହ ପ୍ରଫେଟ ମହମ୍ମଦଙ୍କୁ ତୁଳନା କରିଥିବାରୁ ବିଜେପି ଏହାକୁ କାଉଣ୍ଟର କରିଛି।

Advertisment

ବିଜେପି ମୁଖପାତ୍ର ଅରବିନ୍ଦ କୁମାର ସିଂହ କହିଛନ୍ତି, “ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ମାନସିକ ରୋଗର ଶିକାର ହୋଇଛନ୍ତି। ବେଳେବେଳେ ସେ ରାମାୟଣ ଉପରେ ମତ ରଖୁଛନ୍ତି ଓ ଏବେ ସେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ କହିଛନ୍ତି। ଏପରି ଲୋକମାନେ ଜାତି ଓ ଧର୍ମ ନାଁରେ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି।”

Bihar Politics Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe