୨୩ ବର୍ଷରେ କଣ ଦରକାର ପଡ଼ିଲା ଯେ, ନିର୍ବାଚନୀ ପ୍ରଚାର କରୁଛନ୍ତି ଜଣେ ପ୍ରାଶାସନିକ ଅଧିକାରୀ । ରାସ୍ତାଘାଟରେ ପାଣ୍ଡିଆନ ବାବୁଙ୍କ ଫଟୋ ଲାଗିଛି, ଚାକିରି ଛାଡ଼ି ରାଜନୀତି କରନ୍ତୁ । ଏମିତି କିଛି କହି ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ ବିଜେପି କର୍ମୀ। ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କ ଆସିକା ଗସ୍ତକୁ ଜୋରଦାର ବିରୋଧ ମଧ୍ୟ କରିଥିଲେ। ପୁଣିଥରେ ଆସିକା ଗସ୍ତକୁ ବିରୋଧ କରିବା ସହ ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇଥିଲେ।